ହେଡଲାଇନସ୍:

କ୍ଷୀର ସଂଗେ ପ୍ରାଣ ଶୋଷିଲେ ନାଶ ଗଲା ପୁତନା....

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୋଡାସମ୍ବର ଧନୁଯାତ୍ରାର ଚତୁର୍ଥ ଦିନ : ଗୋପପୁରରେ ପୁତନା  ନିହତ

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ଖୁଣ୍ଟପାଲି ଗ୍ରାମରେ  ବୋଡାସମ୍ବର ଧନୁଯାତ୍ରାର ଚତୁର୍ଥ ଦିନରେ ପୁତନା ନିଧନର ନାଟ୍ୟାଭିନୟ। ବୋଡାସମ୍ବର ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିନରେ ଦୀର୍ଘ ଏଗାର ଦିନ ପାଇଁ ଗୋପପୁର ପାଲଟିଥିବା ଖୁଣ୍ଟପାଲି ଗ୍ରାମରେ ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ବାରା  ପୁତନା ନିଧନ ହୋଇଛି।ମହାରାଜ କଂସାସୁରଙ୍କ ଆଦେଶରେ ନିଜର ସ୍ତନରେ ବିଷ ଭର୍ତ୍ତିକରୀ ଶ୍ରୀ କୃଷ୍ଣଙ୍କୁ ନିଜ ବକ୍ଷରେ ଦୁଗ୍ଧ ପାନ କରେଇ ହତ୍ୟା କରିବା ପାଇଁ ମଥୁରାରୁ ଗୋପପୁର ଆସିଥିବା ମାୟାବିନୀ  ପୁତନା ଆଜି ନିହତ ହୋଇଛି। ଆଜିର  ଏହି ନାଟ୍ୟ ଚରିତ୍ରରେ ନନ୍ଦରାଜା ଭୂମିକାରେ ତେଜରାଜ ନାୟକ, ନନ୍ଦ ରାଣୀ  ଭୂମିକାରେ କାଜଲ ମହାପାତ୍ର ଏବଂ ମାୟାବିନୀ ପୁତନା ସୁନ୍ଦରୀ ଭୂମିକାରେ ଭଗବାନ ମେହେର ଚିତ୍ତାକର୍ଷକ ଅଭିନୟ ପରିବେଶ କରିଥିବା ବେଳେ ନାଟ୍ୟାଭିନୟରେ ସଂଙ୍ଗୀତ ପରିବେଷଣରେ ଲିଙ୍ଗରାଜ ଦାସ ଓ ଦିବାକର ଦୀପ କଣ୍ଠ ଦାନ କରିଥିଲେ ଏବଂ ଦୟାମୟ ମଲ୍ଲିକ ତବଲା ବାଦନ କରିଥିଲେ।

 

 

0
0
0
s2sdefault