ହେଡଲାଇନସ୍:

ଶୀତୁଆ ସଂଧ୍ୟାରେ କଳାକାରଙ୍କ ଚିତ୍ତାକର୍ଷକ ପରିବେଷଣରେ ଝୁମିଲେ ଦର୍ଶକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସୁନ୍ଦରଗଡ଼ର ଲୋକ ମହୋତ୍ସବ ଯତରା-୨୦୧୯ର ପ୍ରଥମ ସନ୍ଧ୍ୟା 

ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରଚାନ୍ଦ ଦେଉରିଆ 

ଥିରି ଥିରି ଶୀତ ଦେହକୁ ଛୁଉଁଥିଲେ ବି ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କ ସୁନ୍ଦର ଚିତ୍ତାକର୍ଷକ ନୃତ୍ୟ ଭରି ଦେଇଥିଲା ଉସ୍ମତା ଦର୍ଶକଙ୍କ ମନରେ | ଆଉ ଢେର ସମୟ ଧରି ସେମାନେ ଉପଭୋଗ କରିଥିଲେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲୋକ ମହୋତ୍ସବ  ଯତରା-୨୦୧୯ର ପ୍ରଥମ ସନ୍ଧ୍ୟାରେ | 

 ସୁନ୍ଦରଗଡ଼ର ପ୍ରସିଦ୍ଧ ଲୋକ ମହୋତ୍ସବ ଯତରା-୨୦୧୯ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା ଭବାନୀ ଭବନ ପଡ଼ିଆଠାରେ ଜିଲ୍ଲା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୂମେଶ ଚନ୍ଦ୍ର ବେହେରାଙ୍କ କର କମଳରେ  | ରାଜବାଟୀସ୍ଥିତ ସମଲେଇ ମନ୍ଦିରଠାରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ସହର ପ୍ରମୁଖ ରାସ୍ତା ଦେଇ ଭବାନୀ ଭବନ ପଡ଼ିଆଠାରେ ପହଞ୍ଚିଥିଲା |  ଆଉ ସନ୍ଧ୍ୟାରେ ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ | ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇଥବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ତଲସରା ବିଧାୟକ ଡ଼ ପ୍ରଫୁଲ୍ଲ ମାଝୀ ଓ ବିଧାୟକଙ୍କ ଧର୍ମପତ୍ନୀ ତଥା ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ମାଝୀ, ପିଡି ଡିଆରଡିଏ ଭୂମେଶ ଚନ୍ଦ୍ର ବେହେରା, ଉପଜିଲ୍ଲାପାଲ ବିରସେନ ପ୍ରଧାନ | ମନ୍ତ୍ରୀ ଓ ଅତିଥି ମାନେ ସେମାନଙ୍କ ଭାଷଣରେ କହିଥିଲେ ଯେ ଏଭଳି ଉତ୍ସବ ଆୟୋଜନ ଦ୍ୱାରା ସ୍ଥାନୀୟ ଲୋକକଳାକୁ ପ୍ରୋତ୍ସାହନ ମିଳିବା ସହ ସାଂସ୍କୃତିକ ଭାବବିନିମୟ ହୋଇପାରିବ | 

ସଂକ୍ଷିପ୍ତ ସଭା ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ |  ମା ସରସ୍ବତୀ କଳା ପରିଷଦ ସୁନ୍ଦରଗଡ଼ ପକ୍ଷରୁ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା | ମ୍ୟୁଜିକ ସର୍କଲ ରାଉରକେଲାର କଳାକାର ମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥଲେ | ଦକ୍ଷିଣ କେନ୍ଦ୍ରାଞ୍ଚଳ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ମହାରାଷ୍ଟ୍ରର  ଲାବନି ନୃତ୍ୟ, ମଧ୍ୟପ୍ରଦେଶର ଗଣଗୌର ନୃତ୍ୟ, ସୁନ୍ଦରଗଡ଼ର ଓରାମ ଆଦିବାସୀ ନୃତ୍ୟ, ସଂସ୍କୃତି  ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଯୋଡି ଶଙ୍ଖ ରଣପା, ଏକତାର କଳା କେନ୍ଦ୍ର ଟିଟିଲାଗଡ, ଯବାନ କ୍ଲୁବ ପକ୍ଷରୁ ସମ୍ବଲପୁରୀ ଲୋକ ନୃତ୍ୟ, ଡ଼ିସିସି ବଲାଙ୍ଗୀର ପକ୍ଷରୁ ଧୁଡୁକି, ଷ୍ଟାର ମ୍ୟୁଜିକ ଦର୍ଲିପଲ୍ଲୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ପୁରୀ ସାହିଯାତ,  ଢୋଲମହୁରୀ କଳା ପରିଷଦ ରାଉରକେଲାର କଳାକାର ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କାର୍ଯ୍ୟକ୍ରମ ପରିବେଷଣ ଉପସ୍ଥିତ କଳାପ୍ରେମୀଙ୍କୁ ବାନ୍ଧି ରଖିଥିଲା |  ଜିଲ୍ଲା ସାଂସ୍କୃତିକ ପରିଷଦ, ଜିଲ୍ଲା ପ୍ରଶାସନ ଏବଂ ଓରମାସ ରତରଫରୁ ଆୟୋଜିତ ଏହି ମହୋତ୍ସବରେ  ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଅନିଲ କେର୍କେଟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ସଂକୃତିକ କାର୍ଯ୍ୟକ୍ରମ ସହ ଉତ୍ସବ ସ୍ଥଳ ସନ୍ନିକଟ ଲାଗିଥିବା ପଲ୍ଲିଶ୍ରୀ ମେଳାର ୨୦୦ ଷ୍ଟଲକୁ   ଲୋକ  ବୁଲି ଦେଖିବା ସହ ବିଭିନ୍ନ ସାମଗ୍ରୀ କିଣା କିଣି କରିଥିଲେ  | 

0
0
0
s2sdefault