ରାଜଧାନୀରେ ପୁଷପୁନି ଭେଟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର/ବରଗଡ :- ପୁଷପୁନି ଭେଟ  । ଭୁବନେଶ୍ୱର ରେ ରହୁଥିବା ପଶ୍ଚିମ ଓଡ଼ିଶାର ଯୁବକମାନଙ୍କ ସଂଗଠନ କିରଣ ଦ୍ୱାରା ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଧୁମଧାମରେ ପାଳନ କରାଯାଇଛି । ଏହି ଉପଲକ୍ଷେ ରାଜ୍ୟ ସରକାର ଙ୍କର  ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ,ପଶ୍ଚିମ ଓଡିଶାର ପ୍ରିୟ ଯୁବନେତା ଓ ରାଜ୍ୟ ସରକାରଙ୍କ।ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ,ଚଳଚ୍ଚିତ୍ର ଅଭିନେତା ଅରିଂଦମ ଯୋଗ ଦେଇ ପ୍ରଥମେ ମାତା ସମଲେଶ୍ବରୀ ଙ୍କର ଫୋଟୋରେ ପୁଷ୍ପ ଅର୍ପଣ କରି ଓ ଦ୍ବୀପ ପ୍ରଜ୍ବଳନ କରି କାର୍ଯକ୍ରମ ର ଶୁଭାରମ୍ଭ କରିଥିଲେ  । ଏହି ଭେଟ କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଥିଲା ପଶ୍ଚିମ ଓଡ଼ିଶାର ପର୍ବପର୍ବାଣି , ସଂସ୍କୃତି ପରମ୍ପରା ଝଲକ । ଏହି କାର୍ଯକ୍ରମ କୁ ରଙ୍ଗୀନ କରିବା ପାଇଁ ପଶ୍ଚିମ ଓଡିଶାର ବହୁ କଳାକାର ଭୁବନେଶ୍ୱର ପହଂଛି ଥିଲେ ଓ ଉପସ୍ଥିତ ଦର୍ଶକ ମାନଙ୍କୁ ଭରପୁର ଆନନ୍ଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଏକ ନିଆରା ଜିନିଷ ଦେଖିବାକୁ ମିଳିଥିଲା । ଆରିସା ପିଠା ଓ ଚାଉଳ ବଡା ଯାହାକି ପଶ୍ଚିମ ଓଡିଶା ବାସୀଙ୍କର ଅତି ପ୍ରିୟ , ଆରିସା ପିଠା ଓ ଚାଉଳ ବଡା ପାଇଁ 2 ଗୋଟି ସ୍ୱତନ୍ତ୍ର ଷ୍ଟଲ ଲାଗିଥିଲା ଓ ମାଗଣାରେ ସମସ୍ତଙ୍କୁ ପରଷା ଯାଇଥିଲା । ।ମୋଟାମୋଟି ଭାବରେ କହିବାକୁ ଗଲେ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଭୁବନେଶ୍ୱର ବାସୀ ଓ ଆୟୋଜକ ତଥା ଦର୍ଶକ ମାନଙ୍କର ମନରେ ସବୁଦିନ ପାଇଁ ସ୍ମରଣୀୟ ହେଇ ରହିବ । ଏହି କାର୍ଯ୍ୟକ୍ରମ କୁ ସଫଳତାର ସହିତ ଆୟୋଜିତ କରଥିବା ରୁ ଯୁବ ଆୟୋଜକ ମାନଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ତରଫରୁ ପ୍ରଶଂସା କରାଯାଇଛି ।

0
0
0
s2sdefault