ଉଦ୍ଘାଟିତ ହେଲା ସୁନ୍ଦରଗଡ଼ର ଲୋକ ମହୋତ୍ସବ ଯତରା-୨୦୧୯

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରଚାନ୍ଦ ଦେଉରିଆ 

  ସୁନ୍ଦରଗଡ଼ର ପ୍ରସିଦ୍ଧ ଲୋକ ମହୋତ୍ସବ ଯତରା-୨୦୧୯ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ଯୋଇଯାଇଛି ଭବାନୀ ଭବନ ପଡ଼ିଆଠାରେ ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ ଜିଲ୍ଲା ଉନ୍ନୟନ  ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୂମେଶ ଚନ୍ଦ୍ର ବେହେରା | ରାଜବାଟୀସ୍ଥିତ ସମଲେଇ ମନ୍ଦିରଠାରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ସହର ପ୍ରମୁଖ ରାସ୍ତା ଦେଇ ଭବାନୀ ଭବନ ପଡ଼ିଆଠାରେ ପହଞ୍ଚିଥିଲା | ଏହି ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ଜିଲ୍ଲାର ସାଂସ୍କୃତିକ ଦଳ ସାମିଲ ହୋଇଥିବା ବେଳେ ମଧ୍ୟପ୍ରଦେଶର ଗଣଗୌର ନୃତ୍ୟ ଦଳ ସାମିଲ ହୋଇଥିଲେ | ଆଜି ସନ୍ଧ୍ୟା ଠାରୁ ଆରମ୍ଭ ଏହି ସଂସ୍କୁତିକ ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା  31 ତାରିଖ  ପର୍ଯ୍ୟନ୍ତ ଚାଲିବ | ୫ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ଆଜି ପ୍ରଥମ ଦିନରେ ଜିଲ୍ଲା ଓ ଜିଲ୍ଲା ବାହାର କଳାକାର ନିଜ କଲା ନୈପୁଣ୍ୟ ପ୍ରଦର୍ଶନ କରିବା ସହ ମହାରାଷ୍ଟ୍ରର  ଲାବନି ନୃତ୍ୟ ଓ ମଧ୍ୟପ୍ରଦେଶର ଗଣଗୌର ନୃତ୍ୟ,ନୟାଗଡ଼ର ଯୋଡି ଶଙ୍ଖ, ବଲାଙ୍ଗିରର ଘୁଡକୀ ସହିତ ସମ୍ବଲପୁରୀ ନାଚର ଆସର ଜମିବ | ଏହା ସହିତ ପ୍ରାୟ ୨୦୦ ଷ୍ଟଲରେ  ଲୋକ ବିଭିନ୍ନ ସାମଗ୍ରୀ କିଣି ପାରିବେ | ଜିଲ୍ଲା ସାଂସ୍କୃତିକ ପରିଷଦ, ଜିଲ୍ଲା ପ୍ରଶାସନ ଏବଂ ଓରମାସ ରତରଫରୁ ଆୟୋଜିତ ଏହି ମହୋତ୍ସବର ବିଭିନ୍ନ ଦିବସରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବେ | 

 

0
0
0
s2sdefault