ତ୍ରିରଙ୍ଗା କ୍ଲବର ବାର୍ଷିକ ମକର ମହୋତ୍ସବ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦ ଅନ୍ତର୍ଗତ ୧୫ ନମ୍ବର ୱାଡର଼୍ର ପୂର୍ଣ୍ଣଚନ୍ଦ୍ରପୁରଠାରେ ଥିବା ତ୍ରିରଙ୍ଗା କ୍ଲବ ପକ୍ଷରୁ ବାର୍ଷିକ ଉତ୍ସବ  ଉପଲକ୍ଷେ ୭ ଦିନ ବ୍ୟାପି ଆୟୋଜିତ ବାର୍ଷିକ ମକର ମହୋତ୍ସବ ଉଦ୍ୟାପିତ ହୋଇଅଛି । ପ୍ରଥମ ଚାରି ଦିନ ଧରି କ୍ଲବ ପକ୍ଷରୁ ମାରାଥମ ଦୌଡ଼, ୩ ହଜାରମିଟର ଦୌଡ଼, ସଟ ପୁଟ, ଡ଼ିସକସ ଥ୍ରୋ, କ୍ୟାରେମ, ଚିତ୍ରାଙ୍କନ, ଗଣିତ, ବେଡମିଣ୍ଟନ ଓ କବାଡ଼ି ଆଦି ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଟିତ ହୋଇଥିବା ବେଳେ ପରବର୍ତ୍ତି ତିନି ଦିନ ପୁରଷ୍କାର ବିତରଣୀ ଉସôବ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟମାନ ଅନୁଷ୍ଠିତ  ହୋଇଥିଲା । ଅନୁଷ୍ଠିତ  ପୁରସ୍କାର ବିତରଣୀ ସମାରୋହର ପ୍ରଥମ ଦିବସରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୟୂରଭଞ୍ଜ ଜିଲାର ଜନସାଧାରଣ ଜିଲାର ଗଣପର୍ବ ମକରୋତ୍ସବକୁ ନେଇ ଯେତେବେଳେ ମତୁଆଲା ହୋଇଉଠିଥାନ୍ତି ଠିକ୍ ସେତିକିବେଳେ ତ୍ରିରଙ୍ଗାକ୍ଲବ ପକ୍ଷରୁ ପାଳିତହୋଇ ଆସୁଥିବା ମକରୋତ୍ସବ ଏହାର ଐତିହ୍ୟ ଓ ପରମ୍ପରାକୁ ଅଧିକ ରୁଦ୍ଧିମନ୍ତ କରାଇଥାଏ ବୋଲି କହିବା ସଂଗେସଂଗେ ଦୀର୍ଘ ବର୍ଷରୁ ତ୍ରୀରଙ୍ଗା କ୍ଲବର ସଭ୍ୟମାନଙ୍କ ଉଦ୍ୟମରୁ ଏହି ପ୍ରକାର ମକର ମହୋସôବ ଆୟୋଜନ ହୋଇଆସୁଥିବା ନେଇ ସମସ୍ତ କ୍ଲବର ସଦସ୍ୟ ବୃନ୍ଦଙ୍କୁ ଭୂଷୟୀ ପ୍ରଶଂସା କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି , ସାଂସାଦ ରାମଚନ୍ଦ୍ର ହାଁସଦା ପ୍ରମୁଖ ଯୋଗ ଦେଇ ତାଙ୍କ ବ୍ୟକ୍ତବ୍ୟରେ ତ୍ରିରଙ୍ଗା କ୍ଲବ ଆୟୋଜନ କରିଆସୁଥିବା ଏହି ମକରୋତ୍ସବରେ ବହୁ ସ୍ୱତନ୍ତ୍ରତା ଭରିରହିଛି । ବାରିପଦା ସହରରେଏହି ପ୍ରକାରର କାର୍ଯ୍ୟକ୍ରମ ପ୍ରାୟତଃ ଦେଖିବାକୁ ମିଳି ନ ଥାଏ ବୋଲି କହିଥିଲେ  । ମୟୁରଭଞ ଜିଲା କଳା ସଂସ୍କୃତିର ଜିଲା । ଏହି କଳା , ସଂସ୍କୃତି , ଐତିହ୍ୟ  , ପରମ୍ପରା କୁ ବଜାୟ ରଖିବା ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ଦ୍ୱିତୀୟ ଦିବସରେ ବାରିପଦା ପୈାରପରିଷଦ ର ନଗରପାଳିକା ବବିତା ଦାସ , ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ,ସୂବନ୍ନରେଖା ଜଳସେଚନ ପ୍ରକଳ୍ପ ପୁନର୍ବାସ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ବିବେକାନନ୍ଦ ସାହୁ ପ୍ରମୁଖ ସମ୍ମାନୀତ  ଅତିଥି ଭାବେ ଯୋଗ ଦେଇ ମୟୁରଭଞ ଜିଲାର ଏକ ଗଣ ପର୍ବ ମକର ପର୍ବ ଅବସରରେ ତ୍ରିରଙ୍ଗା କ୍ଲବ ପକ୍ଷରୁ ଆୟୋଜିତ ହୋଇଆସୁଥିବା ଏହି ଉତ୍ସବ ଲୋକମାନଙ୍କ ମନରେ ଖୁବ ଆନନ୍ଦ , ଉଲାସ ଭରିଦିଏ ବୋଲି କହିବା  ସଙ୍ଗେ ଏହି ପ୍ରକାର ବିଶାଳ ଆୟୋଜନକୁ ନେଇ ସମସ୍ତ ସଦସ୍ୟ ବୃନ୍ଦକୁ ଧନ୍ୟବାଦ ଜଣାଇଥିଲେ । ପରେ ପରେ ଅତିଥିମାନଙ୍କ କରକମଳରେ ବାଳକ ବିଭାଗ ସିନିଅର ଚମ୍ପିଆନ ନରେଶ ଚନ୍ଦ୍ର ହେମ୍ବ୍ରମ , ଜୁନିଅର ଚମ୍ପିଆନ ନିତେଶ ମୁଦଲି , ବାଳିକା ବିଭାଗ ସିନିଅର ଚମ୍ପିଆନ ସନ୍ଧ୍ୟା ମୁର୍ମୁ , ଜୁନିଅର ଚମ୍ପିଆନ ଶ୍ରୀୟା ବାଗ ପ୍ରମୁଖ ଙ୍କ ସମେତ ଅନ୍ୟ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କାର ବିତରଣ କରିଥିଲେ  । କାର୍ଯ୍ୟକ୍ରମର ପ୍ରାରମ୍ଭରେ ତ୍ରିରଙ୍ଗାକ୍ଲବ ସମ୍ମୁଖରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟାର୍ପଣ କରିଥିଲେ । କ୍ଲବର ସଭାପତି ଆଲୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ  ଉପସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ବିଶ୍ୱରଞ୍ଜନ ବାଗ ସ୍ଥାନୀୟ କାଉନସିଲର ଦେବାଶିଷ ଦାସ, ପୂର୍ଣ୍ଣଚନ୍ଦ୍ରପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂ , ଅଚ୍ୟୁତ  ତେଲେଙ୍ଗା,  ଅଶୋକ ପଟ୍ଟନାଏକ , ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ସଦସ୍ୟ ମଳୟ କୁମାର ଦତ୍ତ ମଞ୍ଚ ପରିଚାଳନା କରିଥିଲେ । ସରୋଜ  ମହାପାତ୍ର(ଲିଟନ), ଶିବ ଶଙ୍କର ବାଗ୍ , ଅନନ୍ତ କୁମାର ବାଗ , ଅମିତ କୁମାର ତେଲେଙ୍ଗା, ଅଭୟବାଗ, କିଷନ ତେଲେଙ୍ଗା, ଉମେଶ ମହାରଣା, ସଞ୍ଜିବ କୁମାର ମାର୍ଣ୍ଡି, , ଶାନ୍ତନୁ ସେନାପତି, ଏସକେ ଅଜିତ,   , ସତ୍ୟନାରାୟଣ ଗୋଚ୍ଛାୟତ,   ରାଜେଶ ବେହେରା ,   ସଞୟ ବୈଠା ,   ମିଥୁନ ମାଣ , ପଙ୍କଜ ମାଣ , ସାଗର ବେହେରା , ବର୍ମା ବାଗ ,ଫକୀରା ତେଲେଙ୍ଗା , କାହ୍ନୁ ଘଡେଇ , ଦୀପୁ ବାଗ , ମାନୁ ଦିଗାର  ପ୍ରମୁଖ ପରିଚାଳନା କରିବାରେ ସହାୟତା କରିଥିଲେ । 

 

0
0
0
s2sdefault