ହେଡଲାଇନସ୍:

 ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  ୩୫ତମ ବାର୍ଷିକୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଜଣେ ଉତ୍ତମ ଶିକ୍ଷକର ଚରିତ୍ର ଛାତ୍ରୀମାନଙ୍କ ଆଗରେ ଆଦର୍ଶର ଭୁମିକା ନେଇ ରହିଲେ ଛାତ୍ରୀମାନେ ସେମାନଙ୍କ ଭବିଷ୍ୟତ ଜୀବନରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ସେଥିପାଇଁ ଏହି ଉପଯୁକ୍ତ ସମୟରେ ଛାତ୍ରୀମାନେ  ଶିକ୍ଷକଙ୍କ ଚରିତ୍ର ଓ ଆଦର୍ଶକୁ  ପାଥେୟ କରି ଶୃଙ୍ଖଳିତ ଓ ନିଷ୍ଠାର ସହ ପାଠପଢା ପ୍ରତି ଯତ୍ନବାନ ହେବାକୁ ମୁଖ୍ୟ ଅତିଥି ଭାବେ  ମହିଳା ଉଚ୍ଚ ବିଦ୍ୟାଳୟର ୩୫ତମ ବାର୍ଷିକୋତ୍ସବରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଏସ.ଓ.ଏସ ଡିନ୍‍ ଡ: ଅଶୋକ ମିଶ୍ର ଯୋଗଦେଇ ଏହା କହିଛନ୍ତି ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ୨ ମହାବିଦ୍ୟାଳୟର ସାଂସ୍କୃତିକ ଓ ନାଟ୍ୟ ସଂସଦର ମିଳିତ ଆନୁକୁଲ୍ୟରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅରୁଣା କୁମାରୀ ସାମଲଙ୍କ ସଭାପତିତ୍ୱରେ ଡ: ମିଶ୍ର ଯୋଗଦେଇ ଜଣେ ଛାତ୍ରୀ ବିକାଶ ତଥା ପ୍ରଗତି ପଥରେ ଆଗେଇବାକୁ ହେଲେ ଶିକ୍ଷକ ସହିତ ଆଦର୍ଶକୁ ପାଥେୟ କରିବା ସହ ଉତ୍ତମ ସମ୍ପର୍କ କରିବା ଉଚିତ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଡେପୁଟି କଲେକ୍‍ଟର ଡ:ବିଶ୍ୱନାଥ ମଲ୍ଲିକ, ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା  ଜିଲ୍ଲା ଶିକ୍ଷା ସଂଯୋଜକ ଡ: ଶଙ୍କର ପ୍ରସାଦ ବକ୍ସି , ସାଂସ୍କୃତିକ ସଂସଦର ଉପସଭାପତି ଶ୍ରୀମତୀ କଳ୍ପନା ପଟ୍ଟନାୟକ ଏବଂ ନାଟ୍ୟ ସଂସଦର ଉପସଭାପତି ଡ:ମନସ୍ୱିନୀ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ସାଂସ୍କୃତିକ ସଂସଦର ସଂପାଦିକା ଅନୀତା ବରାଡ ବାର୍ଷିକ ବିବରଣୀ ପାଠକରି ମହାବିଦ୍ୟାଳୟର ଅଗ୍ରଗତି ସଫଳତା ଓ ଅଭାବ ଅସୁବିଧା ସମ୍ପର୍କରେ କହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡିନ୍‍ ଡ: ମିଶ୍ରଙ୍କ ସମେତ ମଞ୍ଚାସୀନ ଅତିଥି ମାନେ ମହାବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ଭାବେ ଶ୍ରଦ୍ଧା ସୁମନ ମିଶ୍ରଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟ ପକ୍ଷରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗି ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ ।

ଗୁରୁ ରଘୁନାଥ ପାତ୍ରଙ୍କ ସ୍ୱର ସଂଯୋଜନା ଓ ନିର୍ଦ୍ଦେଶନାରେ ଡ: ବିଶ୍ୱନାଥ ମଲ୍ଲିକଙ୍କ ରଚିତ ଗଜପତିର ମହେନ୍ଦ୍ରଗିରି ଓ ମହେନ୍ଦ୍ରତନୟା ଉପରେ ଆଧାରିତ ଚୀରାକର୍ପକ ସଙ୍ଗୀତକୁ  ପ୍ରାରମ୍ଭରେ ଗାନ କରିଥିଲେ ମହାବିଦ୍ୟାଳୟର ଛାତ୍ରୀମାନେ |

 

0
0
0
s2sdefault