ହେଡଲାଇନସ୍:

ପାପମୋଚନ ପାଇଁ ଗୁପ୍ତ ଗଙ୍ଗାରେ ସ୍ନାନ କଲେ ଅସୁରଗଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଗୌରାଙ୍ଗ ଦାଶ/ ନୀଳ ଦୀପ) :- ସରିଗଲା ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଗତକାଲି ରାତିରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କର ଦ୍ୱାରା ପ୍ରବଳ ପ୍ରତାପୀ ମହାରାଜ କଂସଙ୍କର ବଧ ପର ଆନୁଷ୍ଠାନିକ ଭାବରେ ଧୂନୁଯାତ୍ରା 2019 ଉଦଯାପିତ ହେଇଯାଇଛି । ଗତ 11 ଦିନଧରି ଚାଲିଥିବା ଏହି ଯାତ୍ରା ର ମୁଖ୍ୟ ଆକର୍ଷଣ ମହାରାଜ କଂସ ଓ ତାଙ୍କର ଅସୁର ସହଚର ମାନେ ରହିଥିଲେ । ଏହି ଭୂମିକା ଗୁଡିକରରେ ଅଭିନୟ କରୁଥିବା କଳାକାର ମାନେ ଧନୁଯାତ୍ରା ଶେଷ ହେବା ପରେ , ଆଜି ମହାରାଜ କଂସ ଭୂମିକାରେ ଅଭିନୟ କରୁଥିବା ଶ୍ରୀ ଭୁବନେଶ୍ୱର ପ୍ରଧାନ ପୁରୀ ମହୋଦଧି ରେ ସ୍ନାନ କରି ମହାପ୍ରଭୁ ଜଗନ୍ନାଥଙ୍କର ନିକଟରେ କ୍ଷମା ପ୍ରାର୍ଥନା କରି ଥିଲେ । ସେହିଭଳି ଏହି ଧନୁଯାତ୍ରା ରେ କଂସ ମହାରାଜଙ୍କର ମନ୍ତ୍ରୀ , ସେନାପତି ଓ ଅନ୍ୟାନ୍ୟ ଅସୁର ଭୂମିକାରେ ଅଭିନୟ କରୁଥିବା କଳାକାର ମାନେ ଆଜି ଗୁପ୍ତ ଗଙ୍ଗା ପବିତ୍ର ନୃସିଂହନାଥ ପୀଠରେ ସ୍ନାନ କରି ମହାପ୍ରଭୁଙ୍କୁ ଦର୍ଶନ କରିବସହିତ କ୍ଷମା ପ୍ରାର୍ଥନା କରିଥିବା କଳାକାର ମାନେ ହେଲେ ପ୍ରଦୀପ କୁମାର ପଣ୍ଡା , ବୃନ୍ଦାବନ ପ୍ରଧାନ , ଗୋପଲ ଚନ୍ଦ୍ର ଦାସ , ଲୋକନାଥ ସାହୁ , ଦୁର୍ଗା ପ୍ରସାଦ ସାହୁ , ମୁକେଶ ଆଚାର୍ଯ୍ୟ , ଗଙ୍ଗାଧର ଭୁଏ , ରୋହିତ ଭୋଇ , ଗଣାପତି ରଣ, ଚକ୍ରପାଣି ପୋଢ଼ , ରୋହିତ ଧାରୁଆ , ରମେଶ ମହନନ୍ଦ , ବିକାଶ ମହାନନ୍ଦ ।

0
0
0
s2sdefault