ହେଡଲାଇନସ୍:

ସୀମାନ୍ତ ସାରିଆପଲ୍ଲି ନିକଟସ୍ଥ ସୀତା ପାହାଡ ଉପରେ ବିରାଟ ମକର ମେଳା : ଲକ୍ଷାଧିକ ଭକ୍ତଙ୍କ ସମାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ଗାରାବନ୍ଧ ଥାନା ଅନ୍ତର୍ଗତ ସାରିଆପଲୀ ନିକଟସ୍ଥ ପୁରାଣପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରିର ପାଦଦେଶରେ ରହିଛି ପବିତ୍ର ସୀତା ପାହାଡ । ଏହି ସୀତା ପାହାଡ ଉପରେ ଗତ ଦୁଇ ଦିନ ଧରି ମକର ସଂକ୍ରାନ୍ତି ପରଦିନ ଠାରୁ ବିରାଟ ମକର ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଓଡିଶା ଆନ୍ଧ୍ର ସୀମାନ୍ତରେ ଏହି ମକରମେଳା ଅନୁଷ୍ଠିତ ହୋଇଥିବା ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ମକରମେଳାରେ ଓଡିଶା ଓ ଆନ୍ଧ୍ରର ବିଭିନ୍ନ ଜିଲ୍ଲାର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କିମ୍ୱଦନ୍ତୀ ତଥା ପୁରାଣବର୍ଣ୍ଣତ ପ୍ରକାରେ ମହେନ୍ଦ୍ର ଆଶ୍ରମର ମୁଖ୍ୟ ସାଧକ ଲକ୍ଷ୍ମୀବାବା ଏହି ସମ୍ପର୍କରେ କହିଛନ୍ତିଯେ ଭଗବାନ ରାମଚନ୍ଦ୍ର ବନବାସ ସମୟରେ ବିଜୟ ହୋଇ ଫେରିବା ବେଳେ ଏହି ପାହାଡ ଉପରେ କିଛି ସମୟ କଟାଇଥିଲେ । ମକର ସଂକ୍ରାନ୍ତି ପରଦିନ ଠାରୁ ଦୁଇ ଦିନ ଏଠାରେ ମହିଳା ଯୁବତୀ ମାନେ ହଜାର ହଜାର ସଂଖ୍ୟାରେ ଆସି ସୀତାଙ୍କୁ ଦର୍ଶନ କରିବା ସହ ସେଠାରେ ଥିବା ତାଙ୍କର ଆଣ୍ଠେଇବା ଚିହ୍ନରେ କୁଙ୍କୁମ ହଳଦୀ ସିନ୍ଦୁର ଲଗାଇ ପୂଜା ଅର୍ଚ୍ଚନା କରିଥାନ୍ତି । ଅତୁଟ ବିଶ୍ୱାସର ପରମ୍ପରା ଅନୁଯାୟୀ ଏଠାରେ ଥିବା ସୀତାମାତାଙ୍କୁ ସାକ୍ଷୀ ରଖି ଆଗରେ ଥିବା ଅଗ୍ନିକୁଣ୍ଡଠାରେ ଶତାଧିକ ସଂଖ୍ୟାରେ ଜଡି ହୋଇ ଯୁବକଯୁବତୀ, ବୟସ୍କ ମହିଳା ପୁରୁଷ ମାନେ ଏଠାରେ ମୈତ୍ର, ସଙ୍ଗାତ, ମକର ବନ୍ଧନରେ ଚୀରଦିନ ପାଇଁ ବାନ୍ଧି ହୋଇଥାନ୍ତି । ପ୍ରଭୁ ହନୁମାନ ଏଠାରୁ ହିଁ ଲଙ୍କାକୁ ଲମ୍ଫ ପ୍ରଦାନ କରିଥିଲେ । ଏହି ସୀତା ପାହାଡ ବିରାଟକାୟ ଏକ ବଡ ଉଚ୍ଚତା ବିଶିଷ୍ଟ ପାହାଡ ଦୂରରୁ ଦେଖିଲେ ହାତୀରଙ୍ଗର ଏକ ବିରାଟ ଶିବ ଲିଙ୍ଗ ରହିଥିବା ଭଳି ଦେଖାଯାଏ । ମା ସୀତାଙ୍କ ଆଣ୍ଠେଇବା ଚିହ୍ନ ଥିବା ଯୋଗୁଁ ସେଠାରେ ସୀତାଙ୍କ ବିଗ୍ରହ ରଖି ମନ୍ଦିର ସ୍ଥାପନ କରାଯାଇ ପୂଜା ଅର୍ଚ୍ଚର୍ନା କରି ଆସିବା ସହ ପବିତ୍ର ବିରାଟ ମକର ମେଳା ଅନୁଷ୍ଠିତ ହେଉଛି । ଯାହାକି ଅନ୍ୟତ୍ର ଦେଖିବା ବିରଳ । ଏହି ସୀତା ପାହାଡର ବିଭିନ୍ନ ସ୍ଥାନରେ ଗଣେଶ ମନ୍ଦିର , ହନୁମାନ ମନ୍ଦିର,ଯଜ୍ଞସ୍ଥାନ, ସୀତାଦେବୀ ସ୍ନାନକୁଣ୍ଡ, ଗଙ୍ଗାକୁଣ୍ଡ ଏବଂ ବିଭିନ୍ନ ସ୍ଥାନରେ ପଥର ଗୁମ୍ପା ସବୁ ଅକ୍ଷତ ଅବସ୍ଥାରେ ରହିଛି । ସୀମାନ୍ତରେ ଏହି ମକର ମେଳାରେ କିଛି ବ୍ୟବସାୟୀ ଏଠାକୁ ବିଭିନ୍ନ ସାମଗ୍ରୀ ସବୁ ନେଇ ଆସି ବିକ୍ରିବଟା କରି ହଜାର ହଜାର ଟଙ୍କା ରୋଜଗାର କରୁଥାନ୍ତି । ସୀମାନ୍ତରେ ଏହି ମକର ମେଳାକୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଏଠାକୁ ଓଡିଶା ଓ ଆନ୍ଧ୍ରର ବିଭିନ୍ନ କୋଣ ଅନୁକୋଣରୁ ଆସି ଏଠାରେ ଭାଇଚାରା ଓ ଆଧ୍ୟାତ୍ମିକ ପରିବେଷର ଏକ ମହଲ ସୃଷ୍ଟି ହୋଇଥାଏ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

0
0
0
s2sdefault