ହେଡଲାଇନସ୍:

ଭଦ୍ରକ ଜିଲ୍ଲା ମହୋତ୍ସବ ଉଦଯାପିତ : ଐତିହ୍ୟର ସୁରକ୍ଷା ପାଇଁ ଏକତା ହିଁ ଚାବିକାଠି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ : ଭଦ୍ରକ ଗାନ୍ଧିପଡିଆ ଠାରେ ଦୀର୍ଘ ୧୧ଦିନ ଧରି ଚାଲିଥିବା ସଞ୍ଜିବ ଜୁଏସ୍ ଦ୍ୱାରା ପ୍ରାୟୋଜିତ ଭଦ୍ରକ ଜିଲ୍ଲା ମହୋତ୍ସବ ଗତକାଲି ସନ୍ଧ୍ୟାରେ ଉଦ୍ୟାପିତ ହୋଇ ଯାଇଛି । ମହୋତ୍ସବ ଟ୍ରଷ୍ଟ ବୋର୍ଡ ସଭାପତି ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉଦ୍ଯାପନୀ  ସନ୍ଧ୍ୟା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ସୁଧାକର ନନ୍ଦ ଯୋଗ ଦେଇ ‘ଭଦ୍ରକର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ପ୍ରସଙ୍ଗରେ ବକ୍ତବ୍ୟ ରଖି ଏ ମାଟି ହେଉଛି ବରପୁତ୍ରଙ୍କ ମାଟି । ଏହି ଜିଲ୍ଲା ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦେଇଛି । ସାହିତ୍ୟ ଠାରୁ ଆରମ୍ଭ କରି ରାଜନୀତି ସବୁଥି ପାଇଁ ଜିଲ୍ଲାର ବରପୁତ୍ରମାନଙ୍କ ଅବଦାନ ଅବର୍ଣ୍ଣନୀୟ । ଡକ୍ତର ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କବି ବୈଷ୍ଣବ ପାଣି, ନାଟ୍ୟକାର ବଂଶୀ ବଲ୍ଲଭ ଗୋସ୍ୱାମୀଙ୍କ ଭଳି ମହାମନୀଷିମାନେ ନିଜ ନିଜ କ୍ଷେତ୍ରରେ ପରପିଢି ପାଇଁ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ସେମାନଙ୍କର ବଳିଦାନରେ ପରିପୂର୍ଣ୍ଣ ଭଦ୍ରକର ଐତିହ୍ୟକୁ ଆଗାମୀ ସମୟରେ ବଞ୍ଚାଇ ରଖିବାକୁ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇ ଭଦ୍ରକ ମାଟି ଅତୀତରେ ଯେଉଁ ପୂଣ୍ୟଗର୍ଭାର ସ୍ୱାକ୍ଷର ବହନ କରିଥିଲା, ତାହା ଧୀରେ ଧୀରେ ଅପସଂସ୍କୃତିରେ ହଜି ଯିବାକୁ ବସିଛି । ଏବେର ଯୁବ ପିଢି ନିଜର ସଂସ୍କୃତିକୁ ଭୁଲି ଯାଉଛନ୍ତି । ଏଥିପାଇଁ ପରିବାର ମଧ୍ୟରେ ସଂସ୍କାରର ଆବଶ୍ୟକତା  ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସଞ୍ଜିବ ଜୁଏଲ୍ସର ପରିଚାଳନା ନିର୍ଦ୍ଦେଶକ  ସଞ୍ଜିବ ମଲ୍ଲିକ ଯୋଗ ଦେଇ ଭଦ୍ରକରେ ଏକା ସାଙ୍ଗରେ ବହୁତ ସାଂସ୍କୃତିକ ସଂଗଠନ ସେମାନଙ୍କ କାର୍ଯ୍ୟକ୍ରମ କରୁଥିବାରୁ ମହୋତ୍ସବର ମୂଳ ଲକ୍ଷ୍ୟ ପୂରଣ ହୋଇ ପାରୁ ନାହିଁ । ଆଗାମୀ ଦିନରେ ଏଥିରେ ପରିବର୍ତ୍ତନ ଆଣି ଭିନ୍ନ ଭିନ୍ନ ସମୟରେ ମହୋତ୍ସବ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ବିଜେପି ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ଯୋଗ ଦେଇ ସାଂସ୍କୃତିକ  ମହୋତ୍ସବ ଦ୍ୱାରା ଯେଉଁ ଆନ୍ଦ ମିଳିଥାଏ ତାହା ଅନ୍ୟ କୌଣସି ସମାାଜିକ କାର୍ଯ୍ୟରେ ନ ଥାଏ ବୋଲି କହିଥିଲେ । ଅନ୍ରମାନଙ୍କ ମଧ୍ୟରେ କ୍ରୀଡାବିତ୍ ଗୋପାଳ ମହାପାତ୍ର, ସମାଜସେବିକା ରାଜଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ଶ୍ରୀକାନ୍ତ ତ୍ରିପାଠୀ ସମ୍ପାଦକୀୟ ଅଭିଭାଷଣ, ଦୁର୍ଗା ଶଙ୍କର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଧା ସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ମହୋତ୍ସବର ମୁଖପତ୍ର ଏବଂ  କବୟିତ୍ରୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ କବିତା ସଂକଳନ ‘ମହକ’ ଉନ୍ମୋଚିତ ହୋଇଥିଲା । ଉତ୍ସବରେ ବହୁ ସାମ୍ବାଦିକ, ସମାଜସେବୀ, କ୍ରୀଡାବିତ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚକୁ ରଶ୍ମିତା ଦାଶ, ପ୍ରଗତିକା ଦାଶ, ଗଣେଶ ତ୍ରିପାଠୀ, ଚର୍ଚ୍ଚିକା ମହାପାତ୍ର, କରୁଣାକର ବେହୁରିଆ, ଅଶୋକ ମହନି, ରାକେଶ ଦାସ, ରୁଦ୍ରମାଧବ ବାରିକ, ଜୟ ଜଗନ୍ନାଥ ମଲ୍ଲିକ, ପ୍ରଶାନ୍ତ କୁମାର ବଳ ପ୍ରମୁଖ ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

0
0
0
s2sdefault