ହେଡଲାଇନସ୍:

ଖଣିଅଂଚଳରେ ମକର ମେଳା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଳିଆପାଣିରୁ ଦୟାନିଧି ମହନ୍ତ : ଗତକାଲି ମକର ସଂକ୍ରାନ୍ତି ଉପଲକ୍ଷେ ଖଣିଅଂଚଳରେ କୁଡୁମି ମହନ୍ତ ସମାଜର ଲୋକମାନେ ମହା ଆଡମ୍ବର ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି l ମକର ସଂକ୍ରାନ୍ତି ଦିନଟି କୁଡୁମି ଜାତିର ଲୋକମାନେ ଟୁସୁ ପର୍ବ ରୂପେ ପାଳନ କରିଥାନ୍ତି l ମୁଖ୍ୟତଃ କୃଷି ଉପରେ ନିର୍ଭର କରି ଚଳୁଥିବା କୁଡୁମି ସମ୍ପ୍ରଦାୟର  ଲୋକମାନେ ଏହି ଦିନ ଠାରୁ ନୂତନ ବର୍ଷର ଚାଷ କାର୍ଯ୍ୟ ଆରମ୍ଭ ବା ହଳ ପନl କରିଥାନ୍ତି l ଏହି ଅବସରରେ ରାଜ୍ୟର ଖଣି ଇସ୍ପାତ ଓ ପୂର୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ବଡ କାଠିଆ ନିକଟ ବ୍ରହ୍ମ କୁଣ୍ଡ ଠାରେ ଏକ ମକର ମେଳାରେ ମୁଖ୍ୟ ଅତିଥି ରୂପେ  ଯୋଗଦେଇଥିଲେ l 

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ମହୋଦୟ କହିଥିଲେ ଆମରାଜ୍ୟର କୁଡୁମି ସମାଜର ଭାଇ ଭଉଣୀମାନେ ଅତ୍ୟନ୍ତ କର୍ମଠ ମେହନତୀ ଏବଂ ନିଭିକ ଅଟନ୍ତି l ରାଜ୍ୟର ଉନ୍ନତି ତଥା କୃଷି କାର୍ଯ୍ୟର ଉନ୍ନତିରେ ଏମାନଙ୍କର ଅବଦାନ ଅତୁଳନୀୟ l

ଏହାଛଡା ସୁକିନ୍ଦା ଖଣି ନିକଟ ବର୍ତି ଅନଳ, ରଗଦl ଡ୍ୟାମ ଏବଂ ଅଶୋକଝର ଠାରେ ମହନ୍ତ ମାନେ ମହା ଆନନ୍ଦ ଉଲ୍ଲାସ ସହକାରେ ପାଳନ କରିଥିଲେ l

0
0
0
s2sdefault