ହେଡଲାଇନସ୍:

 "ମହିଳାଙ୍କୁ ଯେତିକି ସମ୍ମାନ ମିଳିବା କଥା ସେତିକି ସମ୍ମାନ ମିଳୁ ନାହିଁ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୫ମ ବର୍ଷ ଭଦ୍ରକ ଜିଲ୍ଲା ମହୋତ୍ସବ: ନାରୀ ଶକ୍ତି ଓ ନାରୀ ଅଧିକାର ଉପରେ ଆଲୋଚନା 

ଭଦ୍ରକ: ନୂଆବଜାର ଗାନ୍ଧି ପଡିଆ ଠାରେ ଚାଲିଥିବା ସଞ୍ଜିବ ଜୁଏଲ୍ସ ପ୍ରାୟୋଜିତ ୫ମ ବର୍ଷ ଭଦ୍ରକ ଜିଲ୍ଲା ମହୋତ୍ସବର ନବମ ସନ୍ଧ୍ୟାର ଉତ୍ସବ ମହୋତ୍ସବ କମିଟିର ସ୍ଥାୟୀ ସଭାପତି ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇ ଯାଇଛି । ସାମ୍ବାଦିକ ଦୁର୍ଗାଶଙ୍କର ବିଶ୍ୱାଳଙ୍କ ଅତିଥି ପରିଚୟ ଏବଂ ସମ୍ପାଦକ ଶ୍ରୀକାନ୍ତ ତ୍ରିପାଠୀଙ୍କ ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁରଲୀଧର ପଣ୍ଡା ମଞ୍ଚ ନାମରେ ନାମିତ ମଞ୍ଚରେ ଆଲୋଚ୍ୟ ବିଷୟ ‘ନାରୀ ଶକ୍ତି ଓ ନାରୀ ଅଧିକାର’ ଶୀର୍ଷକ ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାରୀନେତ୍ରୀ ସୁଲତା ଦେଓ ଯୋଗ ଦେଇ ସାନ୍ଧ୍ୟ ଉତ୍ସବକୁ ଉଦ୍ଘାଟନ କରି ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ ସମାଜରେ ନାରୀ ଆଉ ଦୁର୍ବଳା ଅବଳା ନୁହନ୍ତି । ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାରିଛନ୍ତି। ମାତ୍ର ମହିଳାଙ୍କୁ ଯେତିକି ସମ୍ମାନ ମିଳିବା କଥା ସେତିକି ସମ୍ମାନ ମିଳୁ ନାହିଁ । ସେଥିଲାଗି ପୁରୁଷ ସମାଜ ମଧ୍ୟ ସଚେତନ ହେବା ଉଚିତ ବୋଲି ମତ ରଖିଥିଲେ ।  ଅନ୍ୟତମ ଅତିଥି ଭାବେ କବି ବନ୍ଦନା ହରିଚନ୍ଦନ , ସମାଜସେବିକା ସୀମା ଦାସ, ଜ୍ୟୋତ୍ସ୍ନାମୟୀ ପାତ୍ର, ରାଜଲକ୍ଷ୍ମୀ ମହାପାତ୍ର, ମୁଖ୍ୟବକ୍ତା ଭାବେ କଳ୍ପନା ଜେନା, ସମ୍ମାନିତ ଅତିଥି ଏଲିନା ସ୍ୱାଇଁ, ଅସୀମା ରାଉତରାୟ ଯୋଗ ଦେଇ ନାରୀ ପୁରୁଷ ମଧ୍ୟରେ ବିଭେଦ ଓ ସେମାନଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଉତ୍ସବରେ ସାମ୍ବାଦିକ ସତ୍ୟ ସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚକୁ ରଶ୍ମିତା ଦାଶ, ପ୍ରଗତିକା ଦାଶ, ଗଣେଶ ତ୍ରିପାଠୀ, ଚର୍ଚ୍ଚିକା ମହାପାତ୍ର, କରୁଣାକର ବେହୁରିଆ, ଅଶୋକ ମହନି, ରାକେଶ ଦାସ, ରୁଦ୍ରମାଧବ ବାରିକ ପ୍ରମୁଖ ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । 

0
0
0
s2sdefault