ହେଡଲାଇନସ୍:

ସରିଲା ଇଡ଼ିତାଳ, ପ୍ରଚାର ପ୍ରସାର ଦୁର୍ବଳ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣୁପୁର /ସିଦ୍ଧାର୍ଥ ଦାଶ ‬: ରାୟଗଡ଼ା ଜିଲ୍ଲା ର ଲୋକ ମହୋତ୍ସବ ଚଇତି ପକ୍ଷ୍ୟରୁ ଗୁଣପୁର ନୂତନ ବସଷ୍ଟାଣ୍ଡ ଠାରେ ଉପଖଣ୍ଡ ସ୍ତରୀୟ ସାଂସ୍କୃତିକ ଉତ୍ସବ ଇଡିତାଲ୍ ଗତ ୧୧ ତାରିଖ ରୁ ଆରମ୍ଭ ହୋଇ ୧୩ ତାରିଖ ଦିନ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଆଜ୍ଞା ମାଳ ଓ ଚଇତି କଳସ କୁ ପୂଜାର୍ଚ୍ଚନା କରି ଏକ 5000 ହଜାର ରୁ ଉର୍ଦ୍ଧ୍ଵ ଜନ ସମାବେଶ କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଗୁଣପୁର ସହର ପରିକ୍ରମା କରି ଚଇତି ମଣ୍ଡପ ନିକଟକୁ ଅଣାଯାଇଥିଲା। 

ଏହି ଶୋଭାଯାତ୍ରା ରେ ସ୍ଥାନୀୟ ଶିକ୍ଷାନୁଷ୍ଠାନ ର ବିଦ୍ୟାର୍ଥୀ, ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀ, ସ୍ଥାନୀୟ ପ୍ରଶାସନ କର୍ମଚାରୀ ଙ୍କ ସହ ଅଞ୍ଚଳ ବାସୀ ଯୋଗ ଦେଇଥିଲେ। ଆଦିବାସୀ ଙ୍କ ପାରମ୍ପରିକ ବାଦ୍ୟ ନୃତ୍ୟ, କଣ୍ଢେଇ ନାଚ ଓ ସମ୍ବଲପୁରୀ ବାଦ୍ୟ ରେ ସହର ଦୁଲୁକି ଥିଲା। 

ସ୍ଥାନୀୟ ଉପଜିଲ୍ଲାପାଳ ବି. ଏସ୍. ବଳିରାମ ବନ୍ଧୋର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଉଦଘାଟିତ କରିଥିଲେ। ସନ୍ଧ୍ୟା ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ୍ ଅଭିନେତା ବବି ମିଶ୍ର ଓ ସୁମନ।  ଦ୍ଵିତୀୟ ଦିବସରେ ଇଡିତାଲ୍ ରଙ୍ଗ ମଞ୍ଚରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ରାୟଗଡ଼ା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ ଉଦଘାଟନ କରିଥିଲେ। ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯଇଥିଲା। 

ତୃତୀୟ ଦିବସ ଉଦଯାପନୀ ଉତ୍ସବ କୁ ସାଂସଦ ଝିନ ହିକକା ଉଦଘାଟନ କରିଥିଲେ। ଉପଜିଲ୍ଲାପାଳଙ୍କ ସଭାପତିତ୍ବ ରେ ଅୟୋଜିତ ସଭାରେ ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡ୍ରୁକା , ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଯୋଗଦେଇ ପାରମ୍ପରିକ କଳା ଓ ସଂସ୍କୃତି କୁ ଆଗେଇ ନେଇ ଲୁକାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ଲାଗି ଆହ୍ଵାନ ଦେଇଥିଲେ।ଉଦଯାପନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ୍ ଅଭିନେତ୍ରୀ ଶୀତଲ ଓ ଅନନ୍ୟା, ହାସ୍ୟ ଅଭିନେତା ଦୀପକ ତ୍ରିପାଠୀ।

ଇଡତାଲ୍ ନିମନ୍ତେ ଅୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତି ଓ ବିଦ୍ୟାର୍ଥୀ ଙ୍କୁ ପୁରସ୍କୃତ କରି ସମ୍ମାନୀତ କରାଯାଇଥିଲା। ପାରମ୍ପରିକ ଆଦିବାସୀ ବାଦ୍ୟ ଯନ୍ତ୍ର ର ତାଳେ ତାଳେ ସାଂସଦ , ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ଗୁଣପୁର ଉପଜିଲ୍ଲାପାଳ ଙ୍କ ନୃତ୍ୟ ଉପସ୍ଥିତ ଜନ ସାଧାରଣ ଙ୍କୁ ଆନନ୍ଦ ର ଖୋରାକ୍ ଯୋଗାଇଥିଲା। 

ସେହିପରି ପ୍ରଶାସନିକ ଅଧିକାରୀ ଓ ସାମ୍ବାଦିକ ମାନଙ୍କୁ ନେଇ ବନ୍ଧୁତ୍ୱ ମ୍ୟାଚ୍ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଖେଳା ଯାଇଥିଲା , ଯେଉଁ ଥିରେ ପ୍ରଶାସନିକ ଅଧିକାରୀ  ବିଜୟୀ ହୋଇଥିଲା । ପ୍ରତି ବର୍ଷ ପରି ଇଡତାଲ୍ ସାଂସ୍କୃତିକ ମହୋତ୍ସବ ର ପ୍ରଚାର ନିମନ୍ତେ ପ୍ରଶାସନ ସେତେଟା ଗୁରୁତ୍ୱ ଦେଇନଥିଲା |

0
0
0
s2sdefault