ହେଡଲାଇନସ୍:

୨୦ରୁ ବହୁଭାଷୀ ଜାତୀୟ ନାଟ୍ୟ ଉତ୍ସବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବଲାଙ୍ଗୀର/ନିରୋଜ ମିଶ୍ର :  ଆସନ୍ତା 20ରୁ ଚାରି ଦିନ ଧରି ଆୟୋଜିତ ହେବାକୁ ଯାଉଛି ବହୁଭାଷୀ ଜାତୀୟ ନାଟ୍ୟ ଉତ୍ସବ । ଯେଉଁଥିରେ ଦେଶର ବଛା ବଛା ନାଟକ ଗ୍ରୁପ ଆସି ନାଟକ ପ୍ରଦର୍ଶନ କରିବେ । ତେବେ ଏହି ବିରାଟ ଉତ୍ସବର ଆୟୋଜନ ସ୍ଥାନୀୟ ଭୂମିକା ଅନୁଷ୍ଠାନ କରୁଥିବାବେଳେ ଶନିବାର ଏହି ଉତ୍ସବ ସମ୍ପର୍କିତ ତଥ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ନାଟକ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବା ନେଇ ସୂଚନା ରହିଛି । ଏଥିସହ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକଙ୍କ ସମାଗମ ହେବା ନେଇ ଆୟୋଜକ ଆଶା କରିଛନ୍ତି । ସ୍ଥାନୀୟ ଭୂମିକା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆସନ୍ତା 20ରୁ ଆରମ୍ଭ ହୋଇ 24 ଯାଏଁ ଚାଲିବ । ଯେଉଁଥିରେ ଦେଶର ବଛା ବଛା ନାଟକ ଗ୍ରୁପ ଆସି ନାଟକ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ : ତେବେ ମହାରାଷ୍ଟ୍ର, ମଣିପୁର, ଝାଡଖଣ୍ଡର ତିନୋଟି ନାଟକ ସହ ଓଡିଶା ବ୍ରହ୍ମପୁରର ଚାରୋଟି ନାଟକ ଗ୍ରୁପ ଏଠାରେ ନିଜର ନାଟକ ପ୍ରଦର୍ଶନ କରିବେ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ପ୍ରତ୍ୟେକ ଦିନ ଷ୍ଟେଜକୁ ଜଣେ ଦିବଂଗତ ନାଟ୍ୟକାରଙ୍କ ନାଁରେ ନାମିତ କରାଯିବା ସହ ଜିଲ୍ଲାର ବିଭିନ୍ନ ପ୍ରତିଭାଙ୍କୁ ସମ୍ମାନୀତ କରାଯିବ ବୋଲି ଭୂମିକା ଅନୁଷ୍ଠାନ ଅଧ୍ୟକ୍ଷ୍ୟ ନରସିଂହ ମିଶ୍ର ସୂଚନା ଦେଇଛନ୍ତି ।

 

0
0
0
s2sdefault