ହେଡଲାଇନସ୍:

ଉଇନ୍ର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ସହରର ଏକ ଜଣାସୁଣା ସ୍କୁଲ ଉଇନ୍ର ବ୍ରାଇଟ ଫ୍ୟୁଚର ତୃତୀୟ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅଂଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଲିନ୍ଦୁ ନାଏକ ଓ ପୂର୍ବତନ ଅଧ୍ୟାପକ ମାନଭଂଜନ ପ୍ରଧାନ ଅତିଥି ଭାବରେ ଯୋଗଦେଇ ଗୁଣାତ୍ମକ ଶିକ୍ଷା ଉପରେ ନିଜର ମୂଲ୍ୟବାନ ମତବ୍ୟକ୍ତ କରିଥିଲେ, ଅନ୍ୟତମ ଅତିଥି ସ୍କୁଲର ଚେୟାରମୟାନ ଶ୍ରୀ ଶ୍ରୀକାନ୍ତ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା ଦାଶ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ଏବଂ ଶ୍ରଦ୍ଧାଜଂଳି କାଳସା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ  ।ଏହି ଉତ୍ସବରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ ଅବିଭାବକ ମାନେ ଯୋଗଦେଇଥିଲେ । ଏହି ବାର୍ଷିକ ମହୋତ୍ସବରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ  ।ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଇଂରାଜୀ ଓ ହିନ୍ଦୀ ଭାଷାରେ ପରିବେଶିତ ଦୁଇଟି ଡ୍ରାମା ସମସ୍ତଙ୍କ ମନ ମୋହିନେଇଥିଲା । କୁନି କୁନି ପିଲା ମାନଙ୍କୁ ଶିକ୍ଷକ ଓ ଅବିଭାବକ ମାନଙ୍କ ଦ୍ୱାରା ଉତମ ପ୍ରଶିକ୍ଷଣ ଦିଆଯାଇଥିବାରୁ ସେମାନେ ମଂଚରେ ତାଙ୍କର  କଳାକୁ ଅତି ସହଜରେ ଓ ନିପୁଣତାର ସହିତ ପ୍ରଦର୍ଶନ କରିଥିଲେ ।ଏହି ବାର୍ଷିକ ମହୋତ୍ସବରେ ସ୍କୁଲକୁ ଅତି ସୁନ୍ଦର ଭାବରେ ସୁସଜ୍ଜିତ କରାଯାଇଥିଲା ଯାହାକି ଲୋକଙ୍କ ମନ ମୋହିନେଇଥିଲା । ପିଲାଙ୍କ ଉତମ ପ୍ରଦର୍ଶନ ଦେଖି ଅବିଭାବକ ମାନେ ବେଶ ପ୍ରଭାଭିତ ହୋଇଥିଲେ ଏବଂ ସ୍କୁଲ କତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ । ସ୍କୁଲ କର୍ତୃପକ୍ଷ  ମଧ୍ୟ ଅବିଭାବକଙ୍କ ସହେଯାଗକୁ ସାଧୁବାଦ ଜଣାଇଥିଲେ  । ପ୍ରଳୟ ସାହୁ,ଜୟନ୍ତି ମେହେର,ସୁମି ସାହୁ,ରଶ୍ମିରଂଜନ ମିଶ୍ର,ତିଲୋତମା ପାତ୍ର,ଗୌରାଙ୍ଗ ସାଗର ଓ ବିମଳ ସାଗର ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ  । ସବାଶେଷରେ ବରିଷ୍ଠ  ଶିକ୍ଷକ ଗୌରାଙ୍ଗ ସାଗର ଧନ୍ୟବାଦ ଅର୍ପଣ କରିଥିଲେ  ।

0
0
0
s2sdefault