ହେଡଲାଇନସ୍:

ଆରମ୍ଭ ହେଲା ବିଶ୍ୱ  ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ, ମଥୁରା ନଗରୀ ରେ କଂସ ମହାରାଜଙ୍କର ରାଜୁତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧୂନୁଯାତ୍ରାର ଶୁଭାରମ୍ଭ ହେଇଯାଇଛି । ରାଜ୍ୟ ସଭା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବରେ 70ତମ ଧୂନୁଯାତ୍ରା ମହୋତ୍ସବ 2019 କୁ ଉଦ୍ଘାଟନ କରିଥିଲେ ।ଏହି ଅବସରରେ ବରଗଡ଼ ଲୋକସଭା ସାଂସଦ ପ୍ରଭାସ ସିଂ, ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ , SP ମୁକେଶ ଭାମୋ , ADM ଶ୍ରୀ ତପିରାମ ମାଝୀ ,ପ୍ରମୁଖ ଉପସ୍ଥିତ ଥିଲେ ।

          ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ  କରାଇ ମୁଥୁରା ନଗରୀର ସିଂହାସନ ଆରୋହଣ କରିଛନ୍ତି  ମହାରାଜା କଂସ । ସେପଟେ ଗୋପପୁରରେ ଆରମ୍ଭ ହୋଇଯିବ  ମହାପ୍ରଭୁ ଶ୍ରୀ କୃଷ୍ଣ ଙ୍କର ଲୀଳା । ଧନୁଯାତ୍ରା ର ପ୍ରଥମ ଦିନରୁ ହି ପରିଲକ୍ଷିତ ହେଇଛି ପ୍ରବଳ ଜନସମାଗମ । ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଛି ବରଗଡ଼ ରେ । ଆଗକୁ ଜନସମାଗମ ଆହୁରି ବଢିବାର ଅନୁମାନ କରାଯାଉଛି ।

0
0
0
s2sdefault