ଭୁବନେଶ୍ୱର: ଓଡ଼ିଆ ଗଦ୍ୟ ସାହିତ୍ୟର ଅନୁପମ ଉଦ୍ଗାତା , କଥାସମ୍ରାଟ ବ୍ୟାସକବି ଫକୀର ମୋହନଙ୍କ ସ୍ମୃତିରେ ଓଡ଼ିଶା ସରକାର ୨୦୧୮ ବର୍ଷ ନିମନ୍ତେ "ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ' ଘୋଷଣା କରିଛନ୍ତିା ଓଡ଼ିଆ ଭାଷା, ସାହିତ୍ୟର ପ୍ରଚାରପ୍ରସାର ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଗତବର୍ଷ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ | ୨୦୧୮ ମସିହା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚୟନ ପ୍ରକ୍ରିୟା ଜାରି ରହିଥିଲା ଓ ବିଭାଗ ଦ୍ୱାରା ନିୟୋଜିତ ବିଶେଷଜ୍ଞ ମଣ୍ଡଳୀଙ୍କ ନିଷ୍ପତ୍ତି ଆଧାରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅନୁମୋଦନ କ୍ରମେ ବାଲେଶ୍ୱରର ଅଗ୍ରଣୀ ସାହିତ୍ୟ ସଂଗଠନ "ଫକୀର ମୋହନ ସାହିତ୍ୟ ପରିଷଦ'କୁ ଏହି ସମ୍ମାନ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛିା
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଚଳିତ ମାସ ୧୪ ତାରିଖ ଦିନ ଆୟୋଜିତ ହେବାକୁ ଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବା ସମ୍ମାନ ବାବଦରେ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି ତଥା ପ୍ରଶସ୍ତି ପତ୍ର ପ୍ରଦାନ କରାଯିବ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ ପ୍ରକାଶ କରିଛନ୍ତିା
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ଭାଷା-ସାହିତ୍ୟରେ ଲେଖନୀ ଚାଳନା କରୁଥିବା ସାହିତ୍ୟିକମାନଙ୍କ କୃତିଗୁଡ଼ିକୁ ନେଇ ପ୍ରତିବର୍ଷ ସାହିତ୍ୟର ବିଭିନ୍ନ ବିଭାଗ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରିଆସୁଥିବାବେଳେ ପ୍ରଥମଥର ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ "ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ' ପ୍ରଦାନ କରାଯାଉଛିା