ପୁସ୍ତକ ଏତେ ଶକ୍ତିଶାଳୀ ଯେ ଏହା କୌଣସି ମନୁଷ୍ୟର ଜୀବନରେ ପରିବର୍ତନ ଆଣିପାରେ: ଅନିମେଶ ବିଶ୍ୱାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଏନ୍ଆଇଟି ରାଉରକେଲାରେ ତ୍ରିଦିବସୀୟ ବିପିସିଏଲ୍ ପୁସ୍ତକ ମେଳାର ଆରମ୍ଭ

ରାଉରକେଲା/Susant Behera   : ଆଜିର ଯୁବପିଢିଙ୍କ ମଧ୍ୟରେ ପୁସ୍ତକ ପ୍ରତି ପ୍ରେମ ବଢାଇବା ପାଇଁ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ  (ଏନ୍ଆଇଟି) ରାଉରକେଲାରେ ବିଜୁ ପଟ୍ଟନାୟକ ସେଂଟ୍ରାଲ ଲାଇବ୍ରେରି ତରଫରୁ ୧୦ମ ପୁସ୍ତକ ମେଳାର ଶୁଭାରମ୍ଭ ହୋଇଛି । ଏହି ମେଳାକୁ ଉଦ୍ଘାଟନ କରି ଅନୁଷ୍ଠାନ  ନିର୍ଦ୍ଦେଶକ  ପ୍ରଫେସର ଅନିମେଶ ବିଶ୍ୱାସ କହିଛନ୍ତି, ପୁସ୍ତକର ବହୁ ଗୁରୁତ୍ତ୍ୱପୂର୍ଣ ଭୂମିକା ରହିଛି । ଗୋଟିଏ ବହିର ସାରାଂଶକୁ ପ୍ରତିସ୍ଥାପିତ କରାଯାଇ ପାରିବ ନାହିଁ । ପୁସ୍ତକପ୍ରେମୀଙ୍କ ପାଇଁ ଏହା ଗୋଟିଏ ସ୍ୱର୍ଣ୍ଣିମ ଅବସର । ଗୋଟିଏ ପୁସ୍ତକ ବହୁତ ଶକ୍ତିଶାଳୀ ଅଟେ । ଏହା ଯେକୌଣସି ମନୁଷ୍ୟର  ଜୀବନରେ ପରିବର୍ତନ ଆଣିପାରେ । ମୁଁ ଛାତ୍ରମାନଙ୍କୁ ଏହା ଉପଦେଶ ଦେବି ଯେ ସେମାନେ କେବଳ ପାଠ୍ୟକ୍ରମ ସହ ଜଡିତ ଥିବା ପୁସ୍ତକ ପଠନ କର ଅନ୍ୟ ଶିକ୍ଷଣୀୟ ପୁସ୍ତକର ମଧ୍ୟ ଆଦର କରନ୍ତୁ । ମୁଁ ପୁସ୍ତକ ମେଳାର ସଫଳତା କାମନା  କରୁଛି ବୋଲି ନିର୍ଦ୍ଦେଶକ ଶ୍ରୀ  ବିଶ୍ୱାସ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁଳସଚିବ ଦାୟିତ୍ୱରେ ଥିବା ପ୍ରଫେସର ସରୋଜ କୁମାର ପଟେଲ ପୁସ୍ତକମେଳାର ଟିମ୍ କୁ ବଧେଇ ଜଣେଇଛନ୍ତି । ସେ କହିଛନ୍ତି ବିଗତ ଦଶ ବର୍ଷ ହେଲା ଟିମ ସଫଳତାର ସହ ପୁସ୍ତକ ମେଳାର ଆୟୋଜନ କରୁଛି । ମୁଁ ଆଶା କରେ ଏ ବର୍ଷ ମଧ୍ୟ ଏହା ସଫଳ ହେବ । ଏହି ପୁସ୍ତକମେଳାଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁସ୍ତକ ପ୍ରେମ ଜାଗ୍ରତ କରିବ ।     ମେଳାର ଅଧ୍ୟକ୍ଷ ପ୍ରଫେସର ପି ମେଟ୍ଟୀ କହିଥିଲେ ଯେ  ଆଜିର ଇଂଟରନେଟ ଯୁଗରେ କୌଣସି ପୁସ୍ତକ ଅନଲାଇନ ଉପଲବ୍ଧ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ବଳରେ ସବୁ ସମ୍ଭବ ହୋଇ ପାରୁଛି । ମୋବାଇଲରେ ପୁସ୍ତକ ଡାଉନଲୋଡ କରି ପଢି ହେବ | କିନ୍ତୁ ଆଜି ବି ଗୋଟିଏ ହାର୍ଡ ବୁକର ଭୂମିକା ଅପରିହାର୍ଯ୍ୟ । ଏହା ସବୁବେଳେ ଅତୁଲ୍ୟ ହୋଇ ରହିବ । ପୁସ୍ତକ ମେଳାର ସଚିବ ଡାକ୍ଟର ଭୋଜରାଜୁ ଗୁଂଜଲ ପୁସ୍ତକ ମେଳାରେ ମୋଟ ୨୪ ଜଣ ବିକ୍ରେତା ତଥା ପ୍ରକାଶକ ଭାଗ ନେଇଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ପୁସ୍ତକ ମେଳାରେ ଇଂଜିନିୟରିଂ, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଫୁଡ ପ୍ରୋସେସିଂ , ମ୍ୟାନେଜମେଂଟ, ଶିଶୁ ପୁସ୍ତକ, ସାହିତ୍ୟ ତଥା ହିନ୍ଦୀ ଭାଷାରେ ବିଭିନ୍ନ ପୁସ୍ତକ ଉପଲବ୍ଧ । ଆମ୍ଭେ ବିଭିନ୍ନ ସ୍କୁଲ, କଲେଜ ତଥା ଛାତ୍ରଛାତ୍ରୀଙ୍କୁ ପୁସ୍ତକ ମେଳା ଭ୍ରମଣ ପାଇଁ ଆମନ୍ତ୍ରିତ କରିଛୁ । ଆଶା ଏହି ମେଳାରୁ ପୁସ୍ତକପ୍ରେମୀ ଉପକୃତ ହେବେ । ଏହି ଅବସରରେ ବିପିସିଏଲ୍ ର ଆସିଷ୍ଟାଂଟ ଲାଇବ୍ରେରିଆନ୍ ଧନ୍ଵନ୍ତରୀ ପ୍ରକାଶ ତ୍ରିପାଠୀଙ୍କ ଦୁଇଟି ପୁସ୍ତକ ଲାଇବ୍ରେରି ଓଟୋମେସନ ଉଇଥ  ଓପନ ସୋର୍ସ ସଲ୍ୟୁସନ୍-କୋହା  ଓ ମ୍ୟାନେଜ ଡାଟା ଉଇଥ ଓପନ ସୋର୍ସ କଂଟେଂଟ ମ୍ୟାନେଜମେଂଟ ସିଷ୍ଟମ ବିମୋଚନ ହୋଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୁସ୍ତକ ମେଳାର ଅଧ୍ୟକ୍ଷ ପ୍ରଫେସର ମେଟ୍ଟୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଡକ୍ଟର ଗୁଂଜଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । 

 

0
0
0
s2sdefault