ହେଡଲାଇନସ୍:

ନୃସିଂହନାଥ ପୀଠରେ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲା,ଜିଲ୍ଲା  ବାହାର ତଥା ପଡୋଶୀ ରାଜ୍ୟରୁ  ପ୍ରତ୍ୟେକ ଦିନ ହେଉଛି ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ  ।

ବରଗଡ/ନିଳ ଦୀପ

ରାଜ୍ୟରେ ଥଣ୍ଡାବଢିବା ସାଙ୍ଗେସାଙ୍ଗେ ,ରାଜ୍ୟରବିଭିନ୍ନ ପର୍ଯଟନସ୍ଥଳୀ ଗୁଡିକରେ ଯମୁଛି ଲୋକଙ୍କ ବଣଭୋଜିର ଆସରା । ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ କିଛି ସମୟ ବାହାରକରି ସାଙ୍ଗସାଥୀ ଏବଂ ପରିବାରଲୋକଙ୍କ ସହିତ ମିଶି ବଣଭୋଜିକରିବାରେ ବ୍ୟସ୍ତ ଲୋକମାନେ । ସେହିଭାବରେ ବଣପାହାଡରେ ଘେରା ପଦ୍ମପୁର ଉପଖଣ୍ଡସ୍ତ ନୃସିଂହନାଥ ଠାରେ ମଧ୍ୟ ଲୋକଙ୍କ ଗହଲି ଜମୁଛି,ଏବଂ ଲୋକେ ବଣଭୋଜିକୁ  ଉପଭୋଗ କରୁଛନ୍ତି । ଜଙ୍ଗଲ ପାହାଡ ଭରା ଏହି ସ୍ଥାନରେ କୁଳୁକୁଳୁ  ନାଦରେ ବହିଯାଉଛି ଏକ ଚିରସ୍ରୋତା ଝରଣା,ଏହାସହ ରହିଛି ମହାପ୍ରଭୁ ନୃସିଂହନାଥଙ୍କ ବହୁପୁରାତନ ମନ୍ଦିର । ଏହି ପ୍ରାକୃତିକ ପରିବେଶର ସୁନ୍ଦରତା ଲୋକଙ୍କର ମନ ମୋହିନିଏ ,ତେଣୁ ପ୍ରତିବର୍ଷ ହଜାର ହଜାର ଲୋକଙ୍କ ସମାଗମ ପରିଲକ୍ଷିତ ହୋଇଥାଏ  । ସେହିକ୍ରମରେ ଏବର୍ଷ ମଧ୍ୟ ଲୋକଙ୍କ ଭିଡ ଜମୁଛି  ।ବଣଭୋଜି କରିବା ପାଇଁ ଜିଲ୍ଲା,ଜିଲ୍ଲା ବାହାରୁ ତଥା ପଡୋଶୀରାଜ୍ୟ ଗୁଡିକରୁ ଲୋକଙ୍କ ଶୁଅ ଛୁଟୁଛିା ଚିରସ୍ରୋତାଝରଣାରେ ଗାଧୋଇବା ସହ ପ୍ରଭୁ ନୃସିଂହମହାପ୍ରଭୁଙ୍କ ଦର୍ଶନ କରି ନିଜେପ୍ରସ୍ତୁତ କରିଥିବା ସୁସ୍ୱାଦୁ ଭୋଜନ ନିଜ ପରିବାର ପରିଜନ ତଥା ସାଙ୍ଗମାନଙ୍କ ସହ ଖାଇ ମଜାନେଉଛନ୍ତି  । ସ୍କୁଲ ଏବଂ ପରିବାର ସହିତ ଆସିଥିବା ଶିଶୁମାନେ ଏପରି ଏକ ବନପାହାଡ ଭରା ପରିବେଶ ଦେଖି ନିଜମନ ଭିତରୁ ଆନନ୍ଦିତ ଅନୁଭବ କରୁଛନ୍ତି  ।ପ୍ରକୃତିର ସୁନ୍ଦରତାରେ ଝୁମିବା ସହ ବିଭୋର ହେଇଯାଉଛନ୍ତ ଶିଶୁମାନେ   । ଏପରି ଏକ ପରିବେଶ ଏବଂ ପ୍ରକୃତିର ପାଦତଲେ ନିଜପରିଜନ ସହ କିଛି  ସମୟ କଟାଇବାକୁପାଇ ବୟସ୍କ ଲୋକମାନେ ମଧ୍ୟ ଖୁବ ଆନନ୍ଦ ଅନୁଭବ କରୁଛନ୍ତି  ।

            ଲୋକେ ସମୟ ଅତିବାହିତ କରିବା ପାଇଁ ବୁଲି ଦେଖିବା ସହକିଛି ସମୟ ଆନନ୍ଦରେ ଅତିବାହିତ ପାଇଁ ଏକ ଫୁଲ ପାର୍କ ସହ ବିଭିନ୍ନ ଧାର୍ମିକ ଭାବନାକୁ ନେଇ କଳାକୃତି ନିର୍ମିତ ହୋଇଛି ।ବଣଭୋଜି ପାଇଁ ଆସିଥିବା ଲୋକଙ୍କ ପରିଷ୍କାର ପରିଛନ୍ନତା ମଧ୍ୟରେ ରୋଷେଇ କରିବା,ଗାଧୋଇବା,ପିଇବା ପାଣିର ସୁବ୍ୟବସ୍ଥା ରହିଛି ଏବଂ ପାର୍କିଙ୍ଗର ମଧ୍ୟ ସୁବ୍ୟବସ୍ଥା ରହିଛି ।ଏହି ସବୁ ସୁବିଧା ସୁଯୋଗ ପାଇଁ ନୃସିଂହନାଥ ଲୋକଙ୍କ ବଣଭୋଜି ପାଇଁ ପ୍ରଥମ ପସନ୍ଦ ରହିଛି  । ଏହାସହ ନୃସଂହନାଥର କାଯ୍ୟର୍ନୀବାହି ଅଧିକାରୀ ଶ୍ରୀ ପୁରୁଷୋତମ  ପ୍ରଧାନଙ୍କ କହିବା ଅନୁସାରେ ଏବେ ଏହି ସ୍ଥାନକୁ ପ୍ରତହ୍ୟ ପାଂଚ ରୁ ଦଶ ହଜାର ଲୋକଙ୍କ ସମାଗମ ହେଉଛି ଏବଂ ନୂତନବର୍ଷ ଆଗମନରେ ଆହୁରି ଅଧିକ ଲୋକଙ୍କ ଭିଡ ହେବ ତେଣୁ ପରିଷ୍କାର ପରିଛନ୍ନତା ସହ ଯେପରି କୌଣସି ପର୍ଯଟକଙ୍କ ଅସୁବିଧା ନ ହେବ ସେଥିପ୍ରତି ପ୍ରାଧାନ୍ୟ ଦେଉଥିବା ପ୍ରକାଶ କରିଛନ୍ତି  । 

            ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ନୃସିଂହନାଥକୁ ବ୍ୟସ୍ତବହୁଳ ଜୀବନରେ ପରିବାର ବା ବନ୍ଧୁବର୍ଗଙ୍କ ସହ କିଛି ଫୁରସତର କିଛି ମୁହୁର୍ତ ଏକାଠି କଟାଇ ଜୀବନକୁ ଖୁସ ିଓ ଆନନ୍ଦରେ ପରିପୂର୍ଣ୍ଣ କରିବା ପାଇଁଁ ଲୋକେ ତାଙ୍କର ପ୍ରଥମ ପସନ୍ଦ ରୂପେ ବାଛିନେଉଛନ୍ତି  ।

0
0
0
s2sdefault