ହେଡଲାଇନସ୍:

'ସ୍ୱୟଂସିଦ୍ଧା' ପତ୍ରିକା ଉନ୍ମୋଚିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବରପାଲି/ଶାସକ ପ୍ରଶାସକ: ବରପାଲି କବି ଭବନଠାରେ ସ୍ୱୟଂସିଦ୍ଧା ପତ୍ରିକା ଉନ୍ମୋଚିତ ହୋଇଛି । କୌସ୍ତୁଭ ବୁଦ୍ଧିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସମାଜସେବୀ ବୃନ୍ଦାବନ ବିହାରୀ ଦାଶ,ସମ୍ମାନିତ ଅତିଥି ସ୍ୱଭାବକବିଙ୍କ ପ୍ରପୌତ୍ର ମହେନ୍ଦ୍ର ମେହେର, ରୋହିତ ରଣା ପ୍ରମୁଖ ଯୋଗଦେଇ ପତ୍ରିକାକୁ ଉନ୍ମୋଚିତ କରିଥିଲେ । ଏହି ଅବସରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ବଲପୁର ପକ୍ଷରୁ ସମ୍ମାନଜନକ ଉପାଧି ପାଇବା ପାଇଁ ମନୋନୀତ ହୋଇଥିବା ବିଶିଷ୍ଟ ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେରଙ୍କୁ ସମ୍ବର୍ଦ୍ଧନା  ଜ୍ଞାପନ କରାଯାଇଥିଲା । ସ୍ୱୟଂସିଦ୍ଧା ପାଉଣ୍ଡେସନ୍ ର ମ୍ୟାନେଜିଂ ଟ୍ରଷ୍ଟି ଡ.ସୁଶୀଳ କୁମାର ବାଗ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ସ୍ୱୟଂସିଦ୍ଧା  ପତ୍ରିକାର ସଂପାଦକ ଡ.ସୁଶୀଳ କୁମାର ବାଗ ରହିବା ବେଳେ ଉପଦେଷ୍ଟା ଭାବେ ଡ.ମଣୀନ୍ଦ୍ର କୁମାର ମେହେର ଓ କୌସ୍ତୁଭ ବୁଦ୍ଧିଆ ରହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବରପାଲିର ବାନ୍ଧଶିଳ୍ପୀ କ୍ଷେତ୍ରମୋହନ ମେହେର,ଶୁକମୁନି ମେହେର,ରମାକାନ୍ତ ତ୍ରିପାଠୀ, ହେମାଙ୍ଗିନୀ ଦାଶ,ବିଜେପୁରର ଦିନେଶ ଅଗ୍ରୱାଲ, ପାଇକମାଲର ବିଜୟ ପ୍ରଧାନ,ବଲାଙ୍ଗୀରରୁ ଜ୍ୟୋତିରଂଜନ ମିଶ୍ରଙ୍କ ସମେତ ବହୁ କବି,ଲେଖକ ଓ ସାହିତ୍ୟ ପ୍ରେମୀ ଯୋଗଦେଇଥିଲେ । ଶେଷରେ ଅଧ୍ୟାପକ ଚିନ୍ମୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault