କଂସ ଭୂମିକାରେ ଅବତୀର୍ଣ ହେବେ ବିଶ୍ୱ ପ୍ରସିଦ୍ଧ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ହୃଷିକେଶ ଭୋଇ
||ଗାଇସିଲେଟ/କେଦାର ନାଥ ସାହୁ||
ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲିର ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ ସଂପୂର୍ଣ୍ଣ ହୋଇଯାଇଛି । ପୁଣି ଶୁଣିବାକୁ ମିଳିବ ତାଲପାଲି ଧନୁଯାତ୍ରା ମଞ୍ଚ ଉପରେ ମହାରାଜ କଂସଙ୍କର ଲୋମହର୍ଷଣକାରୀ ସଂଳାପ । ମଞ୍ଚ ପୁଣି ଏବର୍ଷ ଝିଲିମିଲି ଆଲୋକରେ ସଜେଇ ହବ। ରମ୍ଭା,ମେନକା,ଉର୍ବସୀଙ୍କ ରୁଣୁଝୁଣ ନୃତ୍ୟ ବିମୁଗ୍ଧ କରିବ ଦର୍ଶକ ମାନଙ୍କୁ କଂସ ବରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ତାଲପାଲି ଗ୍ରାମ ପଞ୍ଚାୟତ ପରିସରରୁ ଏକ ଶୋଭାଯାତ୍ରା ବାହାରି ଦୁଲୁଦୁଲି ବାଜାସହ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଏ ବର୍ଷ କଂସ ଭୂମିକାରେ ମଞ୍ଚାସିନ ହେବେ ଶ୍ରୀଯୁକ୍ତ ହୃଷିକେଶ ଭୋଇ । କମିଟିର ସଭାପତି ଶ୍ରୀ ମୋତିଲାଲ ସାହୁ, ସଂପାଦକ ଚୈତନ୍ୟ ସାହୁ, କୋଷାଧ୍ୟକ୍ଷ ନୀଳକଣ୍ଠ ସାହୁ,ଉପ ସଭାପତି ନାରଦ ବରିହା, ସହ ସଂପାଦକ ନୀଳମଣି ବରିହା,ପ୍ରଜେକ୍ଟ ଲିଡର ଭିଷ୍ମଦେବ ମହାନ୍ତି,ଉପଦେଷ୍ଟା କମିଟିର ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପ୍ରଣୟ କୁମାର ସାହୁ, ଦେବେନ ଯୋଷି, କୃଷ୍ଣ ସାହୁ, ପାଣ୍ଡବ ସାହୁ,ଦିନ ସାହୁ, ଶଙ୍କର ସାହୁ, ସରୋଜ ପଟେଲ,ଶନି ବରିହା,ଅଶୋକ ଦାଶ, ଗିରିଧାରୀ ସାହୁ,ସତ୍ୟ ସାହୁ, ସାମ୍ବାଦିକ ସଂଜିବ ପୁରୋହିତ, ଝସକେତନ ସାହୁଙ୍କ ସମେତ ଶାସକ ପ୍ରଶାସକର ସାମ୍ବାଦିକ କେଦାର ନାଥ ସାହୁ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଜଗନ୍ନାଥ ମନ୍ଦିରର ପରିସରରେ କଳାକାର ବରଣ କରାଯାଇଥିଲା । ଏଥିରେ ବିଶ୍ୱ ପ୍ରସିଦ୍ଧ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ହୃଷିକେଶ ଭୋଇଙ୍କୁ ଧନୁଯାତ୍ରା କମିଟି ତରଫରୁ ଯାତ୍ରା କମିଟିର ସଭାପତି ଶ୍ରୀ ମୋତିଲାଲ ସାହୁ କଂସ ଭୂମିକା ପାଇଁ ବରଣ କରିଥିଲେ । ଉଗ୍ରେସେନ ଭୂମିକା ପାଇଁ ବୋଡାସମ୍ବର ମାଟିରେ ପ୍ରସିଦ୍ଧି ଲାଭ କରିଥିବା ମଞ୍ଚ କଳାକାର ଚୈତନ୍ୟ ସାହୁଙ୍କୁ କମିଟିର କୋଷାଧ୍ୟକ୍ଷ ନୀଳକଣ୍ଠ ସାହୁ ବରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଲପାଲି, ଖୁଣ୍ଟପାଲି ସମେତ ତାଲପାଲି ପଞ୍ଚାୟତର ଆବାଳ ବୃଦ୍ଧବନିତା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।ଚଳିତ ବର୍ଷ ଧନୁଯାତ୍ରା ଆସନ୍ତା ତା୨୫/୦୧/୨୦୧୯ରିଖ ରୁ ଆରମ୍ଭ ହୋଇ ତା୪/୦୨/୨୦୧୯ରିଖ ଦୀର୍ଘ ଏଗାର ଦିନଧରି ଚାଲିବ |