ଭଦ୍ରକ ଗାନ୍ଧି ପଡିଆରେ ହେବ ୫ମ ଭଦ୍ରକ ଜିଲ୍ଲା ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ଶାସକ ପ୍ରଶାସକ) : ଆସନ୍ତା ଜାନୁୟାରୀ ୫ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ମହୋତ୍ସବ ଐତିହାସିକ ଗାନ୍ଧି ପଡିଆ ଠାରେ ଆରମ୍ଭ ହେବ । ଭଦ୍ରକ ଜିଲ୍ଲା ମହୋତ୍ସବ ଟ୍ରଷ୍ଟବୋର୍ଡ ଆନୁକୁଲ୍ୟରେ ଅନୁଷ୍ଠିତ  ହୋଇ ଆସୁଥିବା ଏହି ମହୋତ୍ସବ  ୫ମ ବର୍ଷରେ ପଦାର୍ପଣ କରିଛି । ୧୧ଦିନ ବ୍ୟାପି ଆରମ୍ଭ ହେବାକୁ ଥିବା ସାଂସ୍କୃତିକ ସମାରୋହରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସୁନାମଧନ୍ୟ କଳାକାର ଏବଂ ବ୍ୟାବସାୟୀମାନେ ଯୋଗଦେବେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରେରିତ ବିଭିନ୍ନ ସାଂସ୍କୃତିକ ସଂଗଠନ,ମେଲୋଡି,ସିନେ କଳାକାର,ଗୀତିକାର,ନାଟ୍ୟକାର,ଯାତ୍ରା କଳାକାର,ସଂଗୀତ ନିର୍ଦ୍ଦେଶକ ,ହାସ୍ୟ ଭିନେତାଙ୍କ ସମେତ ଭଦ୍ରକ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ସଂଗଠନଙ୍କ ଦ୍ୱାରା ଶିଶୁ ପ୍ରତିଭା ସେମାନଙ୍କର କଳା ପ୍ରଦର୍ଶନ କରିବେ ବୋଲି କମିଟି ସୂଚନା ଦେଇଛି । ସେହିପରି ମୀନା ବଜାର , ବିଭିନ୍ନ ଖେଳକୁଦ ସମେତ ଦୋକାନ ବଜାର ଲାଗିବ ଯାହାର ମଜା ନେବେ ଭଦ୍ରକବାସୀ ।  ଉତ୍ସବ ଆୟୋଜନର ଅବ୍ୟବହିତ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଉତ୍ସବକୁ ଭଦ୍ରକ ବାସୀଙ୍କ ପାଇଁ କେମିତି ଅଧିକ ଆକର୍ଷଣୀୟ ଓ ସୁବ୍ୟବସ୍ଥିତ  କରିହେବ ସେ ବିଷୟରେ ବ୍ୟାପକ ତର୍ଜ୍ଜମା କରାଯାଇଥିଲା |  ଆଇନଜୀବୀ ତଥା କମିଟିର ସଂପାଦକ ଶ୍ରୀକାନ୍ତ ତ୍ରୀପାଠୀ,ସଭାପତି ପଣ୍ଡିତ ଦୈତ୍ୟାରୀ ମହାପାତ୍ର,ଆବାହକ ତଥା ମୁଖ୍ୟ ସଂଯୋଜକ ସାମ୍ବାଦିକ ସତ୍ୟଭୂଷଣ ସ୍ୱାମୀ,କାର୍ଯ୍ୟକାରୀ ସଭାପତି ଦୁର୍ଗା ଶଂକର ବିଶ୍ୱାଳ,ସଂଗଠନ ସଂପାଦକ ଚର୍ଚ୍ଚିକା ପ୍ରସାଦ ମହାପାତ୍ର,ଯୁଗ୍ମ ସଂପାଦକ ରାକେଶ ଦାସ,ସାଂସ୍କୃତିକ ସଂଯୋଜକ ରଶ୍ମିତା ଦାଶ,ସମାଜସେବୀ ତଥା ମାନବାଧିକାର ସଂଗଠନର ସଭାପତି ରାଜଲକ୍ଷ୍ମୀ ମହାପାତ୍ର,ସାମ୍ବାଦିକ ଜ୍ଞାନପ୍ରକାଶ ପାଣି,ସଂଗୀତ ନିର୍ଦ୍ଦେଶକ  ତଥା ଯୁବ କଣ୍ଠ ଶିଳ୍ପୀ ରୁଦ୍ର ମାଧବ,କୁମାର ଗୈାତମ ,ସେଖ.ଫଇଜାନ କାଦରୀ ,ଗୋବିନ୍ଦ ସାହୁ,ମାନସ ପଣ୍ଡା,ବାଦଲ ମୁଖି ,ଆଇନଜୀବୀ କିଶୋର ବଳ,ସରୋଜ ଦାସ,ସନାତନ ଜେନା, କୃତ୍ତିବାସ ଜେନା, ଶାନ୍ତନୁ ମଲ୍ଲିକ,ଦିଲ୍ଲିପ ନାୟକ,ପ୍ରକାଶ ଜେନା,ବିଜୟ କୁମାର ପତି,ଅଶୋକ ମୋହନୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହୋତ୍ସବକୁ ମନଭରି ଆନନ୍ଦ ନେବାକୁ କମିଟି ପକ୍ଷରୁ ଭଦ୍ରକବାସୀଙ୍କୁ ନିବେଦନ କରାଯାଇଛି । 

0
0
0
s2sdefault