ଓଡିଶୀ ସଙ୍ଗୀତ ସମାରୋହ : ଗୁରୁ ନିମାକାନ୍ତ ସମ୍ବର୍ଦ୍ଧିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗୌରହରି ପାଠାଗାର ଠାରେ ଭକ୍ତିସଙ୍ଗୀତ ସଂସଦ ଦ୍ୱାର ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକଉତ୍ସବ ତଥା ଓଡିଶୀ ଭାଷା ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ତୀର୍ଥବାସୀ ପଣ୍ଡାଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ନିମାକାନ୍ତ ରାଉତରାୟ ଯୋଗଦେଇ ଥିବା ବେଳେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ଉଦ୍‍ଘାଟନ କରିଥିଲେ । ବିଦ୍ୟାଳୟର ବାର୍ଷିକ ବିବରଣୀ କୁଞ୍ଜ ବିହାରୀ ବଡକୁମର ପାଠ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡିଶୀ ସଙ୍ଗୀତ ପରିବେଷଣ କରାଯାଇଥିଲା ।  ରଘୁନାଥ ପାତ୍ର, ଗୁରୁଶ୍ରୀବିଜୟ କୁମାର ପ୍ରଧାନ, ଅତିଥି କଳାକାର , ସୁଶ୍ରୀ ପ୍ରଣତି ପାତ୍ର ଓଡିଶା ସଙ୍ଗୀତ ଗାନ କରିଥିଲେ । ବାଦ୍ୟଯନ୍ତ୍ରରେ  ରଘୁନାଥ ସ୍ୱାଇଁ,  ଗୋପାଳକୃଷ୍ଣ ପଟ୍ଟନାୟକ, ଇତ୍ୟାଦି ସହଯୋଗ କରିଥିଲେ ।  ଏହି ପରିପ୍ରେଷୀରେ ନିମାକାନ୍ତ ରାଉତରାୟଙ୍କୁ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ  ସମ୍ୱର୍ଦ୍ଧନା କରାଯାଇଥିଲା । ମନୋଜ ପାଢୀ ସଂଯୋଜନା କରିଥିବା ବେଳେ ପରିଶେଷରେ ସମସ୍ତଙ୍କୁ ରାଜେନ୍ଦ୍ର କୁମାର ରଥ, ପୂର୍ଣ୍ଣଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault