"ସେ ଥିଲେ ପ୍ରାଚୀନ କଳା, ସଂସ୍କୃତି ସାହିତ୍ୟର ଅପାଠୋଇ ପୂଜାରିଣୀ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାରୀ କବି ମା ତମାଳିନୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଶ୍ରୀକରଣସାହି ସ୍ଥିତ ରାଧାମୋହନ ମନ୍ଦିର ପ୍ରାଙ୍ଗଣଠାରେ ବ୍ୟବସାୟୀ ଗୌରହରି ପଟ୍ଟନାୟକଙ୍କ ମାତା ସ୍ୱର୍ଗତ ତମାଳିନୀ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଅଲିଭା ସ୍ମୃତିର ଅମୃତ ପଥଯାତ୍ରୀ ମା ତମାଳିନୀଙ୍କ ପାଥିବ ଜୀବନର ଅପାସୋରା ମୁହୂର୍ତ୍ତ ସରିଯାଇଛି  । ସେ ଥିଲେ ସରଳତାର ମୂର୍ତ୍ତିମନ୍ତ ପ୍ରତୀକ, କର୍ମଯୋଗୀ ଅଜାତଶତ୍ରୁ, ଅବିସ୍ମରଣୀୟ ଧର୍ମାତ୍ମା , ବିନମ୍ରତାର ପ୍ରତୀକ ନିର୍ବିବାଦୀୟ ଅମାୟିକ ବର୍ଷିୟାନ ମହିଳା । ପ୍ରାଚୀନ କଳା, ସଂସ୍କୃତି ସାହିତ୍ୟର ଅପାଠୋଇ ପୂଜାରିଣୀ । ଜଣେ ନାରୀ କବି ଭାବେ ତାଙ୍କରି ସ୍ଥାନ ବହୁ ଉଚ୍ଚରେ । ସେ ଏବେ ଅଦେଖା ଅଜଣା ଅଫେରା ରାଇଜର ନିମନ୍ତ୍ରିତ ଅତିଥି ବିଧି  ନିର୍ଦ୍ଦେଶିତ ନିଷ୍ପତିକୁ ସ୍ୱୀକାର କରି ସେ ଆମକୁ ଛାଡି ଚାଲିଯାଇଛନ୍ତି  । ସଙ୍କଟ ମୁହୂର୍ତ୍ତକୁ କିଭଳି ଭାବେ ଅସିମ ଧୈର୍ଯ୍ୟ ଓ ସାହାସର ସହିତ ମୁକାବିଲା କରିବାକୁ ପଡିବ ତାହା ହୃଦୟ ଭାଷାରେ ବୁଝାଇଥିଲେ ପାଠାଗାରର ସଭାପତି  ଜଗନ୍ନାଥ ମିଶ୍ର ସମ୍ପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ , କୈଳାସ ପଟ୍ଟନାୟକ, ରବି ନାରାୟଣ ଚୌଧୁରୀ ପ୍ରଭୃତି । ପାଠାଗାରର ଉପସଭାପତି ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କର ବାର୍ତ୍ତା ଥିଲା ଜନ୍ମଯାତ୍ରୀ ମାର କୌଣସି ବିକଳ୍ପ ନାହିଁ । ସେ ଚୀରପୂଜ୍ୟ ଓ ନମସ୍ୟ ସ୍ୱର୍ଗ ଠାରୁ ମହାନ୍‍ ଏବଂ ସଦାସର୍ବଦା ସ୍ମରଣୀୟ । ତାଙ୍କର ନିଃସର୍ତ୍ତ ସମର୍ପିତ ଦୁଷ୍ଟାନ୍ତ ଜଣେ ଦରଦି ମଣିଷକୁ ନିଶ୍ଚୟ ସାନ୍ତ୍ୱନା ଦେଉଥିବ ଏଥିରେ ସନ୍ଦେହ ନାହିଁ । ବାସାଂସି ଜୀର୍ଣ୍ଣାନୀ ଯଥା ବିହାୟ ଅର୍ଥାତ୍‍ ମୃତ୍ୟୁ ଆମକୁ ସୁଯୋଗ ଦିଏ ଗୋଟିଏ ଶରୀର ତିଆରି କରି ଆଉ ଗୋଟିଏ ନୂତନ ଶରୀର ଧାରଣ କରିବାକୁ । ଅବିନଶ୍ୱର ଆତ୍ମାର ବିକାଶ ପାଇଁ ଗୋଟିଏ ଶରୀର ଆବଶ୍ୟକ ପଡେ । ଏକଥା ଆମେ ଅସ୍ପଷ୍ଟ ତଥାପି ମା ତୁମେ ଯେଉଁଠି ଥାଅ ନା କାହିଁକି ଆମ ପ୍ରତି ପରୋକ୍ଷରେ ଆଶୀର୍ବାଦ ଦେଉଥିବ । ଆପଣଙ୍କ ପରିବାର ପ୍ରତି ଭଗବାନ ସହାୟ ହୁଅନ୍ତୁ ଧୈର୍ଯ୍ୟ ଦିଅନ୍ତୁ ପରିବାର ଆଗଭଳି ସୁଖଶାନ୍ତି ଅବ୍ୟାହତ ରହିଥାଉ । ଏକଥା ବଖାଣି ଥିଲେ ଅରବିନ୍ଦ ଦାଶ , ନୃସିଂହ ଚରଣ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ,ପ୍ରମୋଦ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ପଟ୍ଟନାୟକ, ରାକେଶ ମହାନ୍ତି, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଶରତ ପଟ୍ଟନାୟକ,ହରିକୃଷ୍ଣ ପାତ୍ର, ଜୟକୃଷ୍ଣ ପଟ୍ଟନାୟକ ଏବଂ ଦେବେନ୍ଦ୍ର ନାଥ ପଟ୍ଟନାୟକ ।  

 

 

 

0
0
0
s2sdefault