ଓଡ଼ିଆ କଥା-ସାହିତ୍ୟକୁ ଭଦ୍ରକର ଦାନ ଅତୁଳନୀୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୫ମ ସାଳନ୍ଦୀ ବହିମେଳାର ଷଷ୍ଠ ସୃଜନ ସନ୍ଧ୍ୟା

ଭଦ୍ରକ, (ସତ୍ୟ ଭୂଷଣ ସ୍ୱାମୀ )  - ଓଡ଼ିଆ କଥା-ସାହିତ୍ୟର ରସସିକ୍ତ ପଲ୍ଲବିତ ପରମ୍ପରାରେ ଭଦ୍ରକ ମାଟିର କଥାଶିଳ୍ପୀଙ୍କ ଯୋଗଦାନ ପ୍ରଣିଧାନଯୋଗ୍ୟ । ଚିନ୍ତାମଣି, ଲକ୍ଷ୍ମୀକାନ୍ତ, ଭାଗିରଥି ମହାପାତ୍ର, ଉଦୟନାଥ ମହାନ୍ତି, ବୈଷ୍ଣବ ଚରଣ ଦାସ ପ୍ରମୁଖଙ୍କ ଠାରୁ ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ ମହାପାତ୍ର, ବିଭୂତି ଭୂଷଣ ଓ ଲକ୍ଷ୍ମୀନାରାୟଣଙ୍କ ସମେତ ହୃଷିକେଶ ପଣ୍ଡା ପ୍ରବୃତ୍ତି କଥାକାରଙ୍କ ପର୍ଯ୍ୟନ୍ତ ସ୍ରଷ୍ଟାମାନେ ଓଡ଼ିଆ ସାହିତ୍ୟର ଗଳ୍ପ ଓ ଉପନ୍ୟାସକୁ ସମୃଦ୍ଧ କରିଆସିଛନ୍ତି ବୋଲି ମନମୋହନ ସଂଗୀତ ପରିଷଦ ପରିସରରେ ଡିସେମ୍ବର ୨୧ ଯାଏ ଆୟୋଜିତ ସାଳନ୍ଦୀ ବହିମେଳାର ଷଷ୍ଠ ସୃଜନ ସନ୍ଧ୍ୟାରେ ଆଜି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପ୍ରଫେସର ଶୈଳେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ “କଥାସାହିତ୍ୟ : ଭଦ୍ରକ ପ୍ରସଙ୍ଗ” ଆଲୋଚନା ଚକ୍ରରେ ଡ. ଜୟନ୍ତ କୁମାର ଦାସ ଓ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯଥାକ୍ରମେ ଗଳ୍ପ ଓ ଉପନ୍ୟାସ ବିଷୟରେ ଆଲୋଚନା କରିଥିବାବେଳେ କଥାକାର ଡ. ରାଧା ବିନୋଦ ନାୟକ ଓ ପ୍ର. ଝରଣା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ କଥା ସାହିତ୍ୟର ପରମ୍ପରା ଓ ଗଳ୍ପ ସାହିତ୍ୟ ସଂପାଦନାରେ ଭଦ୍ରକର ସ୍ୱାତନ୍ତ୍ର୍ୟ ଉପରେ ଆଲୋକପାତ କରିଥିଲେ । ଧାନଫୁଲର ସଂପାଦକ ସୀତାକାନ୍ତ ପତ୍ରୀ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ଶିବ ଚରଣ ଖାମୁରାଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ହରମୋହନ କୁଅଁରଙ୍କ “ଆହତ ପକ୍ଷୀର ବିଳାପ” ଗଳ୍ପପୁସ୍ତକ ଲୋକାର୍ପିତ ହୋଇଥିଲା । ଅଭିଜିତ୍ ନାୟକଙ୍କ ପରିଚାଳନାରେ ଅପରାହ୍ନର କୁଇଜ୍ ପ୍ରତିଯୋଗିତା ଏବଂ ସଭା ପରେ ଦୀପ୍ତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଜୁନୁନ୍ ଅକ୍ରେଷ୍ଟା ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲା । କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ପଣ୍ଡା, ଇଂ ବିମ୍ବାଧର ବ୍ରହ୍ମ, ନାସିର ବକ୍ସ, ସୁଚିତ୍ରା ପାଣିଗ୍ରାହୀ, ବସୁମିତ୍ରା ସାହୁ, ପ୍ରଫୁଲ୍ଲ ନାୟକ, କିଶୋର ପାଣିଗ୍ରାହୀ, ଡାକ୍ତର ବିକାଶ ନନ୍ଦ, ସୁବାଷ ସାହୁ ଓ ଶାନ୍ତନୁ କୁମାର ରାଉତ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । 

0
0
0
s2sdefault