"ପୁସ୍ତକ ଜୀବନର ଚଲାପଥକୁ କୁସୁମିତ କରେ'

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଳିଙ୍ଗନଗର ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟା

ଯାଜପୁରରୁ ସୁବାସ ଚନ୍ଦ୍ର ନାୟକ : ସ୍ଥାନୀୟ ରାଜୀବ ଗାନ୍ଧୀ ଷ୍ଟାଡିୟମ ପରିସରରେ ଚାଲିଥିବା ୫ମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଓ ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଯୋଗଦେଇ ପୁସ୍ତକ ଜୀବନର ଚଲାପଥକୁ କୁସୁମିତ କରେ; ପୁସ୍ତକ ବିନା ସାମାଜିକ ଜୀବନର ପରିକଳ୍ପନା ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା ଗାନ୍ଧୀ ଫୋରମର ଅଧ୍ୟକ୍ଷା ଡକ୍ଟର ରୀନା ରାଉତରାୟ, ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଗୀତିକାର ବୃନ୍ଦାବନ ଜେନା, ପ୍ରାକ୍ତନ ନଗରପାଳ ହୃଷୀକେଶ ରାଉତ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ  କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଭୂ-ଅର୍ଜନ ଅଧିକାରୀ ସପନ କୁମାର ନନ୍ଦ, ବ୍ୟାସନଗର ତହସିଲଦାର ନିରଞ୍ଜନ ବେହେରା, ନାରୀନେତ୍ରୀ ଜୟନ୍ତୀ ଜେନା, ଡକ୍ଟର ସଂଯୁକ୍ତା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । କଳିଙ୍ଗନଗର ପୁସ୍ତକମେଳାର ସଭାପତି ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉତ୍ସବରେ ସାମ୍ବାଦିକ ବାବୁରାମ ଜେନା, ସାମ୍ବାଦିକ ଜୟଶଙ୍କର ଦାଶ, ଶିକ୍ଷାବିତ୍ ଉପେନ୍ଦ୍ରନାଥ ବେଉରିଆ, କ୍ରୀଡ଼ାବିତ୍ ଦୁଃର୍ଵଧନ  ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଭ୍ୟର୍ଥନା କମିଟିର ଉପାଧ୍ୟକ୍ଷ ବିବେକାନନ୍ଦ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କାର୍ଯ୍ୟକାରୀ ସମ୍ପାଦକ ପବିତ୍ରରଞ୍ଜନ ମହାନ୍ତି ବିବରଣୀ ପାଠ କରିଥିଲେ । ସଂଯୋଜକ ପ୍ରଫେସର କୁଶଚନ୍ଦ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ଜ୍ଞାନରଞ୍ଜନ ରାଉତ, ପରମାନନ୍ଦ ସେଠୀ, ଚନ୍ଦ୍ରମଣି ସାମଲ, ଉପେନ୍ଦ୍ର ମହାନ୍ତି, ବୀରକିଶୋର ସାହୁ, ଲୋକନାଥ ରାଉତ, ଅଶୋକ ଖିଲାର, ଦାମୋଦର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକାରୀ ସଭ୍ୟା ଯୁଗପ୍ରଭା ସାବତ ଧନ୍ୟବାଦ ଅର୍ପଣ କରିଥିଲେ 

0
0
0
s2sdefault