ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ସୁବାଷ ସାହୁଙ୍କ ଫିଲ୍ମ ମାଲ୍ଟା ଚଳଚ୍ଚିତ୍ର ଉତ୍ସବ ନିମନ୍ତେ ମନୋନୀତ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଓଡ଼ିଆ ପୁଅଙ୍କ କମାଲ୍ । ବଲିଉଡ୍ର ପ୍ରଖ୍ୟାତ୍ ସାଉଣ୍ଡ ଇଞ୍ଜିନିୟର ସୁବାଷ ସାହୁଙ୍କର ଡକ୍ୟୁମେଂଟାରୀ ଫିଲ୍ମ “ଦି ସାଉଣ୍ଡ ମ୍ୟାନ୍ ମଙ୍ଗେସ୍ ଦେଶାଇ” ମାଲ୍ଟା ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ରେ  ପ୍ରଦର୍ଶିତ ହେବାର ସୁଯୋଗ ପାଇଛି । ଏହି ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେବା ପାଇଁ ସୁବାଷ ସାହୁ ଏବଂ ତାଙ୍କ ପ୍ରଯୋଜିକା ପତ୍ନୀ ସୁପ୍ରଭା ସାହୁ ମାଲ୍ଟା, ଇଟାଲୀକୁ ଯାତ୍ରା କରିଛନ୍ତି । ପ୍ରଖ୍ୟାତ ସାଉଣ୍ଡ ଇଞ୍ଜିନିୟର ମଙ୍ଗେସ୍ ଦେଶାଇଙ୍କ ଉପରେ ଆଧାରିତ ଏହି ଡକୁ୍ୟମେଂଟାରୀ ଫିଲ୍ମଟିକୁ ଶ୍ରୀ ସୁବାଷ ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ସାଉଣ୍ଡ ଆସୋସିଏସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ଏବଂ ସୁପ୍ରଭା ସାହୁଙ୍କ ଦ୍ୱାରା ପ୍ରଯୋଜନା କରାଯାଇଛି । 

ପୂର୍ବରୁ ଏହି ଚଳଚ୍ଚିତ୍ରଟି  “ମାମି-୨୦୧୮” ଚଳଚ୍ଚିତ୍ର ଉତ୍ସବରେ ବେଶ୍ ଆଦୃତି ଲାଭ କରିଥିଲା । ଶ୍ରେଷ୍ଠ  ୫ଟି ଭାରତୀୟ ଚଳଚ୍ଚିତ୍ର ମଧ୍ୟରେ ସୁବାଷ ସାହୁଙ୍କ ଏହି ଡକୁ୍ୟମେଂଟାରୀ ଚଳଚ୍ଚିତ୍ରଟି ଏହି ଉତ୍ସବରେ ସ୍ଥାନୀତ ହୋଇଥିଲା । ସେହିପରି ଜାନୁଆରୀ ମାସରେ ଅନୁଷ୍ଠିତ  ହେବାକୁ ଥିବା ଜୟପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ‘ଦ ସାଉଣ୍ଡ ମ୍ୟାନ୍ ମଙ୍ଗେସ୍ ଦେଶାଇ’ ଫିଲ୍ମଟି ପ୍ରଦର୍ଶିତ ହେବା ନିମନ୍ତେ ମନୋନୀତ ହୋଇଛି । ଏହି ଚଳଚ୍ଚିତ୍ରରେ ବଲିଉଡ୍ର ନିଦେ୍ର୍ଧଶକ ବିନୋଦ ଚୋପ୍ରା, ସୁଭାଷ ଘାଇ, ରମେଶ ସିପ୍ପି ଏବଂ ଅଭିନେତା ରଣଧୀର କପୁର ମଧ୍ୟ ସାମିଲ୍ ହୋଇଛନ୍ତି । 

କେନ୍ଦ୍ରାପଡା ଜିଲ୍ଲା ବଲୁରିଆ ପଂଚାୟତର ଅରାଜି ଗ୍ରାମର ସ୍ୱର୍ଗତଃ ଆଦିକନ୍ଦ ସାହୁଙ୍କର କନିଷ୍ଠ  ପୁତ୍ର ସୁବାଷ ସାହୁ ବଲିଉଡ୍ ଏବଂ ହଲିଉଡ୍ରେ ସାଉଣ୍ଡ ଇଞ୍ଜିନିୟର ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ‘ଓଁକାରା’ ଏବଂ ‘କମିନେ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଫିଲ୍ମଫେୟାର୍ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ଓଡ଼ିଆ ଚଳଚ୍ଚିତ୍ର ‘ନୀଳମାଷ୍ଟ୍ରାଣି’, ‘ତୁମକୁ ପାରୁନି ତ ଭୁଲି’ ଏବଂ ‘ମିମାଂସା’ ପାଇଁ ତାଙ୍କୁ ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । 

ସେ ସାଉଣ୍ଡ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଆଇଏମ୍ପିଟିଏସ୍ଇଏ)ର ସାଧାରଣ ସମ୍ପାଦକ ରହିଥିବା ବେଳେ ଓସ୍କାର-୨୦୧୧ରେ ଭାରତୀୟ ଫିଲ୍ମର ସ୍କ୍ରିନିଂ ନିମନ୍ତେ ସେ ଜୁରୀ ମେମ୍ବର ଭାବେ ରହିଛନ୍ତି । ନିକଟରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ପ୍ରସ୍ତୁତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ହାଲୋ ଆର୍ସି’ ର ସେ ସାଉଣ୍ଡ ରେକର୍ଡିଷ୍ଟ ଥିଲେ । 

 

0
0
0
s2sdefault