ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଶ୍ରୀକରଣ ସାହି ସ୍ଥିତ ରାଧାକାନ୍ତ ମନ୍ଦିର ପ୍ରାଙ୍ଗଣରେ ନିତ୍ୟାନନ୍ଦ ପାଠାଗାରର ପଞ୍ଚମ ବାର୍ଷିକୀ ମହୋତ୍ସବ ଆଡମ୍ୱର ସହକାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମିଶ୍ରଙ୍କ ସଭାପତିତ୍ୱରେ ଗଜପତି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ମୁଖ୍ୟ ଅତିଥି ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପାରଳା ବିଧାୟକ କେ.ସୁରିଆ ରାଓ , ସମ୍ପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ, ଭୁବନେଶ୍ୱର ପଟ୍ଟନାୟକ ଯୋଗଦେଇଥିବା ବେଳେ ଡକ୍ତର ଭାରତୀ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ କରିଥିଲେ । ମା ମାଟି ମାତୃଭୁମିର ସୁରକ୍ଷାର ଆମ ଭାଷାର ସ୍ୱାଭିମାନକୁ ସର୍ବଦା ଜୀବନଠୁ ଅଧିକ ଭଲ ପାଇବା କହିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଚିତ୍ରା ନନ୍ଦ ବେବର୍ତ୍ତା । ଏହି ଅବସରରେ ଗ୍ରାହକ ଦେବେନ୍ଦ୍ର ନାଥ ପଟ୍ଟନାୟକ, ଡାକ୍ତର ଭାରତୀ ପାଣିଗ୍ରାହୀ, କୈଳାସ ଚନ୍ଦ୍ର ପଟ୍ଟନାୟକ ସମ୍ୱର୍ଦ୍ଧିତ ପ୍ରତିଭା ପ୍ରଦାନ କରାଯାଇଥିଲା । ଏଥିପୂର୍ବୁର ପ୍ରାଥମିକବିଦ୍ୟାଳୟ ଠାରୁ ମହିବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଭାଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ମଞ୍ଚାସୀନ ଅତିଥି ମାନେ । ପରିଶେଷରେ ହିରାଚାନ୍ଦ ପଟ୍ଟନାୟକଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡିଶୀ ନୃତ୍ୟ, ଶାସ୍ତ୍ରୀୟ ସଙ୍ଗୀତ, ସମ୍ୱଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ।