ହେଡଲାଇନସ୍:

ବରାହନାଥ ପୀଠରେ ମୁରୁଜ ପ୍ରତିଯୋଗୀତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନେମାଳ: ଜନାର୍ଦ୍ଦନପୁର  ପଂଚାୟତ ମାରଡ଼ା ଗ୍ରାମରେ ଚିତ୍ରୋତ୍ପଳା  ନଦୀ ତଟରେ ଅବସ୍ଥିତ ସର୍ବ ପୁରାତନ ବରାହନାଥ ମନ୍ଦିର ପ୍ରାଙ୍ଗଣରେ ୭ ଦିନ ଧରି ଭାଗବତ ପରାୟଣ, ଭଜନ ସଂକୀର୍ତ୍ତନ ଆଦି ଅନୁଷ୍ଠିତ  ହୋଇଥିଲା । ସ୍ଥାନୀୟ ଝିଅ ମାନଙ୍କୁ ନେଇ ଏକ ମୁରୁଜ ପ୍ରତିଯୋଗୀତା ଅନୁଷ୍ଠିତ  ହୋଇଥିଲା । ଏହି ପ୍ରତିଯୋଗୀତାରେ ବଳରାମପୁର ବିଦ୍ୟାପୀଠର ଛାତ୍ରୀ ପିୟଙ୍କା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଜୟଲକ୍ଷ୍ମୀ ବରାଳ ଦ୍ୱିତୀୟ ଓ ତପସ୍ୱିନୀ ପରିଜା ୩ୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ସରପଂଚ ଶ୍ରଦ୍ଧାଞ୍ଜଳୀ ନାୟକ ଯୋଗଦେଇ ପ୍ରତିଯେଗୀମାନଙ୍କୁ ପୁରସ୍କୃତ କରିଥିଲେ । ସ୍ଥାନୀୟ ଗ୍ରାମବାସୀମାନେ ଯୋଗଦେଇ ଏହାର ସୁପରିଚାଳନା କରିଥିଲେ ।

0
0
0
s2sdefault