ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନାଟକ ମଞ୍ଚ ପରିସରରେ ୪ର୍ଥ ତମ ଗଜପତି ଜିଲ୍ଲା ସ୍ତରୀୟ କଳା ଉତ୍ସବ -୨୦୧୮ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ମିଶନ ଆନୁକୁଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଉଦ୍ଘାଟନ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କଳା ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ କଣ୍ଠସଙ୍ଗୀତ, ବାଦ୍ୟଯନ୍ତ୍ର, ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗୀତାର ଆୟୋଜନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଲୁକାଇତ ପ୍ରତିଭା ଲୋକାଲୋଚନକୁ ଆସିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମନରଂଜନ ଦଳାଇ , ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବୁରୁଗାନା ବୃନ୍ଦାବନ ରାଓ, ମହାରାଜାଙ୍କ ବାଳିକ ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜି. ସୁଦର୍ଶନ ରାଓ ଅତିଥି ଭାବେ ଯୋଗଦେଇଥିବା ବେଳେ ବାଲାନନ୍ଦ ରଥ, ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ, ରଘୁନାଥ ପାତ୍ର, ମୁରଲି ପରିଛା ବିଚାରକ ଭାବେ ଯୋଗ ଦେଇ ମଞ୍ଚାସୀନ କରିଥିଲେ । ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ସହାୟକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ସହ ଯୋଗ କରିଥିଲେ । ସେମାନଙ୍କ ମଧ୍ୟରୁ କଣ୍ଟସଙ୍ଗୀତ ପ୍ରତିଯୋଗୀତାରେ ମହାରାଜାଙ୍କବାଳକ ଉଚ୍ଚ ବିଦ୍ୟାଳୟ ର ପ୍ରିନସ କୁମାରପାଲ, ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ରୋପିତା ପ୍ରଧାନ ,ବାଦ୍ୟଯନ୍ତ୍ର ପ୍ରତିଯୋଗିତାରେ ଏଲ ଏନ ନୋଡାଲ ବିଦ୍ୟାପୀଠ, ନୂଆଗଡର ଛାତ୍ର ଏମ. ଡେଭିଡ ବିର , ଅଙ୍କିତା ରାଣି ଏଡଲା, ନୃତ୍ୟରେ ବ୍ରସଲି ରଇତ ଓ ମେରିଆ ରଇତ , ଚିତ୍ରାଙ୍କନରେ ସୁନୁ ରଇତ,ପଦ୍ମିନୀ ପାଣିଗ୍ରାହୀ,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ପୁରସ୍କୃତ ହୋଇ ଆଞ୍ଚଳିକ ସ୍ତରୀୟ କଳା ଉତ୍ସବରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷିକା/ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
କଳା ସାହିତ୍ୟ ସଂସ୍କୃତି
ଗଜପତି ଜିଲ୍ଲା ସ୍ତରୀୟ କଳା ଉତ୍ସବ
- Hits: 733
