‘ଫୁଲର ହସ’ ଦଶହରା ବିଶେଷାଙ୍କ ଲୋକାର୍ପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,(ସତ୍ୟ ଭୂଷବି ସ୍ୱାମୀ ):ଦୀର୍ଘ ୧୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶିଶୁ କିଶୋର ପତ୍ରିକା ‘ଫୁଲର ହସ’ ପ୍ରକାଶ ପାଉଥିବା ଜାଣି ପତ୍ରିକାର ଦଶହରା ବିଶେଷାଙ୍କ ଲୋକାର୍ପିତ ହୋଇ ଯାଇଛି । ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଲୋକାର୍ପଣ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଏହି ପତ୍ରିକା ‘ଶିଶୁଲେଖା’ର ସ୍ଥାନ ପୂରଣ କରିବା ସହ ଓଡିଶାର ସମସ୍ତ ଶିଶୁ ପତ୍ରିକା ମଧ୍ୟରୁ ଏହା ଏକ ଉକ୍ରୃଷ୍ଟ ପତ୍ରିକା । ଏହି ପତ୍ରିକା ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ବର୍ଗର ପାଠକମାନଙ୍କୁ ମାର୍ଗ ଦର୍ଶନ କରାଇବ । ମୁଖ୍ୟବକ୍ତା ଭାେ ବରିଷ୍ଠ ଶିଶୁ ସାହିତ୍ୟ ଇଂ ଅଭୟ ସୂତାର ଉଦ୍ବୋଧନ ଦେଇ ପତ୍ରିକାର କଳେବର, ପ୍ରଚ୍ଛଦ ତଥା ଲେଖକ ଲେଖିକା ଏବଂ ପ୍ରକାଶନ ସମ୍ପର୍କରେ ବହୁ ସାରଗର୍ଭକ କଥା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କରୁଣାକର ବେରୁରିଆ, ଅଧ୍ୟାପକ ନିହାର ରଂଜନ କର, ବସନ୍ତ ମିଶ୍ର, ଗୀତାରାଣୀ ଆଇଚ, ଗୋବିନ୍ଦ ସାହୁ, ସୁବୋଧ କୁମାର ଜେନା, ରାକେଶ ଦାସ, ପ୍ରଦୀପ୍ତ କୁମାର ଦାସ, ସତ୍ୟ ସୁନ୍ଦର ପରିଡା, ବୈକୁଣ୍ଠ ବିଶ୍ୱାଳ ପ୍ରମୁଖ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଶିଶୁ ସାହିତ୍ୟରେ ଫୁଲର ହସ ପତ୍ରିକାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ରଶ୍ମିତା ଦାଶ ସଂଯୋଜନା ଏବଂ ଜୟନ୍ତୀ କରଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault