ପଦ୍ମପୁର/ ନୀଳଦୀପ ; ପଶ୍ଚିମ ଓଡିଶା ତଥା ସମଗ୍ର ଓଡିଶାରେ ସୁନାମ ଅର୍ଜନ କରିଥିବା ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ସଚେତନ ହେମା,ଢୋଳବନ୍ଧର ନାଟକ କୁନ୍ଦୁଲି ରାଏଜର ଝି ଉତ୍ତରପ୍ରଦେଶର ମିରଟ ସହରରେ ବୁଦ୍ଧା ଗାର୍ଡନଠାରେ ଗତ ୧୨ ଅକ୍ଟୋବରରେ ପରିବେଷିତ ହୋଇ ଯାଇଛି । ଆଗରୁ ଅନୁଷ୍ଠାନଟି ପ୍ରଗତିଶୀଳ ନାଟକ ପ୍ରଦର୍ଶନ ନିମନ୍ତେ ଚର୍ଚ୍ଚାରେ ରହି ଆସିଥିଲା ବେଲେ ଏହି ନାଟକଟି ଜଣେ ନାବାଳିକାକୁ ଗଣଦୁଷ୍କର୍ମ କାହାଣୀ ଉପରେ ପର୍ଯ୍ୟବେସିତ ତଥା ନାରୀ ସମାଜକୁ ସମ୍ମାନ ଓ ସ୍ୱାଧୀନତା ,ନାରୀଶକ୍ତି ଜାଗ୍ରତ କରିବା ପାଇଁ ଉଦ୍ଧିଷ୍ଟ । ନାରୀ ହିଁ ଉଗ୍ରରୂପ ଧାରଣ କରି ତା ପ୍ରତି ଯାହା ହେଉ ନା କାହିଁକି ଧୈର୍ଯ୍ୟର ସହିତ ଲଢିବାକୁ ନାଟକଟି ସମାଜକୁ ବାର୍ତା ଦେଇଛି । ନାଟକଟିକୁ ରାଜକୁମାର ସାହୁ ରଚନା ଓ ନିର୍ଦ୍ଦେଶନା ଦେଇଥିବା ବେଳେ ଅଭିନୟ କରିଥିଲେ ରାଜକୁମାର ସାହୁ,କୁଳମଣି ପସାୟତ,ହେମନ୍ତ ମହାକୁର,ଘନଶ୍ୟାମ ସାହୁ,କେଶବ ସାହୁ,ଲକ୍ଷ୍ମୀପ୍ରସାଦ ସାହୁ,ସଂଧ୍ୟା,ଅଙ୍କୁଶ ବହଦାର,ସୁଦର୍ଶନ ସାହୁ ଓ ମହେନ୍ଦ୍ର ସାହୁ । ଲାଲସାହେବ ସାହୁ ସଂଗୀତ ଦେଇଥିଲା ବେଳେ ରୂପ ସଜ୍ଜା କରିଥିଲେ କୁଳମଣି ପସାୟତ । ନାଟକ ଦେଖିବାକୁ ବହୁତ ଭିଡ ପରିଲକ୍ଷିତ ହୋଇଥିଲା । ଏକ ଭିନ୍ନ ଧରଣର ଏହି ନାଟକକୁ ଦର୍ଶକମଣ୍ଡଳୀ ବିଦଗ୍ଧ ଭାବରେ ଉପଭୋଗ କରିଥିଲେ । ଭାରତୀୟ ଜନ ନାଟ୍ୟ ସସ୍ଥା ଦ୍ୱାର ନିର୍ଦ୍ଦେଶକ ରାଜକୁମାର ସାହୁଙ୍କୁ ପଗଡି ପିନ୍ଦାଇ ସମ୍ବର୍ଦ୍ଧନା ଦିଆଯିବା ସହ ବିଚାରକ ମାନଙ୍କ ଦ୍ୱାରା ଲାଲସାହେବ ସାହୁ ଶ୍ରେଷ୍ଠସଂଗୀତ ଓ ଆଲୋକ, ରାଜକୁମାର ସାହୁ ଶ୍ରେଷ୍ଠ ଅଭିନେତା ଓ ନାଟକକୁ ଶ୍ରେଷ୍ଠ ପ୍ରଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ନାଟକର ତ କେବେ ଶେଷ ନାହିଁ ଏହାର ଆହୁରି ଉନ୍ନତି କରାଯାଇ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯିବ ବୋଲି କହନ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ରାଜକୁମାର ସାହୁ ।
କଳା ସାହିତ୍ୟ ସଂସ୍କୃତି
ମିରଟରେ କୁନ୍ଦୁଲି ରାଏଜର ଝି
- Hits: 1248
