ହେଡଲାଇନସ୍:

ପଦ୍ମପୁର ସାର୍ବଜନୀନ ଦୂର୍ଗାପୂଜାର ରାମଲିଳା ପାଇଁ କଳାକାର ଚୟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ  – ପଦ୍ମପୁରର ଐତିହାସିକ ସାର୍ବଜନୀନ ଦୂର୍ଗାପୂଜାରେ ଚଳିତ ବର୍ଷପାଇଁ ରାମଲିଳା କାର୍ଯ୍ୟକ୍ରମର କଳାକାର ମାନଙ୍କ ଚୟନ ସରିଯାଇଅଛି । ଏହି କାର୍ଯ୍ୟକ୍ରମରେ ଶ୍ରୀରାମ ଚନ୍ଦ୍ରଙ୍କ ଭୂମିକାରେ ଶ୍ରୀ ବିଜୁ ମେହେର ମନୋନୀତ ହୋଇଥିବାବେଳେ ରାବଣ ଭୂମିକାରେ ଶ୍ରୀ ନୀଳ ଦୀପଙ୍କୁ ଦେଖିବାକୁ ମିଳିବ । ସେହିପରି ଲକ୍ଷ୍ମଣଙ୍କ ଭୂମିକାରେ ଗୁଲସନ, ହନୁମାନଙ୍କ ଭୂମିକାରେ ସଂଜୀବ ସାହୁ , ଅଙ୍ଗଦ ଭାବେ ମଣ୍ଟୁ ମେହେର ଏବଂ ଅନ୍ୟାନ୍ୟ ଭୂମିକାରେ ଓଁମ୍ପ୍ରକାଶ ସରାଫ, ସୁବ୍ରତ ମିଶ୍ର, ସମୀର ଭଏଁସା, କଳାକାହ୍ନୁ, ଦୀପେଶ ମହଣା, କମଲ ସାହୁ, ନୀଳ ସାହୁ , ଦିପେଶ ପ୍ରଭୃତି କଳାକାର ଚୟନ ସରିଯାଇଅଛି । ଏହି ରାବଣ ବରଣକୁ ସଂପାଦକ ଦାମୋଦର ପଣ୍ଡା, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ, ଉପ ସଭାପତି କିଶୋର ମେହେର, ନବକିଶୋର ସାହୁ, ନଗରପାଳ ସିଦ୍ଧାର୍ଥ ସିଂ ବରିହା ଓ କମିଟିର ସଦସ୍ୟ ରହି ସୁଚାରୁ ରୂପେ ସଂପର୍ଣ୍ଣ କରିଛନ୍ତି ।

0
0
0
s2sdefault