ହେଡଲାଇନସ୍:

ଲୋକ ନୃତ୍ୟରେ ଶାସ୍ତ୍ରୀୟତାର ଅନ୍ୱେଷଣ କୋଶଲୀ ଦଶାବତାର : ଗୁରୁଶ୍ରୀ ଡ. ଘାସିରାମ ମିଶ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର- ଭାରତର ମୂଳ ଆଦିବାସୀମାନଙ୍କ ଅଂଶିଦାର କୋଶଳାଂଚଳର ବିଭିନ୍ନ ସ୍ଥାନରେ ଲୋକ କଥା/ଗାଥାରେ ପ୍ରଚଳିତ ଆଦି ଅବତାରୀ ମାନବ ରୂପୀ ଦେବତାଙ୍କ ଆବିର୍ଭାବ ଏବଂ ପୂଜନ ବିଧି  ଆଦିକୁ ସଂଗ୍ରହ କରି କୋଶଲୀ ଦଶାବତାର ର ପରିକଳ୍ପନା । ସଂସ୍କୃତି ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କ ସାହାଯ୍ୟରେ ରେ କ୍ଷେତ୍ରର ସଂଗୃହିତ କୋଶଳାଂଚଳ ସାଂଗୀତିକ ଧାରାର ମୂଳ ଭିତ୍ତି ରକ୍ଷା କରିବା ସହ ମଂଚ ପରିବେଶଣ ଉପଯୋଗୀ କରାଯାଇଛି । ଯାହାକି ଆସନ୍ତା ୧୨.୦୯.୨୦୧୮ (ବୁଧବାର) ସନ୍ଧ୍ୟାରେ ବଲାଙ୍ଗିର ଟାଉନ ହଲ ଠାରେ ପରିବେଶିତ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ଆୟୋଜକ ତଥା ବିଷୟବସ୍ତୁ ସର୍ମ୍ପକରେ ଗବେଷଣା କରିଥିବା ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ପ୍ରକାଶ କରିଛନ୍ତି । ସେ ଏପରି ଆୟୋଜନର ଉଦ୍ଦେଶ୍ୟ  ଜ୍ଞାପନ କରି ଏହି ନୃତ୍ୟ ନାଟିକା, ଲୋକନୃତ୍ୟରେ ମାର୍ଗିଧାରା ଅନୁସନ୍ଧାନକୁ ଲୋକଲୋଚନକୁ ଆଣିବା ଉଦେ୍ଧଶ୍ୟରେ ପ୍ରସ୍ତୁତ କରାଯାଇଛି । ଭବିଷ୍ୟତରେ କୋଶଲାଚଂଳର ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଭାବେ ଉପଯୁକ୍ତ ସଂସ୍କାର ଦିଆଗଲା ବେଳେ ଏହି ଅନୁସନ୍ଧାନ ଓଡିଶା ତଥା ଭାରତୀୟ ମାର୍ଗି ନୃତ୍ୟରେ ଏକ ନୁତନ ଅଧ୍ୟାୟ ଭାବେ ସଂଯୋଗ କରାଯାଇ ପାରିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ । 

କୋଶଲୀ ଦଶାବତାରର ପରିକଳ୍ପନା, ରଚନା, ସଂଗୀତ/ନୃତ୍ୟ ସଂଯୋଜନା, ନିଦେ୍ର୍ଧଶନା ପଣ୍ଡିତ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଦେଇଥିବା ବେଳେ ସହ ନିଦେ୍ର୍ଧଶନା ବିଦ୍ୟା ବାଗେଶ୍ରୀ ମିଶ୍ର, ସଂଚାଳନ ଶତାଦ୍ଧୀ ନିର୍ଣ୍ଣୟା ନନ୍ଦ । ବାଦ୍ୟଯନ୍ତ୍ରରେ ସହଯୋଗିତା ମୁରଲୀ ମହାମଲ୍ଲିକ (ଟଙ୍କ) ଓ ହୃଷିକେଶ କୁମ୍ଭାାର । ନୃତ୍ୟାଂଶେ :ବିଦ୍ୟା ବାଗେଶ୍ରୀ ମିଶ୍ର, ଶତାବ୍ଦୀ ନିର୍ଣୟା ନନ୍ଦ, ସ୍ନେହା ପ୍ରତ୍ୟାଶା ନନ୍ଦ, ଉର୍ମି ସାହୁ, ଗାୟତ୍ରୀ ସାହୁ ଓ ରୂପାଲି ଭ୍ୟାସ  ତଥା ଶିଶୁକଳାକାର ରାଧାରାଣୀ ମିଶ୍ର, ଆଦି୍ରଜା ମିଶ୍ର, ସ୍ୱର୍ଣ୍ଣିକା ମିଶ୍ର, ଶୃତି ପିପାସା ନନ୍ଦ, ପରିଧି ଅଗ୍ରୱାଲ, ସୃଷ୍ଟି  ସାହୁ । କଣ୍ଠ ଦାନ କରିବେ ବିସମିଲ୍ଲା ଖାଁ ପୁରସ୍କାର ପ୍ରାପ୍ତ ତଥା ପ୍ରଚ୍ଛଦ ପଟ ଗାୟକ ଶ୍ରୀ ସର୍ବେଶ୍ୱର ଭୋଇ,  ସୋନୁ ଭୋଇ ଓ ସୁଦାମ ବିଶି, ଅଧ୍ୟାପିକା ରେଶ୍ମାରାଣୀ ଦାସ, ଜ୍ୟୋତି ମିଶ୍ର ଓ ଶିଶୁ କଣ୍ଠ ଶିଳ୍ପୀ ଶ୍ରୀୟା ପଟେଲ । ଏହି ସାମ୍ବାଦିକ ସମ୍ମିଳନୀରେ ଗୁରୁଶ୍ରୀ ଡ. ମିଶ୍ରଙ୍କ ସହିତ ଯୁବ ଗବେଷକ ବାସୁଦେବ ସା, ଡ. ଲଲିତ ସାହୁ, ସୁଦାମ ବିଶି ଓ ସୁବ୍ରତ ମିଶ୍ର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅଂଚଳର ସମସ୍ତ ବୃଦ୍ଧିଜିବୀ, ଜନସାଧାରଣ ଉପସ୍ଥିତ ରହି ଲୋକ ନୃତ୍ୟର ଏହି ଅନନ୍ୟ ଉପସ୍ଥାପନକୁ ଉପଭୋଗ କରିବାକୁ ଡ. ମିଶ୍ର ବିନମ୍ର ଅନୁରୋଧ କରିଛନ୍ତି ।  

0
0
0
s2sdefault