ହେଡଲାଇନସ୍:

ଭଞ୍ଜକଳା ମଣ୍ଡପରେ  ବିମୁଗ୍ଧା ଉତ୍ସବ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଦେଶର ବିଭିନ୍ନ ପ୍ରଦେଶରୁ ଆସିଥିବା ଯୁବ ନୃତ୍ୟଶିଳ୍ପୀ ମାନଙ୍କୁ ନେଇ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଛି ବିମୁଗ୍ଧା ଉତ୍ସବ । ପାରଳାଖେମୁଣ୍ଡିର ପଦାମୃତ ନୃତ୍ୟାୟନ, ଅନୁଷ୍ଠାନ ଆନୁକୁଲ୍ୟରେ ଆୟୋଜିତ ଏହି ବିମୁଗ୍ଧା ଉତ୍ସବକୁ ହାଇଟେକ ମେଡିକାଲ କଲେଜର ଅଧ୍ୟକ୍ଷ ଶ୍ରୀ ତିରୁପତି ପାଣିଗ୍ରାହୀ, ବିଶିଷ୍ଟ ନୃତ୍ୟଗୁରୁ ଶ୍ରୀ ନବକିଶୋର ମିଶ୍ର, ବିଶିଷ୍ଟ ମର୍ଦ୍ଦଳ ବାଦକ ଶ୍ରୀ ଧନେଶ୍ୱର ସ୍ୱାଇଁ, ବିଶିଷ୍ଟ ଗାୟକ ଶ୍ରୀ ସୁକାନ୍ତ କୁମାର କୁଣ୍ଡୁ ,ନୃସିଂହ ଚରଣ ପଟ୍ଟନାୟକ ଲୋକର୍ପିତ କରିଥିଲେ ।

ଉଦ୍‍ଘାଟନୀ ଉତ୍ସବରେ ଶ୍ରୀଯୁକ୍ତ ମନୋରଞ୍ଜନ ପ୍ରଧାନଙ୍କୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ଏବଂ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ବିମୁଗ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା । ଉଦ୍‍ଘାଟନୀ ସନ୍ଧ୍ୟାରେ ପ୍ରତିଭାବାନ ଯୁବ ଏକକ ନୃତ୍ୟ ଶ୍ରୀମତି ବିନ୍ଦୁପ୍ରିୟା ବେହେରା ଏବଂ ଯୁଗଳବନ୍ଦୀ ଶ୍ରୀ ମନୋଜ କୁମାର ପ୍ରଧାନ ଓ ଶତାବ୍ଦୀ ମଲ୍ଲିକ ,ସଚ୍ଚିକାନ୍ତ ପ୍ରଧାନ ଓ ଶ୍ରୀମତି ସ୍ୱାଗତିକା ସାହୁ , ରୁଦ୍ର ପ୍ରସାଦ ସ୍ୱାଇଁ ଓ ଅନନ୍ୟା ପରିଡା ଏବଂ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ଦଳଗତ ନୃତ୍ୟ ପରିବେଷଣ ହୋଇଥିଲା । ଉତ୍ସବରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ପୂର୍ବାହ୍ନ ଓ ଅପରାହ୍‍ଣ ଅଧିବେଶନରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ୫୦ଜଣ ନୃତ୍ୟଶିଳ୍ପୀ ଏକକ ନୃତ୍ୟ ପରିବେଷଣ କରିଥିଲେ । ତନ୍ମମଧ୍ୟରୁ ୧୪ ଜଣ ନୃତ୍ୟଶିଳ୍ପୀଙ୍କୁ ବିନୋଥା ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀର ସଦସ୍ୟ ଥିଲେ ଓଡିଶୀ ନୃତ୍ୟ ଗୁରୁ ଶ୍ରୀ ବିଜୟ କୁମାର ସାହୁ ଓ ଗୁରୁ ଶ୍ରୀ ନିମାକାନ୍ତ ରାଉତରାୟ ଏବଂ ମଞ୍ଚ ପରିଚାଳନା କରିଥିଲେ ଶ୍ରୀନିବାସ ଘଟୁଆରି ।

0
0
0
s2sdefault