ବଲାଙ୍ଗିରରୁ ନିରୋଜ ମିଶ୍ର - ଅବସର ପ୍ରାପ୍ତ ବର୍ଷୀୟାନ ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ମୃଦଙ୍ଗ, ତବଲା ବାଦକ ଓ କୀର୍ତ୍ତନ ଗୁରୁ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ୮୦ ବର୍ଷ ବୟସରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସଙ୍ଗୀତ, ନାଟକ ଓ ଭକ୍ତି ସାହିତ୍ୟରେ ରୁଚି ରଖିଥିବା ସ୍ୱର୍ଗତ ତ୍ରିପାଠୀଙ୍କ ରଚିତ ତଥା ପ୍ରକାଶିତ ଭକ୍ତି ନୈବେଦ୍ୟ, ଭକ୍ତି ସୁମନ, ମୁକ୍ତି ଭିକ୍ଷା ଆଦି ଭଜନ ପୁସ୍ତିକା, ଗୀତି ନାଟ୍ୟ ମହାଦାନୀ କର୍ଣ୍ଣ, ଲକ୍ଷ୍ମୀ ପୂଜା, ମୋହିନୀ ରାଧା, ଯୁଗଚକ୍ରୀ ଓ ଧର୍ମ ପୁସ୍ତିକା ଶ୍ରୀମଦ୍ ଭଗବତ ଗୀତା, ଭାବରସ ପୀୟୁସ, ସୁଦଶା ବ୍ରତ କଥା, କାବ୍ୟକୁଞ୍ଜ ଆଦି ଜନ ମାନସରେ ବେଶ ଆଦୃତ ଲାଭ କରିଛି । ଏତଦ୍ବ୍ୟତିତ ତାଙ୍କ ଲେଖନୀରୁ ଶତାଧିକ ଭଜନ, ଓଡିଶୀ ତଥା ଆଞ୍ଚଳିକ ଗୀତ ସୃଷ୍ଟି ହୋଇଛି । ସଂସ୍କୃତି ଜଗତକୁ ଅବଦାନ ସ୍ୱରୂପ ସେ ସଂସ୍କାର ଭାରତୀ, ବଲାଙ୍ଗିର ଲୋକ ଉତ୍ସବ, ରାଜେନ୍ଦ୍ର ନାରାୟଣ ସ୍ମୃତି ପରିଷଦ ତଥା ବହୁଅନୁଷ୍ଠାନ ପକ୍ଷରୁ ସମ୍ମାନୀତ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ବିଧବା ପତ୍ନୀ, ଛଅ ପୁଅ ବୋହୁ, ଝିଅ ଜ୍ୱାଇଁ , ନାତି ନାତୁଣୀ, ଆତ୍ମିୟ ସ୍ୱଜନ ତଥା ପୁରାତନ ଛାତ୍ର ଉପସ୍ଥିତ ଥିଲେ ।