ହେଡଲାଇନସ୍:

ପିମ୍ପୁଡ଼ିକୁ ପ୍ରଥମେ ଦୋଳିରେ  ଝୁଲାଇ ତାପରେ ଝୁଲନ୍ତି ମହିଳାମାନେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଗ୍ରୱାଲ ସମାଜର ତିଜ ଉତ୍ସବରେ ନିଆରା ପରମ୍ପରା 

ଝାରବନ୍ଧ (ଗୋପାଳ ଗର୍ଗ )- ବରଗଡ଼ ଜିଲ୍ଲା ଝାରବନ୍ଧର ଅଗ୍ରୱାଲ୍ ସମାଜର ମହିଳାମାନଙ୍କ ଦ୍ୱାରା ତୀଜ ଉତ୍ସବ ପାଳନ ହୋଇଯାଇଛି । ଏହି ତୀଜ ଉତ୍ସବରେ ସମାଜର ବହୁ ମହିଳା ଯୋଗ ଦେଇଥିଲେ । ଏହି ଉତ୍ସବ ଯେତେ ଦିନରୁ ଅଗ୍ରୱାଲ ସମାଜ ଝାରବନ୍ଧରେ ବସବାସ କରୁଛନ୍ତି,  ସେହି ଦିନଠାରୁ ଅନବରତ ପ୍ରତିବର୍ଷ ଚାଲୁ ରହଛି |  ଉକ୍ତ ଉତ୍ସବରେ ରଜ ପର୍ବ ଭଳି ସମାଜର ମହିଳାମାନେ ଏକାଠି ହୋଇ ଦୋଳି ଝୁଲନ୍ତି ଓ ଆନନ୍ଦ ଉଲ୍ଲାସର ସହିତ ତୀଜ ପର୍ବ ପାଳନ କରାଯାଇଥାଏ । ଏହି ତୀଜ ପର୍ବର ଏକ ପରମ୍ପରା ରହିଛି ଯେ, ସର୍ବପ୍ରଥମେ ସାଧବ ବୋହୂ କୁହାଯାଉଥିବା କୀଟକୁ ଦୋଳିରେ ଝୁଲାଯାଏ | ହେଲେ ଏବେ ଆଜିକାଲି ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକର ଅଧିକ ପ୍ରୟୋଗ ଯୋଗୁ ଏହି ସୁନ୍ଦର ଦେଖାଯାଉଥିବା ନାଲିରଙ୍ଗର କୀଟ ବିଲୁପ୍ତ ପ୍ରାୟ  । ତେଣୁ କରି ଦରକାର ପଡ଼ିଲେ ପିମ୍ପୁଡ଼ିକୁ ପ୍ରଥମେ ଝୁଲାଯାଇଥାଏ । ପରେ ସମାଜର ମହିଳାମାନେ କ୍ରମିକ ଭାବରେ ଝୁଲିଥାନ୍ତି, ପରେ ପ୍ରସାଦ ବଂଟନ ପରେ ପର୍ବ ସାଙ୍ଗ ହୋଇଥିଲା  ।

 

 

 

0
0
0
s2sdefault