ହେଡଲାଇନସ୍:

ନୃତ୍ୟ ସଙ୍ଗୀତ କଳା ମନ୍ଦିରର ବାର୍ଷିକୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

10-06-18-Nrutya-sangita-kal.jpg - 63.71 kB

ବାଲେଶ୍ୱର(ଉଜ୍ଜ୍ୱଳ କର)

ବାଲେଶ୍ୱରର ଅନ୍ୟତମ ପୁରାତନ କଳା ଅନୁଷ୍ଠାନ  ‘ନୃତ୍ୟ ସଙ୍ଗୀତ କଳା ମନ୍ଦିର’ର ୬୨ତମ ବାର୍ଷିକ ଉତ୍ସବ ଟାଉନହଲ ପରିସରରେ ଅନୁଷ୍ଠାନ  ହୋଇଯାଇଛି । ଅନୁଷ୍ଠାନର  ଉପ-ସଭାପତି ସୁବାସିନୀ ଜେନା  ଏଥିରେ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ରାଜ୍ୟସଭା ସାଂସଦ ଡକ୍ଟର ଅଚୁ୍ୟତ ସାମନ୍ତ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡିଶୀ ନୃତ୍ୟ ହିଁ ଓଡିଶାର ପରିଚୟ ବୋଲି ମତପ୍ରକାଶ କରିଥିଲେ । ନୃତ୍ୟ, ସଙ୍ଗୀତ ଏବଂ କଳା କ୍ଷେତ୍ରରେ ବେଶ୍ ସୁଖ୍ୟାତି ଅର୍ଜନ କରିଥିବା ସଂସ୍କୃତ ସମ୍ପନ୍ନ ବାଲେଶ୍ୱରର ଏହି ପୁରାତନ ଅନୁଷ୍ଠାନ    ସମଗ୍ର ରାଜ୍ୟ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ପୌରପାଳ ଆଲୋକ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ମାନସ ରଞ୍ଜନ ପାଢ଼ୀ ପ୍ରମୁଖ ଏଥିରେ ସମ୍ମନିତ ଅତିଥିଭାବେ ଯୋଗଦେଇ ସଂସ୍କାରଯୁକ୍ତ ସମାଜ ନିର୍ମାଣରେ ନୃତ୍ୟ, ସଙ୍ଗୀତ ଓ କଳାର ଅବଦାନ ସମ୍ପର୍କରେ ଆଲେଚନା କରିଥିଲେ ।  ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହର ସର୍ବଦା କଳା ଓ ସଂସ୍କୃତିକୁ ବଜାୟ ରଖିପାରିଥିବା ବେଳେ ନୃତ୍ୟ ସଙ୍ଗୀତ କଳାମନ୍ଦିରରୁ ଶିକ୍ଷାଲାଭ କରି ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ ଜିଲ୍ଲା ତଥା ରାଜ୍ୟ ବାହାରେ ଗୌରବ ଅର୍ଜ୍ଜନ କରିପାରିଛନ୍ତି ବୋଲି ଅତିଥିମାନେ କହିଥିଲେ । ଏଥିରେ ଅନୁଷ୍ଟାନର ସଭାପତି ନିରଞ୍ଜନ ମହାନ୍ତି ମଂଚାସୀନ ହୋଇ ଅନୁଷ୍ଠାନର ପରିଚାଳନା ଓ ଗୁଣାତ୍ମକ ଶିକ୍ଷାଦାନ ସମ୍ପର୍କରେ ସୂଚନା ଦେଇଥିଲେ । ନୃତ୍ୟସଙ୍ଗୀତ କଳା ମନ୍ଦିରର ଉପ-ସଭାପତି ଡ.ସୁବାଷ ଚନ୍ଦ୍ର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶରତ ଚନ୍ଦ୍ର୍ର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବାଲେଶ୍ୱର ମାଟିର ଗୌରବ ଗୁରୁ ରାମହରି ଦାସଙ୍କୁ ସଙ୍ଗୀତ ଶିରୋମଣି ସମ୍ମାନ, ବିରେନ୍ଦ୍ର ଦାସଙ୍କୁ କାମିନିକାନ୍ତ ମହାନ୍ତି ସମ୍ମାନ, ଚପଳା ମିଶ୍ରଙ୍କୁ ଉଷାରାଣି ମହାନ୍ତି ସମ୍ମାନ, ସୁଶ୍ରୀ ଆୟୁଷୀ ଦାସଙ୍କୁ ବିଜୟ ନନ୍ଦୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଭା ପରେ କଳାମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ସଙ୍ଗୀତ, ବେହେଲା ବାଦନ, ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ସତ୍ୟବ୍ରତ ମହାନ୍ତି, ହିମାଂଶୁ ଦାସ, ପ୍ରଶାନ୍ତ କୁମାର ଦତ୍ତ, ଶରତ କୁମାର ମହାପାତ୍ର, ପରମାନନ୍ଦ ସାହୁ, ପ୍ରତାପ ଚନ୍ଦ୍ର ଦତ୍ତ, ମୁକ୍ତିକାନ୍ତ ମହାନ୍ତି, ଅପର୍ଣ୍ଣା ଦତ୍ତ, ସ୍ମୃତି ଦେ, ଜୟନ୍ତୀ ନାୟକ, ସିଜୁତ ଦେବ୍, ଉପôଳ ମହାନ୍ତି, ବ୍ରହ୍ମନାଥ ରଥ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । 

 

0
0
0
s2sdefault