ହେଡଲାଇନସ୍:

ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ 'ପାଇକ ବିଦ୍ରୋହ'କୁ ସ୍ୱତନ୍ତ୍ର ଜୁରି ପୁରସ୍କାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉଚ୍ଚମାନର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଶା ପାଇଁ ଅନେକ ସମ୍ମାନ ଓ ସ୍ୱୀକୃତି ଆଣିଦେଇଥିବା ଅକ୍ଷୟ ପରିଜା ପ୍ରଡକ୍ସନକୁ ଆଉ ଏକ ବଡ ସଫଳତା ମିଳିଛି | 9ମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଅକ୍ଷୟ ପରିଜା ପ୍ରଡକ୍ସନ ଦ୍ୱାରା ନିର୍ମିତ 'ପାଇକ ବିଦ୍ରୋହ' ସ୍ୱତନ୍ତ୍ର ଜୁରି ପୁରସ୍କାର ହାସଲ କରିଛି | ଭାରତୀୟ ପ୍ରଥମ ମୁକ୍ତି ସଂଗ୍ରାମର ମାନ୍ୟତା ଲାଭ କରିଥିବା 1817ର ପାଇକ ବିଦ୍ରୋହ ଉପରେ ଏହା ଆଧାରିତ | ପାଇକ ବିଦ୍ରୋହର କାହାଣୀକୁ ଏହି ଚିତ୍ରରେ ଚମତ୍କାର ରୂପ ଦିଆଯାଇଛି | ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏହି ଐତିହାସିକ ଚଳଚ୍ଚିତ୍ରରେ ମନୋଜ ମିଶ୍ର ଜୟୀ ରାଜଗୁରୁ ଏବଂ ସମରେଶ ରାଉତରାୟ ବକ୍ସି ଜଗବନ୍ଧୁ ଭୂମିକାରେ ଅଭିନୟ କରିଛନ୍ତି | ନିର୍ଦ୍ଦେଶନା ଦେଇଛନ୍ତି ନିଶ୍ଚୟ ରାଉତ ଓ ଅନୁଜ ତ୍ୟାଗୀ | ସିନେମୋଟୋଗ୍ରାଫିରେ ପ୍ରତାପ ରାଉତ ଓ ଏଡିଟିଂରେ ଅର୍ଚ୍ଚିତ ଡି. ରସ୍ତୋଗୀ ଥିବାବେଳେ କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ଚିନ୍ତକ ହରପ୍ରସାଦ ଦାସ | ଐତିହାସିକ ପୃଷ୍ଠଭୂମିର ଏହି ଚଳଚ୍ଚିତ୍ର ପାଇଁ ପୋଷାକ ଡିଜାଇନ କରିଛନ୍ତି ସହ ପ୍ରଯୋଜିକା ବର୍ଣ୍ଣାଳୀ ରଥ |  ପୂର୍ବରୁ ଏହା ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ଚିତ୍ରୋତ୍ତଳନ, ଶ୍ରେଷ୍ଠ ସମ୍ପାଦନା ଓ ଶ୍ରେଷ୍ଠ ଚଳଚ୍ଚିତ୍ର(ଜୁରି) ଆଦି 4ଟି ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲା |

0
0
0
s2sdefault