ହେଡଲାଇନସ୍:

ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ମନୋନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱରଙ୍କ ନିର୍ଦେଶ କ୍ରମେ ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।ଶ୍ରୀ ବେବର୍ତ୍ତାଙ୍କ କାର୍ଯ୍ୟକାଳ  ୨୪ /୦୭/୨୦୨୦ ଠାରୁ  ୨୩/୦୭/୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ।ମହାମହିମ ରାଜ୍ୟପାଳଙ୍କ ଆଦେଶ କ୍ରମେ ପ୍ରମୁଖ ଶାସନ ସଚିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱର ଏହା ଅବଗତ କରିଛନ୍ତି।

ଏହି ଶୁଭ ଅବସରରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା , ବୁଲୁ ହୋତା , ମୁରଲୀଧର ପରିଛା  , ରାଜକିଶୋର ଦାସ , ଭାଗବତ ପାଢ଼ୀ , ଡ଼. କଲ୍ୟାଣୀ ମିଶ୍ର , କୁଳମଣି ଓଝା ,ଡାକ୍ତର ଚନ୍ଦ୍ରଶେଖର ଦାସ , ବିପିନ ନାୟକ , ପୂର୍ଣଚନ୍ଦ୍ର ରଥ, ଡକ୍ଟର ଭାରତୀ ପାଣିଗ୍ରାହୀ ,  ବିନୋଦ ଚନ୍ଦ୍ର ଜେନା , ଡକ୍ଟର ଭୁବନେଶ୍ୱର ପଟ୍ଟନାୟକ , ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଶ୍ରୀ ବେବର୍ତ୍ତାଙ୍କୁ ବଧେଈ ଜଣାଇଛନ୍ତି।

ଶ୍ରୀ ବେବର୍ତ୍ତା ପ୍ରତୁତରରେ ଶୁଭଙ୍କାଖୀଙ୍କ ସ୍ନେହ ,ଶ୍ରଧା ଶୁଭକାମନା ,ଯୋଗୁଁ ଜୀବନର ପ୍ରଥମଥର ଏ ସୁଯୋଗ ପାଇଛନ୍ତି।ଏହାର ସୁଦୁପଯୋଗ କରି ଗଜପତିର ସାହିତ୍ୟ ସାଂସ୍କୁତି ପରମ୍ପରାକୁ  ଉଜ୍ଜିବିତ କରିବା ପାଇଁ ଧ୍ୟାନ ଦେବେ ବୋଲି କହିଛନ୍ତି।

0
0
0
s2sdefault