ହେଡଲାଇନସ୍:

ପାରମ୍ପରିକତାକୁ ନୂଆ ସ୍ୱରୂପରେ ଆଦୃତ କରାଇବା ଲକ୍ଷ୍ୟରେ ଜାଗ୍ରୀତି

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ ): ଧୀରେ ଧୀରେ ପାରମ୍ପରିକ ହସ୍ତତନ୍ତ, ଚାରୁକଲା, କାରୁକାର୍ଯ୍ୟ ପ୍ରତି  ଲୋକଙ୍କ ଆଦରରେ  ଶିଥିଳତା ଆସିଯାଇଥିବା ବେଳେ ଏହାକୁ ଭିନ୍ନରୁପରେ ପରିବେଷଣ ଓ ଉପସ୍ଥାପନ କରି ଲୋକାଦୃତ କରିବାର ଉଦ୍ୟମ ଜାରି ରହିଛି ଅନେକ  | ଆଉ ସେଇ ଧାରାରେ ନିଜକୁ ସାମିଲ କରିଛନ୍ତି ପୁନେ ଫ୍ୟାଶନ ଇନଷ୍ଟିଚ୍ୟୁଟରୁ ଡିଗ୍ରୀ ହାସଲ କରି ଡିଜାଇନ ଓ ଫ୍ୟାଶନ କ୍ଷେତ୍ରରେ ନିଜକୁ ସମର୍ପିତ କରିଦେଇଥିବା ଓଡ଼ିଆ ଝିଅ  ଜାଗ୍ରୀତି | ଆଉ ନିଜ ଅନୁଭବ , ଅନୁଭୂତି ଆଉ ସୃଜନଶୀଳତାକୁ ଲୋକଙ୍କ ପାଖରେ ତଥା ବିଭିନ୍ନ ମହଲରେ ପହଂଚାଇବା ପାଇଁ ଏବେ ସୋସିଆଲ ମିଡ଼ିଆକୁ ସେ ବ୍ୟବହାର କରୁଛନ୍ତି | ନିଜ ଅନୁଭବ ଓ ଲୋକଙ୍କ ପସନ୍ଦର ସମିଶ୍ରଣରେ ନୂଆକିଛି କରିବାର ପ୍ରଚେଷ୍ଟାରେ ଅଛନ୍ତି ସେ | ପାରମ୍ପରିକ ହସ୍ତତନ୍ତ ପୋଷାକକୁ ଆଧୁନିକ ଡିଜାଇନ ଓ ଶୈଳୀରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଓ ବଜାର ଯୋଗ୍ୟ କରିବାର ଲକ୍ଷ୍ୟ ରଖିଛନ୍ତି ଉଦ୍ଦୀୟମାନ ଡିଜାଇନର ଜାଗ୍ରୀତି ବିଶ୍ୱାଳ  l

 ଫ୍ୟାସନ ଡିଜାଇନ, ପୁଣେରୁ (ଫ୍ୟାସନ ଡିଜାଇନ ) ରେ ସ୍ନାତକ ଡିଗ୍ରୀ ହାସଲ କରିଥିବା  ଜାଗ୍ରୀତି ଏବେ ଡୋମସ ଏକାଡେମୀ ଇଟାଲୀର ଅଧ୍ୟୟନ ପାଇଁ ଯୋଗ୍ୟତା ହାସଲ କରିଛନ୍ତି |   ସୋସିଆଲ ମିଡ଼ିଆର ଏକ instagram ରେ info. Jagritibiswal ଓ youtube ରେ jagritibiswal ମାଧ୍ୟମରେ ନିଜ ଅଭିଜ୍ଞତା ସମ୍ପର୍କରେ ପୋଷ୍ଟ କରୁଛନ୍ତି l ସେ ନୂଆପାଟଣା, ରଘୁରାଜପୁର, ଗୋପାଳପୁର ଆଦି ଗସ୍ତ କରି ଓ ବିଭିନ୍ନ ବର୍ଗର ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଆଲୋଚନା କରି ପୋଷ୍ଟ କରୁଛନ୍ତି, ଯାହା ବହୁଳ ଭାବେ ଆଦୃତ ହେଉଛି | ଏହା ତାହାଙ୍କୁ ଅଧିକ ଗବେଷଣା ଓ ଅଧ୍ୟୟନ ପାଇଁ ଉତ୍ସାହିତ କରିଛି l ପାରମ୍ପରିକ ଶୈଳୀ ସହ ଆଧୁନିକ ଟେକ୍ନୋଲୋଜିର ମିଶ୍ରଣ କରିବା, ଟ୍ରେଂଡିଙ୍ଗ ଓ ସିଲୁଟ ଡିଜାଇନ ନିର୍ମାଣ କରିବା ସହ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବାର ଲକ୍ଷ୍ୟ ରଖିଛନ୍ତି ଜାଗ୍ରୀତି l ସେ ଏଥିପାଇଁ ସରକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥାର ସହଯୋଗ କାମନା କରିଛନ୍ତି l

 

0
0
0
s2sdefault