ଆୟୁଷ୍ମାନ ବାରିକ ସମ୍ବର୍ଦ୍ଧିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

15-04-18-ayusman.jpg - 69.09 kB

ବାରିପଦା- କଟକଠାରେ ଥିବା ଓଡ଼ିଶା ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କଳିଙ୍ଗ କଳାନୃତ୍ୟ ପ୍ରତିଯୋଗିତାରେ ବାରିପଦା ପୌରପରିଷଦର ତୁଳସୀଚୌରାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ତୃତୀୟ ଶ୍ରେଣୀ ଛାତ୍ର  ଆୟୁଷ୍ମାନ ବାରିକ କୃତିତ୍ୱ ହାସଲ କରି ସମ୍ବର୍ଦ୍ଧିତ ହୋଇଛନ୍ତି । ପ୍ରକାଶ ଥାଉକି, ଶ୍ରୀବାରିକ ଦେବେନ୍ଦ୍ରପୁର ବାସୀନ୍ଦା  ତଥା ବାରିପଦା ଶ୍ରୀଅରବିନ୍ଦ ଉଚ୍ଚ ବିଦ୍ୟାଳୟର ଶାରିରୀକ ଶିକ୍ଷା ଶିକ୍ଷକ ଅଜୟ କୁମାର ବାରିକ ଓ ନରଣଖୁଣ୍ଟା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଅର୍ଚ୍ଚନା ପାଇନଙ୍କ ପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତା ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ନୃତ୍ୟଗୁରୁ  ଯତୀନ୍ଦ୍ର ଦାସ ପ୍ରମୁଖ ଆୟୁଷ୍ମାନଙ୍କୁ ଶୁଭେଚ୍ଛା ଝଣାଇଛନ୍ତି । ନୃତ୍ୟଗୁରୁ ଯତୀନ୍ଦ୍ର ଦାସଙ୍କ ମାର୍ଗଦର୍ଶନ ଓ ପ୍ରେରଣା ଏହି ସଫଳତା ଆଣି ଦେଇଛି ବୋଲି ଆୟୁଷ୍ମାନ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

 

0
0
0
s2sdefault