ହେଡଲାଇନସ୍:

ସରିଲା ସାଂସ୍କୃତିକ ମହାପର୍ବ : ପୁଣି ଅପେକ୍ଷା ଆର ବରଷକୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଉଦଯାପିତ  ହେଲା ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ 

ପଦ୍ମପୁର(ଶାସକ ପ୍ରଶାସକ) -ପଦ୍ମପୁର ଆର ବି ହାଇସ୍କୁଲ ପଡିଆର ଖେଳ ପଡିଆରେ ଫେବୃଆରୀ ୨୬ ତାରିଖରୁ ଆୟୋଜିତ ହୋଇଥିବା ପ୍ରଥମ ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାର ସଭାରେ ମୁଖ୍ୟ  ଅତିଥି ବରଗଡ ସାଂସଦ ସୁରେଶ ପୂଜାରୀ ଭାବେ ଯୋଗଦାନ କରି ମାଁ ସମଲେଇ ଓ ମାର୍ଜାର କେଶରୀଙ୍କ ପ୍ରତିକୃତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଯୁବ ନେତା ଇଂ ଇରାଶିଷ ଆଚାର୍ଯ୍ୟ , ବିଜେପିର ଯୁବମୋର୍ଚ୍ଚା ରାଜ୍ୟ ସଭାପତି  ଟଙ୍କଧର ତ୍ରିପାଠୀ,ଆୟୋଜକ କମିଟି ଆବାହକ ପ୍ରୀତେଶ ବହିଦାର ମଞ୍ଚାସୀନ ଥିଲେ । ସଂଯୋଜକ ଅଶୋକ କୁମାର ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।

ଅତିଥିଙ୍କୁ କମିଟି ତରଫରୁ ଭବ୍ୟ  ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରଥମ ଆୟୋଜନ ଏତେ ଅଭୁତପୂର୍ବ ହୋଇପାରେ ତାହା ଅକଳ୍ପନୀୟ ବୋଲି ଅତିଥି ମାନେ ଭାଷଣ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ଲୋକ ମହୋତ୍ସବ ବିପୁଳ ସଫଳତା କ୍ଷେତ୍ରରେ ମେସେଜ୍ ପାଇଁ ଜି ଶ୍ରୀନିବାସ ରାଓ,ଗଣପତି ବଗର୍ତ୍ତୀ, ସୁଶୀଲ ବରିହା, ଲକ୍ଷ୍ମୀକାନ୍ତ ମେହେର,ସୁମନ୍ତ ପୁରୋହିତ, ମଞ୍ଚ ସଙ୍ଗୀତ ପାଇଁ ସଙ୍ଗୀତ ସମିତି ରମେଶ ଗୁର୍ଲା,ଆଲୋକ ସଂପାତ ଓ ଶଦ୍ଦ ଗ୍ରହଣ ପାଇଁ ପଟ୍ଟନାୟକ ଟେଣ୍ଟ ହାଉସ୍ ଅଖିଳ ପଟ୍ଟନାୟକ, ତଥ୍ୟ ସଂଗ୍ରହ ପାଇଁ ତ୍ରିବିକ୍ରମ ପ୍ରଧାନ, ଉଦ୍ଘୋଷଣା ପାଇଁ ଅଞ୍ଜନ ପ୍ରଧାନ ଓ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା ପାଇଁ ପ୍ରଫେସର କେଶ ରଞ୍ଜନ ପ୍ରଧାନ, ବିଶିଷ୍ଟ ନାଟ୍ୟକାର ଅଶୋକ କୁମାର ବହିଦାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଅଞ୍ଜନ  ପ୍ରଧାନ ଓ ମୁଗ୍ଧା ଦାଶଙ୍କ ସଂଯୋଜନା ରେ ହରିଓମ୍ ସଙ୍ଗୀତାନୁଷ୍ଠାର କଳାକାର ମାନେ ଅନ୍ତର୍ଯ୍ୟାମୀ ମେହେରଙ୍କ ନିର୍ଦ୍ଦେଶନାରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଆଦ୍ୟା ଆର୍ଯ୍ୟା ଶକ୍ତି ତ୍ରିପାଠୀଙ୍କ ଓଡିଶୀ ଓ ଶକ୍ତି ସ୍ବରୂପାଙ୍କ ସମ୍ବଲପୁରୀ ଗୀତ ଦର୍ଶକ ମାନଙ୍କର ମନ ମୋହି ନେଇଥିଲା । ଏଥି ସହିତ ସୋନପୁର ପଏଁରୀ ଅନୁଷ୍ଠାନ, ବରଗଡ କଳାଜୀବୀ ଅନୁଷ୍ଠାନ, ବରଗଡ  କୁରେଫୁଲ ଅନୁଷ୍ଠାନ ଏବଂ ଚନ୍ଦ୍ରବତୀ ସ୍କୁଲ କଳାକାର ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ବିଳମ୍ବିତ ରାତିଯାଏ ବାନ୍ଧି ରଖିଥିଲେ । ସୁଶ୍ରୀ ବର୍ଷାରାଣୀ ସିଂ ଙ୍କ ବାଲୁକା କୃତି ଅନ୍ତିମ ସନ୍ଧ୍ୟାର ଅନ୍ୟ ଏକ ଆକର୍ଷଣ ଥିଲା । ଲୋକ ମହୋତ୍ସବ ପରିପ୍ରେକ୍ଷରେ ଡଃ ପ୍ରମୋଦ କୁମାର ପାଢ଼ୀଙ୍କ ସମ୍ପାଦିତ ସ୍ମରଣିକାକୁ ଲୋକାର୍ପଣ କରାଯାଇଥିଲା । ଏଥି ସହିତ ଉତ୍ସବ ଅବସରରେ ଆୟୋଜିତ କିଶୋର ମେମୋରିଆଲ କବାଡ଼ି ପ୍ରତିଯୋଗିତାରେ ଛତିଶଗଡର କୁରେଶିଙ୍ଗା ଦଳ ବିଜୟୀ ହୋଇ ଥିବା ବେଳେ ମାଗୁରପାଲି ଦଳ ରନର୍ସ ଅଫ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ ପାଇଁ ପ୍ରମୋଦ କୁମାର ପାଢ଼ୀ,ନିଲେଶ କୁମାର ଅଗ୍ରୱାଲ,ରବୀନ୍ଦ୍ର ଭୋଇଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥି ସହିତ ଲୋକ ଉତ୍ସବ ପଡିଆରେ ଆୟୋଜିତ ରକ୍ତଦାନ ଶିବିରରେ ପ୍ରାୟ ଚାଳିଶ ଜଣଙ୍କ ରକ୍ତ ସଂଗ୍ରହ କରାଯାଇଛି ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ ।

ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ ଅପାର ସଫଳତା ନିମନ୍ତେ ସ୍ଥାନୀୟ ପୋଲିସ,ଜନସ୍ୱାସ୍ଥ୍ୟ,ସ୍ବାସ୍ଥ୍ୟ, ଅଗ୍ନିଶମ,ବିଦ୍ୟୁତ ବିଭାଗ,ଗଣମାଧ୍ୟମ ତଥା  ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥାଙ୍କ ସମେତ ସମଗ୍ର ପ୍ରଶାସନିକ ବ୍ୟବସ୍ଥାର ସହ ଯୋଗିତା ଓ ସହଭାଗିତା ପାଇଁ ଆୟୋଜକ କମିଟି ସଂଯୋଜକ ଅଶୋକ କୁମାର ମିଶ୍ର କୃତଜ୍ଞତା ଜଣାଇଛନ୍ତି ।

 

 

0
0
0
s2sdefault