ହେଡଲାଇନସ୍:

ପଦ୍ମପୁରର ସର୍ବ ଭାରତୀୟ ବୋଡ଼ାସମ୍ବର କପ କ୍ରିକେଟ୍ ପ୍ରତିଯୋଗିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

     ବର୍ତ୍ତମାନର ଗନ୍ଧମାର୍ଦ୍ଦନ ପର୍ବତ ଦେଶରେ ଅବସ୍ଥିତ ୪୭୬ଟି ଗ୍ରାମକୁ ନେଇ ଗଢ଼ି ଉଠିଥିଲା ବୋଡ଼ାସମ୍ବର ସାମ୍ରାଜ୍ୟ । ରାଜ୍ୟଟିର ଆକୃତି ତଥା ଅବୟବ ୮୪୧ ମାଇଲ୍ ବିଶିଷ୍ଟ ଥିଲା | ଆୟତନ ଦୃଷ୍ଟିରୁ ଏହା ସମ୍ବଲପୁର ଅଠରଗଡ଼ ରାଜ୍ୟ ମଧ୍ୟରେ ସର୍ବବୃହତ୍ ଅଞ୍ଚଳ ଥିଲା | ସ୍ୱାଧୀନୋତ୍ତର ନବଗଠିତ  ପଦ୍ମପୁର ଉପଖଣ୍ଡ ବୋଡ଼ାସମ୍ବର ଗଡ଼ଜାତ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ପରବର୍ତ୍ତୀ କାଳରେ କୋର୍ଟ ଅଫ୍ ୱ|ର୍ଥସର ଅବଧି ଶେଷ ପରେ ଏହି ରାଜ୍ୟର ଶାସନ ଦାୟିତ୍ୱ ଓଡ଼ିଶା ସରକାରଙ୍କ ନିକଟକୁ ସ୍ଥାନାନ୍ତରିତ ହୋଇଥିଲା । ୧୯୬୫ ମସିହାରେ ପଦ୍ମପୁର ଏକ ସବଡିଭିଜନର ମାନ୍ୟତା ପ୍ରାପ୍ତ କଲା । ପୁନଶ୍ଚ,  ୧୯୯୨ ମସିହା ଜିଲ୍ଲା ପୁନର୍ଗଠନ ବେଳକୁ ପଦ୍ମପୁର ବରଗଡ଼ ଜିଲ୍ଲାର ଏକ ପ୍ରମୁଖ ସବଡିଭିଜନ ରୂପେ ପରିଗଣିତ ହେଲା । 

         ୧୯୯୫ ମସିହାରେ ପଦ୍ମପୁର ସହରର କେତେ ଜଣ ଯୁବ କ୍ରିକେଟ ଖେଳାଳୀଙ୍କ ଆପ୍ରାଣ ଉଦ୍ୟମରେ ଗଢ଼ି ଉଠିଲା ବୋଡ଼ାସମ୍ବର କ୍ରିକେଟ କ୍ଲବ୍। ପରବର୍ତ୍ତୀ ସମୟରେ ଏହି କ୍ଲବର ନାମ ପରିବର୍ତ୍ତିତ ହୋଇ ବୋଡ଼ାସମ୍ବର ସ୍ପୋର୍ଟିଂ ନାମରେ ନାମିତ ହେଲା। କ୍ରିକେଟ ଖେଳ ମାଧ୍ୟମରେ ବୋଡ଼ାସମ୍ବରର ମହତ୍ତ୍ୱ ଓ ବିଶେଷତ୍ୱକୁ ଚତୁର୍ଦିଗରେ ବିକଶିତ କରିବା ପାଇଁ ଆରମ୍ଭ ହୋଇଥିଲା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ୧୯୯୫ ମସିହାରେ ପଶ୍ଚିମ ଓଡ଼ିଶାର କେତେକ କ୍ରିକେଟ କ୍ଲବକୁ ନେଇ ଆରମ୍ଭ ହୋଇଥିଲା ଏହି ପ୍ରତିଯୋଗିତା । ୧୯୯୭ ମସିହା ବେଳକୁ ପଶ୍ଚିମ ଓଡ଼ିଶା ତଥା ପୂର୍ବ ଓଡ଼ିଶାର କେତେକ ସ୍ୱନାମଧନ୍ୟ କ୍ରିକେଟ କ୍ଲବ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ଏହା ଅନ୍ତଃରାଜ୍ୟ କ୍ରିକେଟ ପ୍ରତିଯୋଗିତାରେ ପରିଣତ ହୋଇଥିଲା । 

         ସେହିପରି ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୦୦୨ ମସିହାରେ ରାଜ୍ୟ ବାହାରୁ ପଡୋଶୀ ରାଜ୍ୟଗୁଡ଼ିକରୁ କ୍ରିକେଟ କ୍ଲବ୍ ଏହି ପ୍ରତିଯୋଗିତାରେ ଯୋଗ ଦେଇଥିଲେ ଓ ଏହି ପ୍ରତିଯୋଗିତା ସର୍ବ ଭାରତୀୟ କ୍ରିକେଟ ପ୍ରତିଯୋଗିତାରେ ପରିଣତ ହୋଇଥିଲା । 

      ପଦ୍ମପୁରର ଏହି ପ୍ରତିଯୋଗିତା ପଦ୍ମପୁର ସହରର ଭେଉଁରିଆ ଛକ ନିକଟସ୍ଥ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ପଡ଼ିଆକୁ ଆଡ଼ମ୍ବରପୂର୍ଣ୍ଣ ଭାବଭଙ୍ଗୀରେ ସୁସଜ୍ଜିତ କରାଯାଇଥାଏ । ଏହି ପ୍ରତିଯୋଗିତା ପ୍ରତି ବର୍ଷ ଜାନୁଆରୀ ମାସର ଯେକୌଣସି ଶନିବାର ଦିନ ଆରମ୍ଭ ହୋଇଥାଏ ଏବଂ ରବିବାର ଦିନ ପରିସମାପ୍ତ ହୋଇଥାଏ । ପଦ୍ମପୁରରେ ଶନିବାର ଦିନ ସାପ୍ତାହିକ ବଜାର ଅନୁଷ୍ଠିତ ହୁଏ, ତେଣୁ ପ୍ରବଳ ଜନ ସମାଗମ ତଥା ଦର୍ଶକଙ୍କ ଆଗ୍ରହର ପରିବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରତିଯୋଗିତାଟିକୁ ଶନିବାର ଦିନ ଆରମ୍ଭ କରାଯାଏ । ସେହିପରି ରବିବାର ଦିନ ଛୁଟି ହୋଇଥିବାରୁ ତଥା ପଦ୍ମପୁରର ପ୍ରାୟତଃ ବାଣିଜ୍ୟ ବ୍ୟବସାୟ ବନ୍ଦ ରହୁଥିବାରୁ ଏହି ପ୍ରତିଯୋଗିତା ରବିବାରରେ ଶେଷ ହୁଏ । 

          ଓଡ଼ିଶାର ଯେଉଁ ପ୍ରମୁଖ କ୍ରିକେଟ କ୍ଲବଗୁଡ଼ିକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରୁ ବ୍ଲୁ ଡାଇମଣ୍ଡ ବରଗଡ଼, ଗୋଲ୍ଡେନ୍ ଇଗଲ୍ ସମ୍ବଲପୁର, ନବ କିଶୋର ବଲାଙ୍ଗୀର, ୟୁନିୟନ ସ୍ପୋର୍ଟିଂ କଟକ, ଜୁଭେନାଇଲ୍ କଟକ, ରାଇଜିଂ ଷ୍ଟୁଡେଣ୍ଟ୍ କଟକ, ସେରସା ଖୋର୍ଦ୍ଧା, ବିଶ୍ୱ ଭାରତୀ କଟକ, ବି.ବି.ସି. ବ୍ରଜରାଜନଗର, ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ଓ ସି.ସି. ଅନୁଗୁଳ ଆଦି ଅନ୍ୟତମ । ସେହିପରି ଅନ୍ୟ ରାଜ୍ୟଗୁଡ଼ିକରୁ ଯେଉଁ ସମସ୍ତ କ୍ରିକେଟ ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି ସେମାନଙ୍କ ମଧ୍ୟରୁ ସେରସା ରାୟପୁର, ସେରସା ନାଗପୁର, ମେକାନ ରାଞ୍ଚି, ସେରସା ବିଳାସପୁର, କେନ୍ଦ୍ରୀୟ ରେଲୱେ ଧାନବାଦ, ଆର୍.ଡି.ସି.ଏ ରାଞ୍ଚି, ଆଦି ଅନ୍ୟତମ । ଓଡ଼ିଶା ରଣଜୀ ଦଳର ଯେଉଁ ପ୍ରମୁଖ ଖେଳାଳୀ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି ସେମାନଙ୍କ ମଧ୍ୟରେ ବି.ବି.ସି.ସି. ମହାପାତ୍ର ଓ ନଟରାଜ ବେହେରା ଅନ୍ୟତମ ।

 ଉପସ୍ଥାପକ ଦେବାଶିଷ ପଟ୍ଟନାୟକ, ପଦ୍ମପୁର

 

0
0
0
s2sdefault