ହେଡଲାଇନସ୍:

ବାଣ କାରଖାନା ଓ ଦୋକାନ ଦୀପାବଳି ରାତିିରେ ପୋଲିସ ଚଢାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୧୦ ମାମଲା ରୁଜୁ, ୬୪ ଗିରଫ 

ଗଞ୍ଜାମ ପୋଲିସ କରିଛି ପ୍ରଶଂସନୀୟ କାର୍ଯ୍ୟ 

ଭୁବନେଶ୍ୱରରୁ ଚକ୍ରଧର ମାଝି :  ଦୀପାବଳିର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୋଲିସ ପକ୍ଷରୁ ବିଭିନ୍ନ ବେଆଇନ ବାଣ କାରଖାନା ଓ ବାଣଦୋକାନ ଉପରେ ବ୍ୟାପକ ଚଢାଉ କରାଯାଇଛି  । ରାଜ୍ୟରେ ଦୀପାବଳିକୁ ନିରାପଦରେ ପାଳନ କରିବା ପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ  ରାଜ୍ୟର ସମସ୍ତ ଏସପି ଓ ଡିସିପିଙ୍କୁ  ପୂର୍ବରୁ ନିର୍ଦେଶ ଦିଆଯାଇଥିବା ବେଳେ ପୋଲିସ ମହାନିର୍ଦେଶକ  ଡ ଆରପି ଶର୍ମାଙ୍କ ନିର୍ଦେଶକ୍ରମେ ଦୀପାବଳୀ ଦିନ ସତର୍କତା ପଦକ୍ଷେପ ସ୍ୱରୂପ ଏହି ଚଢାଉ ହୋଇଥିଲା । ଦୀପାବଳି ଦିନ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ହୋଇଥିବା ଏହି ଚଢାଉ ଅନ୍ତର୍ଗତ ବେଆଇନ ଭାବେ ବାଣ ତିଆରି କରୁଥିବା ଅନେକ କାରଖାନାକୁ ସିଲ କରାଯାଇଥିବା ବେଳେ ବିଭିନ୍ନ ବେଆଇନ ବାଣଦୋକାନ ବନ୍ଦ କରିଦିଆଯାଇଥିଲା  । ଏହି ଚଢାଉ ବେଳେ ଗଞ୍ଜାମ ପୋଲିସ ପ୍ରଶଂସନୀୟ କାର୍ଯ୍ୟ କରିଥିବା ପୋଲିସ  ମହାନିର୍ଦେଶାଳୟ ପକ୍ଷରୁ କୁହାଯାଇଛି  । ଗଞ୍ଜାମ ପୋଲିସ ପ୍ରାୟ ୧୦୮ଟି ଜାଗାରେ ଚଢାଉ କରି ୨୨ଟି ମାମଲା ରୁଜୁ କରିଛି  । ଗଞ୍ଜାମ ବ୍ୟତିତ କେନ୍ଦୁଝର, ଜଗତସିଂହପୁର,ଭଦ୍ରକ, ଦେବଗଡ, ନୟାଗଡ, କେନ୍ଦ୍ରାପଡା, ମୟୂରଭଞ୍ଜ ଓ ବାଲେଶ୍ୱର ପୋଲିସ ସନ୍ତୋଷଜନକ ଦାୟିତ୍ୱ ନିର୍ବାହ  କରିଛନ୍ତି ଏହି ଚଢାଉ ବେଳେ । 

 ଏହି ଚଢାଉ ବେଳେ  ୫୫୦ଟି ଦୋକାନ ଓ କାରଖାନା ଉପରେ ଚଢେଉ କରାଯାଇଥିବା ୨୧୦ଟି ମାମଲା ରୁଜୁ କରାଯାଇଛି  । ପ୍ରୋସେକ୍ୟୁସନ ରିପୋର୍ଟ ୯୯ଟି ପ୍ରସ୍ତୂତ ହୋଇଥିବା ବେଳେ ୬୪ଜଣଙ୍କୁ ଗିରଫ କରାଯାଇଥିଲା  । ବିପୁଳ ପରିମାଣା ବାଣ ଜବତ କରାଯାଇ ତାକୁ ନଷ୍ଟ କରାଯାଇଥିବା ବେଳେ ବେନିୟମ ବାଣ କାରଖାନା ଓ ଦୋକାନ ଗୁଡ଼ିକୁୂ ସିଲ କରାଯାଇଥିବା ପୋଲିସ ମହାନିଦେ୍ର୍ଧଶାଳୟ ପକ୍ଷରୁ କୁହାଯାଇଛି  ।

0
0
0
s2sdefault