ହେଡଲାଇନସ୍:

ବଂଟି ବନାଗଏ ସରକାର କୋ  ବାୱଲା , ଜାଲ ଟିଡିଆର ତଦନ୍ତ ଆରମ୍ଭ କଲା ବଲାଙ୍ଗୀର ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ବଲାଙ୍ଗୀରରୁ ନିରୋଜ ମିଶ୍ର : ଜାଲ ଟିଡିଆର(ଟର୍ମ ଡିପୋଜିଟ୍ ରିସିପ୍ଟ) ଦେଇ ବଲାଙ୍ଗୀର ପୂର୍ତ ବିଭାଗରୁ କୋଟେି କୋଟି ଟଙ୍କାର କାମ ହାତେଇନେଇଥିବା ଅଭିଯୋଗରେ ଅଭିଯୁକ୍ତ ଠିକାସଂସ୍ଥା ସୂରଜ ଏଂଟରପ୍ରାଇଜ୍ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ପୋଲିସ  । କଳାହାଣ୍ଡି ଜିଲ୍ଲା କୋକସରାର ସୁରଜ ଏଂଟରପ୍ରାଇଜ୍ ଠିକା ସଂସ୍ଥାର ମାଲିକ ରାଜେନ୍ଦ୍ର ଅଗ୍ରୱାଲ ଓ ତାଙ୍କ ପୁଅ ବଂଟି ଅଗ୍ରୱାଲ ବଲାଙ୍ଗୀର ପୂର୍ତ ଡିଭିଜନରେ କାମ ୧.୩୫କୋଟି ଟଙ୍କାର ଠିକାକାମ ହାତେଇଥିବା ବଲାଙ୍ଗୀର ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ନଳିନୀକାନ୍ତ ଦାଶ ବଲାଙ୍ଗୀର ଟାଉନଥାନାରେ ଅଭିଯୋଗ କରିଥିଲେ  । ତେବେ ଗତ ଦୁଇଦିନ ଧରି ସରକାରୀ ଛୁଟି ଥିବା ଯୋଗୁ ଟାଉନ ପୋଲିସ ସୋମବାର ଘଯଣାର ତଦନ୍ତ ଆରମ୍ଭ କରିଛି  । ଟାଉନଥାନା ଅଧିକାରୀ  ବଲାଙ୍ଗୀର ପୂର୍ତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯର୍୍ୟାଳୟକୁ ଯାଇ ଅଭିଯୁକ୍ତ ଠିକାସାଂସ୍ଥ ଜମା କରିତôବା ସବୁ ଟିଡିଆରକୁ ଜବତ କରିଛନ୍ତି  । ଏହି ତଦନ୍ତବେଳେ ଅଭିଯୁକ୍ତ ଠିକାଦାର ଅଗ୍ରୱାଲ ବାପାପୁଅ, ପୂର୍ତ ବିଭାଗର କର୍ମଚାରୀ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ସୂଚନା ଦେଇଛନ୍ତି ବଲାଙ୍ଗୀର ଏସଡିପିଓ ନାରାୟଣ ନାଏକ  ।

0
0
0
s2sdefault