ଭୁବନେଶ୍ୱର, ୨୩ଜୁନ୍ ୨୦୨୬ : ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁଚଳିତ ବର୍ଷର ବିଷୟବସ୍ତୁ— "ଯୋଗ ଫର୍ ହେଲ୍ଦି ଏଜିଙ୍ଗ୍" ସହ ସମନ୍ୱୟ ରକ୍ଷା କରି ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଯୋଗ ଶିବିର ମାଧ୍ୟମରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।କମ୍ପାନୀରସୁସ୍ଥତାକାର୍ଯ୍ୟକ୍ରମ "ୱେଲନେସ୍ ରିଭୋଲ୍ୟୁସନ ୨.୦ – ଷ୍ଟିଲିଙ୍ଗ୍ ୟୋର୍ ହେଲଥ"ର ଏକ ଅଂଶ ବିଶେଷ ଭାବେ ଆୟୋଜିତ ଏହି ପଦକ୍ଷେପ ମନ ଏବଂ ଶରୀର ମଧ୍ୟରେ ସନ୍ତୁଳନକୁ ପ୍ରୋତ୍ସାହିତ କରିବା ସହିତ କର୍ମଚାରୀ, ସହଯୋଗୀ କର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସାମଗ୍ରିକ କଲ୍ୟାଣ ପ୍ରତି ଏଏମ୍ / ଏନ୍ଏସ୍ଇଣ୍ଡିଆରପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରିଛି।
ଏହାର ସିଏସଆରପଦକ୍ଷେପର ଏକ ଅଂଶ ସ୍ୱରୂପ, ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ପାରାଦ୍ୱୀପନୂଆଗଡ଼ସ୍ଥିତ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଏକ ଯୋଗ ଦିବସ ସମାରୋହ ଆୟୋଜିତ ହୋଇଥିଲା, ଯେଉଁଠାରେ ୨୦୦ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଏକ ସାମୂହିକ ଯୋଗ ଶିବିରରେ ଭାଗ ନେଇଥିଲେ। ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ଏହା ଏକ ପ୍ରାଚୀନ ଭାରତୀୟପଦ୍ଧତି, ଯାହା ବିଭିନ୍ନ ଆସନ, ପ୍ରାଣାୟାମ ଏବଂ ଧ୍ୟାନ ମାଧ୍ୟମରେ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କଲ୍ୟାଣ ସାଧନ କରିଥାଏ। ବିଶିଷ୍ଟ ଯୋଗ ଗୁରୁ ଶ୍ରୀ ସୁଶାନ୍ତ କୁମାର ସାହୁ ଏକ ଲାଇଭ୍ ଅଧିବେଶନ ପରିଚାଳନା କରି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଆସନ ଏବଂ ଶ୍ୱାସକ୍ରିୟା ବ୍ୟାୟାମ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।ଏହା ବ୍ୟତୀତ, ଏଏମ୍/ଏନ୍ଏସ୍ ପୋର୍ଟସର ସିଏସ୍ଆର୍ ଟିମ୍ ପକ୍ଷରୁ ପାରାଦ୍ୱୀପର ଲକ୍ପଡ଼ା ପ୍ରାଥମିକ ବିଦ୍ୟାଳୟ ଏବଂ ମା’ ଅମ୍ବିକା ହାଇସ୍କୁଲ୍ଠାରେ ମଧ୍ୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରି ଆସନ ଓ ଧ୍ୟାନ କରିଥିଲେ। ଯୋଗକୁ ଏକ ନିୟମିତ ଅଭ୍ୟାସରେ ପରିଣତ କରିବା ପାଇଁ ଏକ ସାମୂହିକ ସଂକଳ୍ପଗ୍ରହଣ ସହ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ପାରାଦ୍ୱୀପପେଲେଟ୍ ପ୍ଲାଣ୍ଟ ପରିସରରେ ସ୍ଵୀକୃତିପ୍ରାପ୍ତ ଯୋଗ ପ୍ରଶିକ୍ଷକ ଶ୍ରୀ ତାପସ ରଞ୍ଜନ ପତିଙ୍କ ମାର୍ଗଦର୍ଶନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନକରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଓଡ଼ିଶା ଆସେଟ୍ର ଏଚଆର ଓ ଆଇଆର ବିଭାଗ ମୁଖ୍ୟ ଶ୍ରୀ ସୁନୀଲାଦାସଏବଂ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ମୁଖ୍ୟ ଶ୍ରୀ ରାଜର୍ଷି ସିହ୍ନା ପ୍ରମୁଖ ଯୋଗ ଦେଇଥିଲେ। ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସହ ମାନସିକ ଶାନ୍ତି ହାସଲ କରିବାରେ ଯୋଗର ଭୂମିକା ଉପରେ ଏହି ନେତୃତ୍ୱବୃନ୍ଦ ଗୁରୁତ୍ୱାରୋପ କରିଥିଲେ। ଅନେକ କର୍ମଚାରୀ ଏବଂ ସହଯୋଗୀ କର୍ମଚାରୀ ଏଥିରେ ଉତ୍ସାହର ସହ ଅଂଶଗ୍ରହଣ କରି ସଚେତନତା ଓ ସକାରାତ୍ମକପରିବେଶ ସୃଷ୍ଟି କରିଥିଲେ।
ସେହିପରି,କେନ୍ଦୁଝରରଡାବୁନାବେନିଫିସିଏସନ୍ପ୍ଲାଣ୍ଟରେଏକସ୍ୱତନ୍ତ୍ରଯୋଗଅଧିବେଶନଆୟୋଜିତହୋଇଥିଲା, ଯେଉଁଥିରେକର୍ମଚାରୀମାନେଉତ୍ସାହରସହିତଅଂଶଗ୍ରହଣକରିଥିଲେ। ଯେଉଁଥିରେ ଗଣ୍ଠିଯନ୍ତ୍ରଣାଉପଶମ, କାର୍ଯ୍ୟକ୍ଷେତ୍ରର ଏର୍ଗୋନୋମିକ୍ସ, ସମ୍ପୂର୍ଣ୍ଣ ଶରୀରର ବ୍ୟାୟାମ ଏବଂ ପ୍ରାଣାୟାମ ଅଭ୍ୟାସ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆଭ୍ୟନ୍ତରୀଣ ପ୍ରଶିକ୍ଷିକା ସୁଶ୍ରୀ ରଶ୍ମିରାଣୀ ପରିଡ଼ା ପରିଚାଳନା କରିଥିବାବେଳେ ଏଥିରେ ଏଏମ୍/ଏନ୍ଏସ୍ଇଣ୍ଡିଆ ଡାବୁନା ବେନିଫିସିଏସନ୍ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ଜୟବର୍ଦ୍ଧନ ପରୋହାଙ୍କ ସହ ବିଭାଗୀୟ ମୁଖ୍ୟ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ। ଏହାସହିତ, ଖଣିବିଭାଗରଓରକ୍ଲବରେ, କର୍ମଚାରୀଏବଂସହଯୋଗୀକର୍ମଚାରୀମାନେବାହ୍ୟପ୍ରଶିକ୍ଷକଙ୍କଦ୍ୱାରାପରିଚାଳିତଏକଯୋଗଅଧିବେଶନରେଅଂଶଗ୍ରହଣକରିଥିଲେ। ଏହି ଅବସରରେ ମାଇନିଂ ଅପରେସନ୍ସ ମୁଖ୍ୟ ଶ୍ରୀ ଅମିତ ଦୁବେ ଆଜିର ବ୍ୟସ୍ତବହୁଳ ଦୁନିଆରେ ଯୋଗର ବଢୁଥିବା ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିବାବେଳେ ମାଇନିଂ ଏଚ୍.ଆର୍ ମୁଖ୍ୟ ଡକ୍ଟର ମୁରଲୀ ସାହୁ ଏକ ସୁସ୍ଥ ଏବଂ ଅଧିକ ସକାରାତ୍ମକ ଜୀବନଶୈଳୀ ପାଇଁ ଯୋଗକୁ ଜୀବନର ଏକ ଅଂଶ ଭାବେ ଆପଣେଇବାକୁ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ।
ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ସହଯୋଗରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେଏଚ୍ଆର୍ (ପୂର୍ବ) ମୁଖ୍ୟଡକ୍ଟର ଦେବବ୍ରତ ଦାଶ ଯୋଗଦେଇ ଶାରୀରିକ ସ୍ୱାସ୍ଥ୍ୟ, ମାନସିକଏବଂ ସାମଗ୍ରିକ ସୁସ୍ଥତା ପାଇଁ ଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କର୍ମଚାରୀମାନେ ଏହି ଅଧିବେଶନରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଯୋଗର ବିଭିନ୍ନ ପ୍ରାଥମିକ କୌଶଳ ସମ୍ପର୍କରେ ଶିକ୍ଷା ଲାଭ କରିଥିଲେ।
ଏହି କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ, ଏଏମ୍/ଏନ୍ଏସ୍ଇଣ୍ଡିଆ କର୍ମଚାରୀ ଏବଂ ଗୋଷ୍ଠୀମାନଙ୍କମଧ୍ୟରେ ସନ୍ତୁଳନ, ସକାରାତ୍ମକତା ଏବଂ ସହନଶୀଳତାର ସଂସ୍କୃତିକୁ ପ୍ରୋତ୍ସାହିତ କରି ସୁସ୍ଥ ଜୀବନଶୈଳୀ ପ୍ରସାର କରିବାର ନିଜର ଦୂରଦୃଷ୍ଟିକୁ ଅଧିକ ସୁଦୃଢ଼ କରିଛି।
ରାଜ୍ୟ
ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
- Hits: 63







