ହେଡଲାଇନସ୍:

ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଭିନଵ ପ୍ରୟାସ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ଆରମ୍ଭ ହୋଇଛି ମହାବିଦ୍ୟାଳୟ ଗୁଡ଼ିକ ରେ ନାମ ଲେଖା ପ୍ରକ୍ରିୟା ଏହାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମନରେ ଅନେକ ଉତ୍ସାହ ଉଦ୍ଧିପନା । ଏହାକୁ ଆଖି ଆଗରେ ରଖି ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଛାତ୍ର ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ ମାଲକାନଗିରି ମହାବିଦ୍ୟାଳୟ ଏବଂ ମୋଡେଲ ଡ଼ିଗ୍ରୀ ମହାବିଦ୍ୟାଳୟ ନିକଟରେ ହେଲ୍ପଡେସ୍କ ର ଆୟୋଜନ କରାଯାଇଛି । ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ରେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଯାହାକି ନୂତନ ଭାବେ ନାମ ଲେଖାଇବାକୁ ଆସୁଥିବା ଛାତ୍ରଛାତ୍ରୀ ଙ୍କୁ ବିଭିନ୍ନ କ୍ଷେତ୍ରରେ ଯଥା ଆବଶ୍ୟକ ସଠିକ ପ୍ରମାଣ ପତ୍ର, ସଠିକ ସମୟ, ସ୍ଥାନ ଇତ୍ୟାଦି ରେ ସୋହୟତା ପ୍ରଦାନ କରିବ ବୋଲି ଆୟୋଜକଙ୍କ ପକ୍ଷରୁ ଆଶା ପ୍ରକଟ କରିଛନ୍ତି |

ବିଜୁ ଛାତ୍ର ଜନତା ଦଳ ର ଏହି ପଦକ୍ଷପ କୁ ଜିଲ୍ଳାର ବିଭିନ୍ନ ମହଲ ରେ ପ୍ରସଂସା କରା ଯାଉଥିବା ବେଳେ ଏଥିରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଖୁସି ଥିବାର ଦେଖିବାକୁ ମିଳିଛି | ଏଥିରେ ଉଭୟ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଏହି କାଯ୍ୟରେ ଯୋଗଦେବା ସହ ନୂତନ ଛାତ୍ରଛାତ୍ରୀ ଙ୍କ ସହିତ ଏକ ବନ୍ଧୁତ୍ୱ ପୂର୍ଣ୍ଣ ପରିବେଶ ସୃଷ୍ଟି ହେଉଥିବା ମଧ୍ୟ ଜଣା ପଡ଼ିଛି ।

0
0
0
s2sdefault