କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ପଞ୍ଚାୟତର ମାରିଭଟା ଗ୍ରାମରେ କଂଗ୍ରେସ ଦଳ ପକ୍ଷରୁ ଏକ ସଂଗଠନମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପଞ୍ଚାୟତ ସଭାପତି ଭାବେ ରାମେଶ୍ୱର ନାଏକଙ୍କୁ ଚୟନ କରାଯାଇଥିବା ବେଳେ, ବିଜୁ ଜନତା ଦଳର ଗ୍ରାମ ସ୍ତରୀୟ ୬ ଜଣ ସକ୍ରିୟ କର୍ମୀ କଂଗ୍ରେସ ଦଳରେ ଯୋଗଦେଇଛନ୍ତି |
କଂଗ୍ରେସ ଦଳରେ ଯୋଗଦେଇଥିବା ନୂତନ ସଦସ୍ୟମାନେ ହେଲେ ବଳରାମ ମାଝୀ, ଚାରି ମାଝୀ, ଉଦୟନାଥ ନାଏକ, ବନମାଳୀ ଝୋଡ଼ିଆ, ଚନ୍ଦ୍ର ଝୋଡ଼ିଆ ଓ ରଞ୍ଜିତ ଝୋଡ଼ିଆ। ସେମାନଙ୍କୁ କାଶୀପୁର ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ ଏବଂ କାଶୀପୁର ବ୍ଲକ ସାଂସଦ ପ୍ରତିନିଧି ସାନ୍ଧୁ ଚରଣ ମାଝୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ।
କାଶୀପୁର ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ ନିଜ ବକ୍ତବ୍ୟରେ କହିଥିଲେ ଯେ, କଂଗ୍ରେସ ଦଳ ସର୍ବଦା ସାଧାରଣ ଲୋକଙ୍କ ପାଇଁ ଲଢ଼େଇ କରିଆସିଛି। ଦଳର ନୀତି ଓ ଆଦର୍ଶ ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଦଳର କର୍ମୀମାନେ କଂଗ୍ରେସରେ ଯୋଗଦେଉଥିବାରୁ ସଂଗଠନ ଅଧିକ ସୁଦୃଢ଼ ହେଉଛି। ଆଗାମୀ ଦିନରେ ଗୋରଖପୁର ପଞ୍ଚାୟତ ସହ ସମଗ୍ର କାଶୀପୁର ବ୍ଲକରେ କଂଗ୍ରେସର ସଂଗଠନ ଆହୁରି ଶକ୍ତିଶାଳୀ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମକୁ ଧର୍ମେନ୍ଦ୍ର ନାଏକ ପରିଚାଳନା କରିଥିବା ବେଳେ ପୂର୍ବତନ ସମିତି ସଭ୍ୟ ଅନିଲ ନାଏକ, ଦେବାଶିଷ ନାଏକ, ଶରତ କୁମାର ନାଏକ, ରାଜେନ୍ଦ୍ର ନାଏକ, ମଙ୍ଗଳି ନାଏକ, କୃଷ୍ଣ ଚନ୍ଦ୍ର ମାଝୀ, ତସିଲ ମାଝୀ, ସୁଶାନ୍ତ ନାଏକ, ମିଶ୍ର ନାଏକ ଓ ବାସୁଦେବ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ଗୋରଖପୁର ପଞ୍ଚାୟତର ବହୁ କଂଗ୍ରେସ କର୍ମୀ ଏବଂ ସମର୍ଥକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଶୀପୁର ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ ଓ ସମ୍ମାନିତ ଅତିଥି ଭାବେ କାଶୀପୁର ବ୍ଲକ ସାଂସଦ ପ୍ରତିନିଧି ସାନ୍ଧୁ ଚରଣ ମାଝୀ ଯୋଗଦେଇ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ବିଜେଡିରୁ ୬ ଜଣ କର୍ମୀଙ୍କ କଂଗ୍ରେସରେ ଯୋଗଦାନକୁ ନେଇ ସ୍ଥାନୀୟ ଅଞ୍ଚଳରେ କଂଗ୍ରେସ ଶିବିରରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଛି।







