ଦୁଇ ଛୁଆଙ୍କୁ ବାପା ଛେଉଣ୍ଡ କରିଦେଲା କରୋନା ମହାମାରୀ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ସଦର ମହକୁମା ଠାରୁ ୧୦କିଲୋମିଟର ଦୂର ତୁମ୍ବାଅଣ୍ଢେଇସାହି ଗ୍ରାମପଞ୍ଚାୟତ ର ଆଗର ଗ୍ରାମରେ ବାସ କରୁଛନ୍ତି ଏକ ହତଭାଗ ବାପା l ନାମ ଗୁରୁବାରି ଦାସ, ବୟସ ୭୫ ବର୍ଷ l ଦୁଇ ଆଖିରୁ ଲୁହର ଧାର ବୋହି ଯାଉଛି l ଆଖି ଆଗରେ କରୋନା ମହାମାରୀରେ ବାପା ଆଗରୁ ପୁଅ ଆର ପାରିକୁ ଚାଲିଗଲା l ଶେଷ ସମୟରେ ପୁଅକୁ ଟିକେ ମଧ୍ୟ ଦେଖିପାରିଲେନି l ସେକଥା ମନେପଡିଲେ ଆଜିବି ୭୫ବର୍ଷର ଗୁରୁବାରି ଦାସ କଇଁ କଇଁ ହୋଇ ଛୋଟ ଛୁଆ ଙ୍କ ପରି କାନ୍ଦୁଛନ୍ତି l ପୁଅ ଅଶୋକ ଦାସଙ୍କ ମୁତ୍ୟୁ ପରେ ପରିବାରର ସମସ୍ତ ବୋଝ ଏବେ ଗୁରୁବାରି ଦାସଙ୍କ ଉପରେ l ଗୁରୁବାରିଙ୍କ ପରିବାର କହିଲେ ତାଙ୍କ ପତ୍ନୀ ସତୀ ଦେଇ, ମୃତ ପୁଅ ଅଶୋକ ଦାସ, ପତ୍ନୀ ବିନୀଲତା ଦାସ ୨ଛୋଟ ନାତି ନାତୁଣୀ ସୁଦର୍ଶନ ଦାସ ଓ ଆଦ୍ୟାଶା ପ୍ରିୟଦର୍ଶିନୀ ଦାସ l ବାପା ଛେଉଣ୍ଡ ପିଲା ଦିଟାକୁ ମଣିଷ କରିବାକୁ ଅଣ୍ଟାଭିଡିଛନ୍ତି ୭୫ବର୍ଷର ବୃଦ୍ଧ ଗୁରୁବାରି ଦାସ l ନା ଅଛି ଜମିବାଡ଼ି ନା ଅଛି କିଛି ବ୍ୟବସାୟ, ଆ ତା ଘରେ କିଛି କାମ କରି ବହୁତ ଦୁଃଖ କଷ୍ଟରେ ତାଙ୍କ ପରିବାର ଚଳାଉଥିଲେ l କିନ୍ତୁ ଏବେ ସିଏ ମଧ୍ୟ ଘର ଚଳାଇବାକୁ ଅସମର୍ଥ l ଗ୍ରାମବାସୀ ପରିବାରର ଦୁଃଖ ନଦେଖି ପାରି ମୃତ ଅଶୋକ ଦାସଙ୍କ ପତ୍ନୀ ବିନୀଲତା ଦାସଙ୍କୁ ସରକାରୀ ସ୍କୁଲ ର ରୋଷେଇ ସାହାଯ୍ୟ କରି ଭାବେ ଚାକିରୀ କରାଇଦେଇଥିଲେ l ମାସକୁ ଦରମା ୫୦୦ ଟଙ୍କା l ସ୍କୁଲ ରେ ରୋଷଇ ହୋଇଥିବା ପିଲାଙ୍କ ପାଇଁ ଖାଇବା ଯାହା ବଳେ ତାକୁ ନେଇ ସେ ତାଙ୍କ ପରିବାର କୁ ଖାଇବାକୁ ଦେଇଥାନ୍ତି l ପିଲାଙ୍କୁ ପାଠ ପଢାଇବାକୁ ପଇସା ନଥିବାରୁ ସରକାରୀ ସ୍କୁଲ ରେ ଯାହା ମିଳୁଛି ସେଥିରେ ସେମାନେ ପାଠ ପଢୁଛନ୍ତି l ମୃତ ଅଶୋକ ଦାସ ତା -୩୦.୦୪.୨୦୨୧ରେ କରୋନା ମହାମାରୀ ରେ ମୁତ୍ୟୁ ବରଣ କରିଥିଲେ l କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ପରିବାର କୁ ସହାୟତା ସରକାରଙ୍କ ପକ୍ଷରୁ କିଛି ମିଳିନାହିଁ l ଚାଳ ଛପର ର ମାଟି ଘର, ଛପର କରିବାକୁ ପଇସା ନଥିବାରୁ ବର୍ଷା ଦିନରେ ବହୁତ ହଇରାଣ ହେଉଛନ୍ତି ପରିବାର ଲୋକ lଆମ ପ୍ରତିନିଧି ସୁମନ୍ତ କୁମାର ଦାସ ସ୍ଥାନୀୟ ବାସିନ୍ଧା ଓ ପରିବାର ଲୋକଙ୍କ ଠାରୁ ଗୁରୁବାରି ଙ୍କ ପରିବାରର ଦୁଃଖ ଦୁର୍ଦଶା କଥା ଶୁଣିସାରିବା ପରେ ପରିବାରଙ୍କୁ ଉଚିତ ନ୍ୟାୟ ଦେବାକୁ ପ୍ରତିଶୃତି ଦେଇଥିଲେ l

0
0
0
s2sdefault