ହେଡଲାଇନସ୍:

ଆଖି ବୁଜିଦେଲେ ଯୁବନେତା ସମୀର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର :: ଭୁବନେଶ୍ୱରର ଜଣାଶୁଣା ଯୁବ ରାଜନୈତିକ ଚେହେରା, ଅତ୍ୟନ୍ତ ମେଳାପୀ, ପରୋପକାରୀ ମଣିଷ ଭାବେ ଜଣାଶୁଣା ତଥା ବିଜେଡିର ଦକ୍ଷ ଯୁବନେତା, ନିଜ ସାଙ୍ଗଠନିକ ଦକ୍ଷତା ଓ ଲୋକ ପ୍ରିୟତା ପାଇଁ ତିନିତିନି ଥର କର୍ପୋରେଟର ରହିଥିବା ସମୀର ପ୍ରଧାନଙ୍କ ଅକାଳ ବିୟୋଗ ଘଟିଛି | ହୃଦାଘାତ ଓ ମସ୍ତିସ୍କ ଆଘାତ ଜନିତ ଅସୁସ୍ଥତା ପାଇଁ ସମ୍ ହସ୍ପଟାଲ୍ ରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳୁ ମାତ୍ର ୪୭ ବର୍ଷ ବୟସରେ ଆଖି ବୁଜି ଦେଇଛନ୍ତି ।
ସମ୍ପୂର୍ଣ୍ଣ ସୁସ୍ଥ ଥିବା ସମୀର ଶୁକ୍ରବାର ରାତିରେ ଘରେ ଖାଇପିଇ ଶୋଇଥିଲେ । ରାତିରେ ହଠାତ୍ ଯନ୍ତ୍ରଣା ଅନୁଭବ କରିଥିଲେ । ଫୋନ୍ କରି ତାଙ୍କ ସାଙ୍ଗମାନଙ୍କୁ ଡାକିଥିଲେ | ସେମାନେ ଆସି ସମୀରାଙ୍କ ଡାକ୍ତରଖାନା ନେଇଯାଇଥିଲେ । ପରୀକ୍ଷା ନିରୀକ୍ଷା ପରେ ସେ ଭୀଷଣ ହୃଦଘାତ ଏବଂ ମସ୍ତିଷ୍କଘାତର ଶିକାର ହୋଇଥିବା ସମୀର କୋମାକୁ ଚାଲିଯାଇଥିଲେ | ସମୀରଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇ ଚିକିତ୍ସା କରାଯାଇଥିଲା । ଡାକ୍ତରମାନେ ଆପ୍ରାଣ ଚେଷ୍ଟା ସତ୍ତ୍ୱେ ସମୀର ଆଖି ବୁଜିଦେଇଥୁଲେ | ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକଵ୍ୟକ୍ତ କରାଯାଇଛି |

0
0
0
s2sdefault